ବ୍ରହ୍ମପୁରରେ ସର୍ବଭାରତୀୟ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ବ୍ରହ୍ମପୁର: ବ୍ରହ୍ମପୁର ଏସ୍‌ପି କାର୍ଯ୍ୟାଳୟ ପରିସରରେ ଥିବା ଏରେନା ଟେନିସ୍ କୋର୍ଟରେ ସୋମବାରଠାରୁ ସର୍ବଭାରତୀୟ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏହା ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଗଞ୍ଜାମ ଜିଲ୍ଲା ଟେନିସ୍ ଏସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ୧୪ଟି ରାଜ୍ୟର ୩୨ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି। କେବଳ ବାଳକ ବର୍ଗର ଖେଳାଳିଙ୍କ ପାଇଁ ସିଙ୍ଗିଲ୍ସ ଓ ଡଲ୍ସସ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟକୁ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼. ପ୍ରଦୀପ ପାଣିଗ୍ରାହୀ ଉଦଘାଟନ […]

tennis-balls-and-rackets

Rakesh Mallick
  • Published: Monday, 29 February 2016
  • , Updated: 29 February 2016, 03:07 PM IST

ବ୍ରହ୍ମପୁର: ବ୍ରହ୍ମପୁର ଏସ୍‌ପି କାର୍ଯ୍ୟାଳୟ ପରିସରରେ ଥିବା ଏରେନା ଟେନିସ୍ କୋର୍ଟରେ ସୋମବାରଠାରୁ ସର୍ବଭାରତୀୟ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏହା ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଗଞ୍ଜାମ ଜିଲ୍ଲା ଟେନିସ୍ ଏସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ୧୪ଟି ରାଜ୍ୟର ୩୨ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି। କେବଳ ବାଳକ ବର୍ଗର ଖେଳାଳିଙ୍କ ପାଇଁ ସିଙ୍ଗିଲ୍ସ ଓ ଡଲ୍ସସ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟକୁ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼. ପ୍ରଦୀପ ପାଣିଗ୍ରାହୀ ଉଦଘାଟନ କରିବା ସହ ଏପରି ଜାତୀୟ ସ୍ତରର ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିବାରୁ ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ।

Related story