Advertisment

ଆରମ୍ଭ ମ୍ୟାଚରେ ହାରିବା ପରେ ଖୁସି ହୋଇଗଲେ ମୁମ୍ୱାଇ ଇଣ୍ଡିଆନ୍ସ ଫ୍ୟାନ୍ !

ମୁମ୍ୱାଇ: ଆଇପିଏଲ ଆରମ୍ଭ ମ୍ୟାଚର ଆରମ୍ଭ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ମୁମ୍ୱାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଚେନ୍ନାଇ ସୁପର କିଙ୍ଗସର ଫ୍ୟାନ୍ ଏହାକୁ ନେଇ ଖୁସି ମନାଇଥିବା ବେଳେ ମୁମ୍ୱାଇ ଇଣ୍ଡିଆନ୍ସ ଫ୍ୟାନ ଦଳର ପ୍ରଦର୍ଶନରେ ନୈରାଶ୍ୟଜନକ ନହୋଇ ଖୁସି ବ୍ୟକ୍ତ କରିଛନ୍ତି। ଖବରଟି ଅଡୁଆ ଲାଗୁଥଲେ ବି ସତ। ଏଥିପାଇଁ ପଢ଼ନ୍ତୁ ପୁରା ଖବର। ୟୁଏଇରେ ଖେଳାଯାଉଥିବା ଆଇପିଏଲ ସିଜିନର ପ୍ରଥମ ମ୍ୟାଚ୍‌ରେ ଦୁଇଟି ବଡ଼ ଦଳ ପରସ୍ପରକୁ ଭେଟିଥିଲେ। ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଆରମ୍ଭ ମ୍ୟାଚରେ ହାରିବା ପରେ ଖୁସି ହୋଇଗଲେ ମୁମ୍ୱାଇ ଇଣ୍ଡିଆନ୍ସ ଫ୍ୟାନ୍ !

rohit sharma mi

ମୁମ୍ୱାଇ: ଆଇପିଏଲ ଆରମ୍ଭ ମ୍ୟାଚର ଆରମ୍ଭ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ମୁମ୍ୱାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଚେନ୍ନାଇ ସୁପର କିଙ୍ଗସର ଫ୍ୟାନ୍ ଏହାକୁ ନେଇ ଖୁସି ମନାଇଥିବା ବେଳେ ମୁମ୍ୱାଇ ଇଣ୍ଡିଆନ୍ସ ଫ୍ୟାନ ଦଳର ପ୍ରଦର୍ଶନରେ ନୈରାଶ୍ୟଜନକ ନହୋଇ ଖୁସି ବ୍ୟକ୍ତ କରିଛନ୍ତି। ଖବରଟି ଅଡୁଆ ଲାଗୁଥଲେ ବି ସତ। ଏଥିପାଇଁ ପଢ଼ନ୍ତୁ ପୁରା ଖବର।

Advertisment

ୟୁଏଇରେ ଖେଳାଯାଉଥିବା ଆଇପିଏଲ ସିଜିନର ପ୍ରଥମ ମ୍ୟାଚ୍‌ରେ ଦୁଇଟି ବଡ଼ ଦଳ ପରସ୍ପରକୁ ଭେଟିଥିଲେ। ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆରମ୍ଭ ମ୍ୟାଚ ଭଲ ସାବ୍ୟସ୍ତ ହୋଇ ନାହିଁ। ଚେନ୍ନାଇ ସୁପର କିଙ୍ଗ୍ସ ଆବୁଧାବିରେ ଆଇପିଏଲ୍ ୨୦୨୦ ର ପ୍ରଥମ ମ୍ୟାଚ୍ ରେ ମୁମ୍ବାଇକୁ ୫ ୱିକେଟ୍ ହରାଇ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି।

ଆଇପିଏଲ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସ ହେଉଛି ସବୁଠାରୁ ସଫଳ ଦଳ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏହି ଦଳ ଏଯାବତ ଚାରି ଥର ଟାଇଟଲ ଜିତିଛି ଏବଂ ସର୍ବାଧିକ ମ୍ୟାଚ୍ ଜିତିବାର ରେକର୍ଡ ମଧ୍ୟ ଏହି ଦଳ ନାମରେ ରହିଛି। ଏସବୁ ସତ୍ତ୍ୱେ ଦଳ ପ୍ରାୟତଃ ପୂର୍ବ ଆଇପିଏଲ ସିଜିନର ଆରମ୍ଭ ମ୍ୟାଚରେ ପରାଜୟ ବରଣ କରିଛି।

