ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ଉପରେ ପୁନଃବିଚାର କରୁଛନ୍ତି ଆଫ୍ରିଦି

ଦୁବାଇ: ପାକିସ୍ତାନର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଶାହିଦ ଆଫ୍ରିଦି ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାକୁ କରିଥିବା ନିଷ୍ପତ୍ତିର ପୁନଃବିଚାର କରୁଛନ୍ତି। ପରିବାରବର୍ଗ ଓ ନିକଟତମ ବନ୍ଧୁଙ୍କ ଚାପ ଯୋଗୁଁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପ୍ରସଙ୍ଗରେ ଆଉ ଥରେ ଚିନ୍ତା କରୁଛନ୍ତି ବୋଲି ବୁଧବାର ପ୍ରକାଶ କରିଛନ୍ତି। ଗତ ସପ୍ତାହରେ ୩୬ ବର୍ଷରେ ପାଦ ଦେଇଥିବା ଆଫ୍ରିଦି ୨୦୧୦ରୁ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଛନ୍ତି। ଗତବର୍ଷ ସେ ଦିନିକିଆ ଫର୍ମାଟରୁ ମଧ୍ୟ […]

afridi

Rakesh Mallick
  • Published: Wednesday, 24 February 2016
  • , Updated: 24 February 2016, 01:11 PM IST

ଦୁବାଇ: ପାକିସ୍ତାନର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଶାହିଦ ଆଫ୍ରିଦି ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାକୁ କରିଥିବା ନିଷ୍ପତ୍ତିର ପୁନଃବିଚାର କରୁଛନ୍ତି। ପରିବାରବର୍ଗ ଓ ନିକଟତମ ବନ୍ଧୁଙ୍କ ଚାପ ଯୋଗୁଁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପ୍ରସଙ୍ଗରେ ଆଉ ଥରେ ଚିନ୍ତା କରୁଛନ୍ତି ବୋଲି ବୁଧବାର ପ୍ରକାଶ କରିଛନ୍ତି।

ଗତ ସପ୍ତାହରେ ୩୬ ବର୍ଷରେ ପାଦ ଦେଇଥିବା ଆଫ୍ରିଦି ୨୦୧୦ରୁ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଛନ୍ତି। ଗତବର୍ଷ ସେ ଦିନିକିଆ ଫର୍ମାଟରୁ ମଧ୍ୟ ଅବସର ନେଇଥିଲେ। ଆସନ୍ତା ଏପ୍ରିଲରେ ଭାରତରେ ହେବାକୁ ଥିବା ବିଶ୍ୱକପ୍‌ ଟି-୨୦ ଶେଷ ହେବା ପରେ ସେ ଟି-୨୦ରୁ ଅବସର ନେବେ ବୋଲି ସୂଚନା ଦେଇଥିଲେ। ଏବେ ସେ କହିଛନ୍ତି, ଆଗକୁ ସେ ଟି-୨୦ କ୍ରିକେଟରେ ଦେଶ ପାଇଁ ଖେଳିପାରନ୍ତି।

Related story