ଏସିଆ କପ୍: ଆଜି ଭାରତ-ପାକ୍ ଲଢ଼େଇ

ମୀରପୁର: ଆଜି ଶେର-ଏ-ବାଂଲା ନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ସନ୍ଧ୍ୟା ୭ଟା ୩୦ରେ ଭାରତ ତାର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ଥାନକୁ ଭେଟିବ। ଏଥିପାଇଁ ଉଭୟ ଦଳ ବେଶ୍ ଉତ୍ସାହିତ ରହିଛନ୍ତି। ଉଭୟ ଦଳ ସ୍ୱତନ୍ତ୍ର ରଣକୌଶଳ ନେଇ ପଡ଼ିଆକୁ ଓହ୍ଲାଇବେ। ଭାରତ ତା’ର ବ୍ୟାଟିଂ ପ୍ରାଧାନ୍ୟ ଦେବ। ଦଳ ଗତ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟକୁ ଏଡ଼େଇବାକୁ ପ୍ରୟାସ କରିବ ଆଜିର ମ୍ୟାଚ୍‌ରେ। ପାକିସ୍ତାନ ଭାରତର ବ୍ୟାଟିଂକୁ ମାତ୍‌ ଦେବାକୁ ବୋଲିଂକୁ ତୀକ୍ଷ୍ନ କରିଛି। ପାଞ୍ଚବର୍ଷ ବାସନ୍ଦ ରହିବା ପରେ […]

india-vs-pakistan

Rakesh Mallick
  • Published: Saturday, 27 February 2016
  • , Updated: 27 February 2016, 03:09 AM IST

ମୀରପୁର: ଆଜି ଶେର-ଏ-ବାଂଲା ନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ସନ୍ଧ୍ୟା ୭ଟା ୩୦ରେ ଭାରତ ତାର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ଥାନକୁ ଭେଟିବ। ଏଥିପାଇଁ ଉଭୟ ଦଳ ବେଶ୍ ଉତ୍ସାହିତ ରହିଛନ୍ତି। ଉଭୟ ଦଳ ସ୍ୱତନ୍ତ୍ର ରଣକୌଶଳ ନେଇ ପଡ଼ିଆକୁ ଓହ୍ଲାଇବେ। ଭାରତ ତା’ର ବ୍ୟାଟିଂ ପ୍ରାଧାନ୍ୟ ଦେବ। ଦଳ ଗତ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟକୁ ଏଡ଼େଇବାକୁ ପ୍ରୟାସ କରିବ ଆଜିର ମ୍ୟାଚ୍‌ରେ। ପାକିସ୍ତାନ ଭାରତର ବ୍ୟାଟିଂକୁ ମାତ୍‌ ଦେବାକୁ ବୋଲିଂକୁ ତୀକ୍ଷ୍ନ କରିଛି। ପାଞ୍ଚବର୍ଷ ବାସନ୍ଦ ରହିବା ପରେ ଦଳକୁ ଫେରିଥିବା ମହମ୍ମଦ ଅମୀର ଆଜିର ମ୍ୟାଚ୍‌ ଖେଳିବା ଆଶା ରହିଛି। ଅନ୍ୟପକ୍ଷରେ ଦଳ ଆଝାର ମେହମୁଦଙ୍କୁ ବୋଲିଂ କୋଚ ଭାବେ ଶୁକ୍ରବାର ନିଯୁକ୍ତି ଦେଇଛି।

ଭାରତ ଏହି ଗ୍ରାଉଣ୍ଡରେ ୭ଟି ମ୍ୟାଚରୁ ମାତ୍ର ଗୋଟିଏ ମ୍ୟାଚ୍ ହାରିଥିବା ବେଳେ ୬ଟି ବିଜୟୀ ହୋଇଛି। ପାକିସ୍ତାନ ସେହି ଗ୍ରାଉଣ୍ଡରେ ୬ଟି ମ୍ୟାଚ୍‌ ଖେଳିଛି। ସେଥିମଧ୍ୟରୁ ୩ଟି ମ୍ୟାଚ୍‌ ହାରିଥିବା ବେଳେ ୩ଟି ରେ ବିଜୟୀ ହୋଇଛି।

ଭାରତ ଏହି ସରିଜ୍‌ରେ ଦ୍ୱିତୀୟ ମ୍ୟାଚ ଖେଳିବାକୁ ଥିବା ବେଳେ ପାକସ୍ତାନ ପ୍ରଥମ ମ୍ୟାଚ୍‌ ଖେଳିବ। ଦଳ ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ୪୫ ରନରେ ପରାସ୍ତ କରିଛି। ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବାରୁ ଦଳର ମନୋବଳ ଦୃଢ ରହିଛି।

ଭାରତୀୟ ସମ୍ଭାବ୍ୟ ଦଳ: ଏମଏସ ଧୋନି(ଅଧିନାୟକ),ବିରାଟ କୋହଲି, ଶିଖର ଧାୱନ୍, ଯୁବରାଜ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରିତ ବୁମରା, ଆର,ଅଶ୍ୱିନ୍, ସୁରେଶ ରାଇନା, ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ହରଭଜନ ସିଂହ, ଆଶୀଷ ନେହେରା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର ଓ ପୱାନ ନେଗୀ।

ପାକିସ୍ତାନ ସମ୍ଭାବ୍ୟ ଦଳ : ଶାହିଦ୍ ଆଫ୍ରିଦି(ଅଧିନାୟକ), ଏମ ହଫିଜ୍‌, ଅନୱାର ଅଲ୍ଲି,ଆଇ.ଅହମ୍ମଦ, ଖୁରାମ୍ ମଞ୍ଜୁର, ୱାହବ୍‌ ରିଆଜ୍‌, ଶୋଏବ୍‌ ମଲିକ୍, ମହମ୍ମଦ ଇରଫାନ୍‌, ମହମ୍ମଦ ଅମୀର, ଆଇ ୱାସିମ୍‌, ଏମ ନୱାଜ୍‌, ଏସ୍‌ ଅହମ୍ମଦ,ଉମା ଅକମଲ୍, ଏମ ସାମୀ ଓ ଏସ ଖାନ୍।

Related story