Advertisment

ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଚେନ୍ନାଇ ୫ ୱିକେଟ ହରାଇବା ପରେ ମୁମ୍ବାଇ କ୍ରମାଗତ ଅଷ୍ଟମ ଥର ପାଇଁ ଆଇପିଏଲର ପ୍ରଥମ ମ୍ୟାଚ୍ ହାରିଛି। ଶେଷ ଥର ପାଇଁ ମୁମ୍ବାଇ ୨୦୧୨ ସିଜନରେ ପ୍ରଥମ ମ୍ୟାଚ୍ ଜିତିଥିଲା, କିନ୍ତୁ ସେବେଠାରୁ ଦଳ କ୍ରମାଗତ ପ୍ରତ୍ୟେକ ସିଜନରେ ପ୍ରଥମ ମ୍ୟାଚ୍ ହାରି ଆସୁଛି।

୨୦୧୨ରେ ମଧ୍ୟ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲା। କିନ୍ତୁ ପରେ ମୁମ୍ବାଇ ୮ ୱିକେଟରେ ବିଜୟୀ ହୋଇଥିଲା।​ ସେବେଠାରୁ ମୁମ୍ବାଇ ଏଯାବତ ପ୍ରଥମ ମ୍ୟାଚରେ ସଫଳତା ପାଇନାହିଁ। ୨୦୧୩ ପରଠାରୁ ମୁମ୍ବାଇ ଫାଇନାଲରେ ଏହି ଦଳଗୁଡିକୁ ହରାଇଛି।

  • ୨୦୧୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଠୁ ୨ ରନରେ ପରାସ୍ତ
  • ୨୦୧୪: କୋଲକାତା ନାଇଟ୍ ରାଇଡର୍ସଠୁ ୪୧ ରନରେ ପରାସ୍ତ
  • ୨୦୧୫: କୋଲକାତା ନାଇଟ୍ ରାଇଡର୍ସଠୁ ୭ ୱିକେଟରେ ପରାସ୍ତ
  • ୨୦୧୬: ରାଇଜିଂ ପୁଣେ ସୁପରଜିଆଣ୍ଟଠୁ ୯ ୱିକେଟରେ ପରାସ୍ତ
  • ୨୦୧୭: ରାଇଜିଂ ପୁଣେ ସୁପରଜିଆଣ୍ଟଠୁ ୭ ୱିକେଟରେ ପରାସ୍ତ
  • ୨୦୧୮: ଚେନ୍ନାଇ ସୁପର କିଙ୍ଗ୍ସଠୁ ୧ ୱିକେଟରେ ପରାସ୍ତ
  • ୨୦୧୯: ଦିଲ୍ଲୀ କ୍ୟାପିଟାଲଠୁ ୩୭ ରନରେ ପରାସ୍ତ

ତେବେ ମୁମ୍ବାଇ ଇଣ୍ଡିଆନ୍ସ ଆରମ୍ଭ ମ୍ୟାଚ ଗୁଡ଼ିକ ପ୍ରାୟତଃ ଖରାପ ପ୍ରଦର୍ଶନ କରିଛି। ହେଲେ ଠିକ୍ ସମୟରେ ଟ୍ରାକକୁ ଫେରି ନିଜ ଫ୍ୟାନଙ୍କ ଭରସା ଏଯାବତ ବଜାୟ ରଖିଛି। ୨୦୧୩ ରୁ ୨୦୧୯ ମଧ୍ୟରେ ମୁମ୍ୱାଇ ଚାରୋଟି ଟାଇଟଲ୍ ଜିତିଛି। ୨୦୨୦ରେେ ସମାନ ଫଳାଫଳ ହୋଇଥିବାରୁ କ୍ୟାପଟେନ ରୋହିତ ଶର୍ମା ପୁଣି ଥରେ ଆଶା କରିବେ ଯେ ଦଳ ପଞ୍ଚମ ଥର ପାଇଁ ଦଳ ଟାଇଟଲ ଜିତିବ।

Ipl 2020