ଅଧିନାୟକ ପଦ ବଜାୟ ରଖିବେ ଆଫ୍ରିଦି

କରାଚି: ବାଂଲାଦେଶରେ ଚାଲିଥିବା ଏସିଆ କପ୍‌ ଟି-ଟ୍ୱେଣ୍ଟିରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଅଧିନାୟକ ସାହିଦ ଆଫ୍ରିଦିଙ୍କୁ ହଟାଇବା ନେଇ ଦାବି ଜୋର ଧରି ଥିବା ବେଳେ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି ପାକିସ୍ତାନ କ୍ରିକେଟ୍ ବୋର୍ଡ ସଭାପତି ଶାହରିୟାର ଖାନ୍। ସେ କହିଛନ୍ତି ଯେ ମାର୍ଚ୍ଚ ୮ ତାରିଖରୁ ଭାରତରେ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ଆଫ୍ରିଦି ହିଁ ଟିମ୍‌ର ଅଧିନାୟକ ରହିବେ। ତାଙ୍କୁ ଅଧିନାୟକ ପଦରୁ ହଟାଇବାର ପ୍ରଶ୍ନ ଉଠୁ […]

Shahid-Afridi

Rakesh Mallick
  • Published: Friday, 04 March 2016
  • , Updated: 04 March 2016, 05:30 PM IST

କରାଚି: ବାଂଲାଦେଶରେ ଚାଲିଥିବା ଏସିଆ କପ୍‌ ଟି-ଟ୍ୱେଣ୍ଟିରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଅଧିନାୟକ ସାହିଦ ଆଫ୍ରିଦିଙ୍କୁ ହଟାଇବା ନେଇ ଦାବି ଜୋର ଧରି ଥିବା ବେଳେ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି ପାକିସ୍ତାନ କ୍ରିକେଟ୍ ବୋର୍ଡ ସଭାପତି ଶାହରିୟାର ଖାନ୍। ସେ କହିଛନ୍ତି ଯେ ମାର୍ଚ୍ଚ ୮ ତାରିଖରୁ ଭାରତରେ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ଆଫ୍ରିଦି ହିଁ ଟିମ୍‌ର ଅଧିନାୟକ ରହିବେ। ତାଙ୍କୁ ଅଧିନାୟକ ପଦରୁ ହଟାଇବାର ପ୍ରଶ୍ନ ଉଠୁ ନାହିଁ।

ଚଳିତ ଏସିଆ କପରେ ଉଭୟ ଭାରତ ଓ ବାଂଲାଦେଶଠାରୁ ପାକିସ୍ତାନ ପରାଜିତ ହେବା ପରେ ବିଶେଷ କରି ସାହିଦ ଆଫ୍ରିଦି ସମାଲୋଚନାର ଶିକାର ହୋଇଛନ୍ତି। ପାକିସ୍ତାନର ଅନେକ ପୂର୍ବତନ ଖେଳାଳି ତାଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ମତ ରଖିଛନ୍ତି।

Related story