ଆଜି ଜାତୀୟ କ୍ରୀଡ଼ା ଦିବସ: ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର/ବାରିପଦା: ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ  ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କ୍ରୀଡ଼ା ଛାତ୍ରାବାସ ଅନ୍ତେବାସୀ, ପ୍ରଶିକ୍ଷକ ଓ କ୍ରୀଡ଼ା ଶିକ୍ଷକ ମାନଙ୍କର ଏକ ରାଲି ଷ୍ଟାଡିୟମ୍‌ରୁ ବାହାରି ସପ୍ତମ ବାଟାଲିୟନ୍‌ ଯାଏଁ ଯାଇଥିଲା। ଏହି ଅବସରରେ ହକି କିମ୍ୱଦନ୍ତୀ ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବାରିପଦାରେ ମଧ୍ୟ କ୍ରୀଡ଼ା ଦିବସ ଅବସରରେ ଏକ ମିନି ମାରାଥନ୍‌ ଆୟୋଜିତ ହୋଇଥିଲା। ସ୍ଥାନୀୟ ଛଉ ପଡ଼ିଆଠାରେ ପୂର୍ବତନ ଆଥ୍‌ଲେଟ୍‌ ବିବେକାନ୍ଦ ତ୍ରିପାଠୀ ପତାକା […]

sports

Rakesh Mallick
  • Published: Monday, 29 August 2016
  • , Updated: 29 August 2016, 10:38 AM IST

ଭୁବନେଶ୍ୱର/ବାରିପଦା: ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ  ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କ୍ରୀଡ଼ା ଛାତ୍ରାବାସ ଅନ୍ତେବାସୀ, ପ୍ରଶିକ୍ଷକ ଓ କ୍ରୀଡ଼ା ଶିକ୍ଷକ ମାନଙ୍କର ଏକ ରାଲି ଷ୍ଟାଡିୟମ୍‌ରୁ ବାହାରି ସପ୍ତମ ବାଟାଲିୟନ୍‌ ଯାଏଁ ଯାଇଥିଲା। ଏହି ଅବସରରେ ହକି କିମ୍ୱଦନ୍ତୀ ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ବାରିପଦାରେ ମଧ୍ୟ କ୍ରୀଡ଼ା ଦିବସ ଅବସରରେ ଏକ ମିନି ମାରାଥନ୍‌ ଆୟୋଜିତ ହୋଇଥିଲା। ସ୍ଥାନୀୟ ଛଉ ପଡ଼ିଆଠାରେ ପୂର୍ବତନ ଆଥ୍‌ଲେଟ୍‌ ବିବେକାନ୍ଦ ତ୍ରିପାଠୀ ପତାକା ଦେଖାଇ ଏହି ମାରାଥନ୍‌ର ଶୁଭାରମ୍ଭ କରିଥିଲେ। ପ୍ରାୟ ୪, ୦୦୦ ପୁରୁଷ ଓ ମହିଳା ଏହି ମାରାଥନ୍‌ରେ ଭାଗ ନେଇଥିଲେ। ଉପବାଚସ୍ପତି ସାନନ୍ଦ ମାଣ୍ଡି, ଅଭିନେତା ଉତ୍ତମ ମହାନ୍ତି ଓ ମୟୂରଭଞ୍ଜ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ଯୋଗ ଦେଇଥିଲେ।

Related story