ଏସିଆ କପ୍‌ ଟି-ଟ୍ୱେଣ୍ଟି : ଆଜି ଭାରତ-ବାଂଲାଦେଶ ଫାଇନାଲ୍‌ ମୁକାବିଲା

ମୀରପୁର: ଏସିଆ କପ୍‌ ଟି-ଟ୍ୱେଣ୍ଟିର ଫାଇନାଲ୍‌ ମ୍ୟାଚ୍‌ ରବିବାର ମୀରପୁରର ଶେର-ଏ-ବାଂଲା ଷ୍ଟାଡିୟମରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ। ଭାରତ ଓ ବାଂଲାଦେଶ ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ। ଶନିବାର ଉଭୟ ଦଳ ମୀରପୁର ଷ୍ଟାଡିୟମରେ ଦୀର୍ଘ ସମୟ ଧରି ଅଭ୍ୟାସ କରିଥିଲେ। ପୂର୍ବରୁ ଭାରତ ୫ଥର ଏସିଆ କପ୍‌ (୫୦-୫୦ ଫର୍ମାଟରେ) ଜିତିଥିବା ଯୋଗୁଁ ଦଳର ପଲ୍ଲା ଭାରି ଅଛି। ତେବେ ଭ୍ରମଣକାରୀ ଦଳ ଘରୋଇ ଦଳଠାରୁ କଡ଼ା ଚ୍ୟାଲେଞ୍ଜ ପାଇପାରେ ବୋଲି ଆଶା କରାଯାଉଛି। […]

team-india-asia-cup

Rakesh Mallick
  • Published: Sunday, 06 March 2016
  • , Updated: 06 March 2016, 07:38 AM IST

ମୀରପୁର: ଏସିଆ କପ୍‌ ଟି-ଟ୍ୱେଣ୍ଟିର ଫାଇନାଲ୍‌ ମ୍ୟାଚ୍‌ ରବିବାର ମୀରପୁରର ଶେର-ଏ-ବାଂଲା ଷ୍ଟାଡିୟମରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ। ଭାରତ ଓ ବାଂଲାଦେଶ ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ। ଶନିବାର ଉଭୟ ଦଳ ମୀରପୁର ଷ୍ଟାଡିୟମରେ ଦୀର୍ଘ ସମୟ ଧରି ଅଭ୍ୟାସ କରିଥିଲେ।

ପୂର୍ବରୁ ଭାରତ ୫ଥର ଏସିଆ କପ୍‌ (୫୦-୫୦ ଫର୍ମାଟରେ) ଜିତିଥିବା ଯୋଗୁଁ ଦଳର ପଲ୍ଲା ଭାରି ଅଛି। ତେବେ ଭ୍ରମଣକାରୀ ଦଳ ଘରୋଇ ଦଳଠାରୁ କଡ଼ା ଚ୍ୟାଲେଞ୍ଜ ପାଇପାରେ ବୋଲି ଆଶା କରାଯାଉଛି। କାରଣ ଏହି ଟୁର୍ନାମେଣ୍ଟରେ ବାଂଲାଦେଶ ଭାରତଠାରୁ ଗୋଟିଏ ମ୍ୟାଚ୍‌ ହାରିଥିଲେ ସୁଦ୍ଧା ଶ୍ରୀଲଙ୍କା ଓ ପାକିସ୍ତାନ ଭଳି ଦୃଢ ଟିମ୍‌କୁ ମାତ୍‌ ଦେଇ ଫାଇନାଲକୁ ଆସିଛି। ପୁଣି ଦଳ ସପକ୍ଷରେ ଘରୋଇ ପରିବେଶ ରହିଛି।

ପୂର୍ବରୁ ଏହି ସିରିଜ୍‌ରେ ବାଂଲାଦେଶକୁ ଭାରତ ୪୬ ରନରେ ପରାସ୍ତ କରିଛି। ଫାଇନାଲରେ ଏହି ଧାରାକୁ ବଜାୟ ରଖିବାକୁ ଭାରତ ଚେଷ୍ଟା କରିବ। ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟି କରିବାକୁ ନିଷ୍ପତ୍ତି ନେବାକୁ ଚାହିଁବ। ବାଂଲାଦେଶ ଆଗରେ ଭାରତ ବଡ ସ୍କୋର କରିବାକୁ ଚେଷ୍ଟା କରିବ।

ଅନ୍ୟପକ୍ଷରେ ବାଂଲାଦେଶ ଭାରତ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ କରିଥିବା ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରିବ। ପାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟକୁ ଏଡେଇବାକୁ ଦଳ ଆକ୍ରମଣାତ୍ମକ ବ୍ୟାଟିଂ କରି ନ ପାରେ। ଯଦି ଦଳ ଟସ୍‌ ଜିତେ ତେବେ ଧୀମା ଭାବେ ଖେଳ ଆରମ୍ଭ କରି ଶେଷ ଆଡକୁ ଆକ୍ରମଣାତ୍ମକ ହେବ ବୋଲି ଆଶା କରାଯାଉଛି। ବୋଲିଂକୁ ଶାଣିତ କରି ଭାରତୀୟ ବ୍ୟାଟିଂକୁ ଧ୍ୱଂସ କରିବାକୁ ଦଳ ପ୍ରାୟସ କରିବ।

ଭାରତର ସମ୍ଭାବ୍ୟ ଦଳ: ଏମଏସ୍‌ ଧୋନି(ଅଧିନାୟକ), ଶିଖର ଧାୱନ, ରୋହିତ ଶାର୍ମା, ବିରାଟ କୋହଲି, ଯୁବରାଜ ସିଂହ, ରବୀନ୍ଦ୍ର ଜେଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ଆର. ଅଶ୍ୱିନ୍, ଜସପ୍ରିତ ବୁମରା, ଆଶିଷ ନେହେରା, ସୁରେଶ ରାଇନା, ଆଜିଙ୍କ୍ୟ ରାହାଣେ, ହରଭଜନ ସିଂହ, ପବନ ନେଗୀ, ଭୁବନେଶ୍ୱର କୁମାର ଓ ପାର୍ଥିବ ପଟେଲ।

ବାଂଲାଦେଶର ସାମ୍ଭାବ୍ୟ ଦଳ: ଏମ. ମୋର୍‌ତାଜ୍ (ଅଧିନାୟକ), ଆବୁ ହାଇଦର, ଅଲ୍‌-ଅମୀନ୍ ହୁସେନ୍‌, ଇମ୍ରୁଲ କେୟେଜ୍‌, ମହମୁଦ୍ଉଲ୍ଲା, ଏମ.ମିଥୁନ୍, ଏମ. ରହିମ୍‌, ନାସୀର ହୁସେନ୍‌, ନୁରୁଲ୍ ହାସନ୍, ଶବୀର ରେହମାନ୍, ସକିବ-ଅଲ-ହାସନ୍‌, ସୌମ୍ୟ ସରକାର, ତସ୍‌କୀନ୍ ଅମମ୍ମଦ ଓ ତାମିମ୍‌ ଇକ୍‌ବାଲ।

Related story