ରାଜ୍ୟଗୋଷ୍ଠୀ ଟିଟି: ମହିଳା ସିଙ୍ଗଲ୍ସ ସେମିରେ ଭାରତର ୩

କଟକ, (ଓଡ଼ିଶା ରିର୍ପୋଟର): ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନଶିପରେ ରବିବାର ଖେଳାଯାଇଥିବା ମ୍ୟାଚଗୁଡିକ ମଧ୍ୟରେ ମହିଳା ସିଙ୍ଗଲ୍ସରେ ଆହିକା ମୁଖାର୍ଜୀ, ଶ୍ରୀଜା ଅକୁଳ ଓ ମଧୁରିକା ପାଟକର ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଆହିକା ୪-୦ (୧୧-୬, ୧୧-୬, ୧୧-୨, ୧୧-୮)ରେ ମୌସୁମୀ ପଲ୍‌ଙ୍କୁ, ଶ୍ରୀଜା ୪-୨ (୧୧-୫, ୧୧-୫, ୧୧-୯, ୧୭-୧୯, ୬-୧୧, ୧୭-୧୫)ରେ ସୁତୀର୍ଥା ମୁଖାର୍ଜୀଙ୍କୁ ଏବ˚ ମଧୁରିକା ୪-୧ (୧୧-୪, ୯-୧୧, ୧୧-୮, ୧୨-୧୦, ୧୧-୯)ରେ ସିହ୍ନା […]

tt4

Ranjit Kumar Jena
  • Published: Sunday, 21 July 2019
  • , Updated: 21 July 2019, 09:37 PM IST

କଟକ, (ଓଡ଼ିଶା ରିର୍ପୋଟର): ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନଶିପରେ ରବିବାର ଖେଳାଯାଇଥିବା ମ୍ୟାଚଗୁଡିକ ମଧ୍ୟରେ ମହିଳା ସିଙ୍ଗଲ୍ସରେ ଆହିକା ମୁଖାର୍ଜୀ, ଶ୍ରୀଜା ଅକୁଳ ଓ ମଧୁରିକା ପାଟକର ସେମି ଫାଇନାଲରେ ପ୍ରବେଶ କରିଛନ୍ତି।

ରବିବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଆହିକା ୪-୦ (୧୧-୬, ୧୧-୬, ୧୧-୨, ୧୧-୮)ରେ ମୌସୁମୀ ପଲ୍‌ଙ୍କୁ, ଶ୍ରୀଜା ୪-୨ (୧୧-୫, ୧୧-୫, ୧୧-୯, ୧୭-୧୯, ୬-୧୧, ୧୭-୧୫)ରେ ସୁତୀର୍ଥା ମୁଖାର୍ଜୀଙ୍କୁ ଏବ˚ ମଧୁରିକା ୪-୧ (୧୧-୪, ୯-୧୧, ୧୧-୮, ୧୨-୧୦, ୧୧-୯)ରେ ସିହ୍ନା ରଏ କ୍ରିତ୍ୱିକାଙ୍କୁ ହରାଇ ସେମିକୁ ଉନ୍ନୀତ ହୋଇଛନ୍ତି।

ଅନ୍ୟଏକ ମ୍ୟାଚରେ ଇ˚ଲଣ୍ତର ହୋ ଟିନ୍‌ ଟିନ୍‌ ୪-୧ (୧୧-୯, ୭-୧୧, ୧୧-୫, ୧୧-୩, ୧୧-୬)ରେ ଅର୍ଚ୍ଚନା କାମଥଙ୍କୁ ପରାସ୍ତ କରି ସେମି ଫାଇନାଲ୍‌ରେ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

Related story