ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଫଗାନିସ୍ତାନକୁ ହରାଇଲା ଦକ୍ଷିଣ ଆଫ୍ରିକା

ମୁମ୍ବାଇ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ମୁମ୍ବାଇରେ ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୩୭ ରନ୍‌ରେ ଆଫଗାନିସ୍ତାନକୁ ହରାଇଛି। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୨୦୯ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଏବି ଡି’ଭିଲିୟର୍ସ ୬୪ ରନ୍ କରିଥିବା ବେଳେ କ୍ୱିନ୍‌ଟୋନ୍ ଡି କକ୍ ୪୫ ରନ୍ କରିଥିଲେ। ଅନ୍ୟପକ୍ଷରେ ଆଫଗାନିସ୍ତାନ ୨୦ ଓଭରରେ ଅଲ୍‌ଆଉଟ୍ ହୋଇ ୧୭୨ ରନ୍ କରିବାକୁ ସମର୍ଥ ହୋଇଥିଲା। […]

ab

Rakesh Mallick
  • Published: Sunday, 20 March 2016
  • , Updated: 20 March 2016, 01:21 PM IST

ମୁମ୍ବାଇ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ମୁମ୍ବାଇରେ ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୩୭ ରନ୍‌ରେ ଆଫଗାନିସ୍ତାନକୁ ହରାଇଛି।

ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୨୦୯ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଏବି ଡି’ଭିଲିୟର୍ସ ୬୪ ରନ୍ କରିଥିବା ବେଳେ କ୍ୱିନ୍‌ଟୋନ୍ ଡି କକ୍ ୪୫ ରନ୍ କରିଥିଲେ।

ଅନ୍ୟପକ୍ଷରେ ଆଫଗାନିସ୍ତାନ ୨୦ ଓଭରରେ ଅଲ୍‌ଆଉଟ୍ ହୋଇ ୧୭୨ ରନ୍ କରିବାକୁ ସମର୍ଥ ହୋଇଥିଲା। ଦଳ ପକ୍ଷରୁ ମହମ୍ମଦ ଶାହଜାଦ୍ ୪୪ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକାର କ୍ରୀସ୍ ମୋରିସ୍ ୨୭ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ।

ଚଳିତ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକାର ଏହା ପ୍ରଥମ ବିଜୟ। ଏହା ପୂର୍ବରୁ ମାର୍ଚ୍ଚ ୧୮ ତାରିଖରେ ଦଳ ମୁମ୍ବାଇରେ ଇଂଲଣ୍ଡଠାରୁ ୨ ୱିକେଟ୍‌ରେ ହାରି ଯାଇଥିଲା।

Related story