ଆଜି ଭାରତ-ଅଷ୍ଟ୍ରେଲିଆ ମୁକାବିଲା, ଉଭୟଙ୍କ ପାଇଁ କର ବା ମର ସ୍ଥିତି

ମୋହାଲି: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ମୋହାଲିରେ ସନ୍ଧ୍ୟା ୭ଟା୩୦ରେ ଏହି ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ‘କର ବା ମର’ ସ୍ଥିତି ଆଣିଛି। ଏହି ମ୍ୟାଚ୍‌କୁ ଯେଉଁ ଦଳ ଜିତିବ ସେହି ଦଳ ସେମିଫାଇନାଲକୁ ଯିବ। ଏଥିପାଇଁ ଉଭୟ ଦଳ ଆସନ୍ତାକାଲି ବହୁ ସମୟ ଧରି ଅଭ୍ୟାସ କରିଛନ୍ତି। ଭାରତ ୩ଟି ମ୍ୟାଚ୍‌ରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ଟେବୁଲର […]

Australia-vs-India

Rakesh Mallick
  • Published: Sunday, 27 March 2016
  • , Updated: 27 March 2016, 02:44 AM IST

ମୋହାଲି: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ମୋହାଲିରେ ସନ୍ଧ୍ୟା ୭ଟା୩୦ରେ ଏହି ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ‘କର ବା ମର’ ସ୍ଥିତି ଆଣିଛି। ଏହି ମ୍ୟାଚ୍‌କୁ ଯେଉଁ ଦଳ ଜିତିବ ସେହି ଦଳ ସେମିଫାଇନାଲକୁ ଯିବ। ଏଥିପାଇଁ ଉଭୟ ଦଳ ଆସନ୍ତାକାଲି ବହୁ ସମୟ ଧରି ଅଭ୍ୟାସ କରିଛନ୍ତି।

ଭାରତ ୩ଟି ମ୍ୟାଚ୍‌ରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ଟେବୁଲର ତୃତୀୟ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୩ଟି ମ୍ୟାଚ୍‌ରୁ ୨ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାଜିତ ହୋଇ ୪ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି।

ଭାରତର ସମ୍ଭାବ୍ୟ ଦଳ: ଏମ୍‌ଏସ୍‌ ଧୋନି(ଅଧିନାୟକ), ରବିଚନ୍ଦ୍ରନ୍ ଅଶ୍ୱିନ୍‌, ଜସପ୍ରିତ ବୁମରା, ଶିଖର ଧାୱନ୍‌, ରବୀନ୍ଦ୍ର ଜାଡେଜା, ବିରାଟ କୋହଲି, ଆଶିଷ ନେହରା, ହାର୍ଦ୍ଦିକ ପାଣ୍ଡ୍ୟା, ସୁରେଶ ରାଇନା,ରୋହିତ ଶର୍ମା ଓ ଯୁବରାଜ ସିଂହ।

ଅଷ୍ଟ୍ରେଲିଆର ସମ୍ଭାବ୍ୟ ଦଳ: ଉସ୍‌ମାନ୍‌ ଖ୍ୱାଜା, ଆରୋନ୍‌ ଫିଞ୍ଚ, ଡେଭିଡ୍‌ ୱାର୍ଣ୍ଣର, ଷ୍ଟିଭ୍ ସ୍ମିଥ୍‌, ଗ୍ଳେନ୍‌ ମ୍ୟାକ୍ସୱେଲ୍‌, ସେନ୍‌ ୱାଟସନ୍‌, ଜେମ୍ସ ଫଲ୍କନର, ପିଟର ନେଭିଲ୍‌, ଆଡମ୍‌ ଜାମ୍ପା, ନାଥନ୍‌ କୋଲ୍ଟର ନାଇଲ୍ ଓ  ଜୋସ୍‌ ହେଜେଲ୍‌ଉଡ୍‌।

Related story