ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ୱେଷ୍ଟଇଣ୍ଡିଜ୍‌କୁ ୬ ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ

ନାଗପୁର: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଗ୍ରୁପ-୧ର ଆଜି ଏକ ମ୍ୟାଚ୍‌ରେ ଆଫଗାନସ୍ତାନ ୱେଷ୍ଟଇଣ୍ଡିଜ୍‌କୁ ୬ରନ୍‌ରେ ପରାସ୍ତ କରିଛି। ଏକମାତ୍ର ବିଜୟ ସହ ଆଫଗାନିସ୍ତାନ ତା’ର ବିଶ୍ୱକପ୍‌ ଯାତ୍ରା ଶେଷ କରିଛି। ପୂର୍ବରୁ ୩ଟି ମ୍ୟାଚ୍‌ରେ ବିଜୟୀ ହୋଇ ୱେଷ୍ଟଇଣ୍ଡିଜ୍‌ ସେମିଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିସାରିଛି। ଆଜି ଟସ୍ ଜିତି ଆଫ୍‌ଗାନିସ୍ତାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରି ଥିଲା ୱେଷ୍ଟଇଣ୍ଡିଜ୍। ଦଳ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୨୩ ରନ୍ କରି ଥିଲା। ନାଜିବୁଲ୍ଲା ଜରଦାନ୍ ଅପରାଜିତ […]

Afghanistan won by 6 runs

Rakesh Mallick
  • Published: Sunday, 27 March 2016
  • , Updated: 27 March 2016, 04:43 PM IST

ନାଗପୁର: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଗ୍ରୁପ-୧ର ଆଜି ଏକ ମ୍ୟାଚ୍‌ରେ ଆଫଗାନସ୍ତାନ ୱେଷ୍ଟଇଣ୍ଡିଜ୍‌କୁ ୬ରନ୍‌ରେ ପରାସ୍ତ କରିଛି। ଏକମାତ୍ର ବିଜୟ ସହ ଆଫଗାନିସ୍ତାନ ତା’ର ବିଶ୍ୱକପ୍‌ ଯାତ୍ରା ଶେଷ କରିଛି। ପୂର୍ବରୁ ୩ଟି ମ୍ୟାଚ୍‌ରେ ବିଜୟୀ ହୋଇ ୱେଷ୍ଟଇଣ୍ଡିଜ୍‌ ସେମିଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିସାରିଛି।

ଆଜି ଟସ୍ ଜିତି ଆଫ୍‌ଗାନିସ୍ତାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରି ଥିଲା ୱେଷ୍ଟଇଣ୍ଡିଜ୍। ଦଳ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୨୩ ରନ୍ କରି ଥିଲା। ନାଜିବୁଲ୍ଲା ଜରଦାନ୍ ଅପରାଜିତ ରହି ସର୍ବାଧିକ ୪୮ ରନ୍ କରିଥିଲେ। ମହମ୍ମଦ ଶାହଜାଦ ୨୪ ଓ ଅସଗର ଷ୍ଟାନିକଜାଇ ୧୬ ରନ୍ କରିଥିଲେ।

ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ଏସ୍‌. ବଦ୍ରି ୩ଟି, ରସେଲ ୨ ୱିକେଟ୍, ବେନ୍‌ ଏବଂ ସାମୀ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ୱେଷ୍ଟଇଣ୍ଡିଜ୍‌ ୧୨୪ ରନ୍‌କୁ ପିଛା କରି ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୧୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଜେ.ଚାର୍ଲସ ୨୧ ବଲରୁ ୨୨ ରନ୍‌, ବ୍ରାଭୋ ୨୬ ବଲରୁ ୨୮ ରନ୍‌ ଓ ରାମଦୀନ୍‌ ୩୫ ବଲରୁ ୧୮ ରନ୍‌ କରିଥିଲେ। ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ନବୀ ଓ ରଶୀଦ୍‌ ଖାନ୍‌ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ଅମୀର, ହମୀଦ୍‌ ଓ ଗୁଲବାଦୀନ୍‌ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ନଜାବୁଦ୍ଧିନ୍‌ ଜଦ୍ରାନ୍‌ଙ୍କୁ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ଘୋଷଣା କରାଯାଇଥିଲା।

Related story