କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝରରେ ପ୍ରତିଷ୍ଠା କରାଯାଇଛି ରାଜ୍ୟର ପ୍ରଥମ ସିନ୍ଥେଟିକ୍ ଗ୍ରାଉଣ୍ଡ। ଏଠାରେ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ସ୍ତରୀୟ ଦିବାରାତ୍ର ହ୍ୟାଣ୍ଡବଲ୍ ଚମ୍ପିୟାନସିପ୍। ଏଥିରେ ଯୋଗ ଦେଇଛନ୍ତି ୪୦୦ରୁ ଅଧିକ ଖେଳାଳି।
କେନ୍ଦୁଝରଗଡ଼ ହ୍ୟାଣ୍ଡବଲ୍ ଷ୍ଟାଡିୟମ୍ରେ ଆରମ୍ଭ ହୋଇଛି ୩୪ ତମ ରାଜ୍ୟ ସ୍ତରୀୟ ଦିବାରାତ୍ର ହ୍ୟାଣ୍ଡବଲ୍ ଚମ୍ପିୟାନସିପ୍। ରାଜ୍ୟର ପ୍ରଥମ ସିନ୍ଥେଟିକ୍ ଗ୍ରାଉଣ୍ଡରେ ଖେଳିବା ପାଇଁ ଖେଳାଳିଙ୍କ ମଧ୍ୟରେ ଉତ୍ସହ ଦେଖିବାକୁ ମିଳିଛି। ତେବେ ଏହି ପଡ଼ିଆରେ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରି ନିଜ ଜିଲ୍ଲା ପାଇଁ ଗୌରବ ଆଣିବାକୁ ଆଶା ରଖିଛନ୍ତି ଖେଳାଳି। ତିନି ଦିନ ଧରି ଚାଲିବାକୁ ଥିବା ଏହି ଚମ୍ପିୟାନ୍ସିପ୍ରେ ୧୮ଟି ଜିଲ୍ଲାରୁ ୪୦୦ରୁ ଅଧିକ ମହିଳା ଓ ପୁରୁଷ ଖେଳାଳି ଯୋଗଦେଇଛନ୍ତି।
ଏହି ଚମ୍ପିୟାନ୍ସିପ୍ରେ ଯେଉଁ ଜିଲ୍ଲାର ଖେଳାଳିମାନେ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିବେ, ସେମାନଙ୍କୁ ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଚମ୍ପିୟାନସିପ୍ରେ ଭାଗ ନେବା ପାଇଁ ସୁଯୋଗ ମିଳିବ। ତେବେ ରାଜ୍ୟରେ ପ୍ରଥମ ସିଥେଟିକ୍ ପଡିଆରେ ଖେଳକୁ ଦେଖିବାକୁ ସହରବାସୀ ବେଶ ଉତ୍ସାହିତ ଅଛନ୍ତି।