ଆଜି ସ୍କଟ୍‌ଲାଣ୍ଡ-ଜିମ୍ବାୱେ ଓ ହଂକଂ-ଆଫଗାନିସ୍ତାନ ଲଢ଼େଇ

ନାଗପୁର: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଆଜି ଦୁଇଟି ମ୍ୟାଚ୍‌ ଖେଳାଯିବ। ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଦୁଇଟି ଖେଳାଯିବ। ପ୍ରଥମ ମ୍ୟାଚ୍‌ ଅପରାହ୍ନ ୩ଟାରେ ସ୍କଟ୍‌ଲାଣ୍ଡ-ଜିମ୍ବାୱେ ମଧ୍ୟରେ ମୁକାବିଲା ହେବାକୁ ଥିବା ବେଳେ ୭ଟା ୩୦ରେ ହଂକଂ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ସ୍କଟ୍ଲାଣ୍ଡ ଆଫଗାନିସ୍ତାନଠାରୁ ୧୪ ରନ୍‌ରେ ପରାଜିତ ହୋଇଥିଲା। ମଙ୍ଗଳବାର ମ୍ୟାଚ୍‌ରେ ଦଳ କରିଥିବା ତ୍ରୁଟିକୁ ଜିମ୍ବାୱେ ବିପକ୍ଷରେ ଦୋହରାଇବାକୁ ଚାହିଁବ ନାହିଁ। […]

icct-20-world-cup

Rakesh Mallick
  • Published: Thursday, 10 March 2016
  • , Updated: 10 March 2016, 04:31 AM IST

ନାଗପୁର: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଆଜି ଦୁଇଟି ମ୍ୟାଚ୍‌ ଖେଳାଯିବ। ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଦୁଇଟି ଖେଳାଯିବ। ପ୍ରଥମ ମ୍ୟାଚ୍‌ ଅପରାହ୍ନ ୩ଟାରେ ସ୍କଟ୍‌ଲାଣ୍ଡ-ଜିମ୍ବାୱେ ମଧ୍ୟରେ ମୁକାବିଲା ହେବାକୁ ଥିବା ବେଳେ ୭ଟା ୩୦ରେ ହଂକଂ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ।

ସ୍କଟ୍ଲାଣ୍ଡ ଆଫଗାନିସ୍ତାନଠାରୁ ୧୪ ରନ୍‌ରେ ପରାଜିତ ହୋଇଥିଲା। ମଙ୍ଗଳବାର ମ୍ୟାଚ୍‌ରେ ଦଳ କରିଥିବା ତ୍ରୁଟିକୁ ଜିମ୍ବାୱେ ବିପକ୍ଷରେ ଦୋହରାଇବାକୁ ଚାହିଁବ ନାହିଁ। ଅନ୍ୟପକ୍ଷରେ ମଙ୍ଗଳବାର ହଂକଂକୁ ଜିମ୍ବାୱେ ୧୪ ରନରେ ପରାସ୍ତ କରିଥିବାରୁ ଦଳର ମନୋବଳ ଦୃଢ଼ ରହିଛି।

ସ୍କଟ୍‌ଲାଣ୍ଡ ଗତ ୫ଟି ମ୍ୟାଚ୍‌ରୁ ୩ଟିରେ ହାରିଥିବା ବେଳେ ୨ଟିରେ ବିଜୟୀ ହୋଇଛି। ସେହିପରି ଜିମ୍ବାୱେ ମଧ୍ୟ ଶେଷ ୫ଟି ମ୍ୟାଚ୍‌ରୁ ୩ଟିରେ ଲାଗାତାର ବିଜୟ ହାସଲ କରିଥିବା ବେଳେ ୨ଟିରେ ପରାଜିତ ହୋଇଛି।

Related story