ଆସନ୍ତା ମାସରେ ଭୁଟାନ୍‌ରେ ହେବ ଏସିଆନ୍‌ ଟେନିସ୍‌ ଟୁର

ନୂଆଦିଲ୍ଲୀ: ଆସନ୍ତାମାସରେ ଭୁଟାନ୍‌ରେ ପ୍ରଥମ ଥର ପାଇଁ ହେବ ଏସିଆନ୍‌ ଟେନିସ୍‌ ଟୁର (ଏଟିଟି)। ଏସିଆର ଚତୁର୍ଥ ରାଷ୍ଟ୍ର ଭାବେ ଭୁଟାନ୍‌ରେ ହେବ ଏହି ଟୁର୍ଣ୍ଣାମେଣ୍ଟ। ପୂର୍ବରୁ ଭାରତ, ଥାଇଲାଣ୍ଡ ଓ ଇରାନ୍‌ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିସାରିଛନ୍ତି। ସେପ୍ଟେମ୍ବର ୧୬ରୁ ୧୮ ପର୍ଯ୍ୟନ୍ତ ୨ ଦିନ ଧରି ଭୁଟାନ୍‌ରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଅନୁଷ୍ଠିତ ହେବ ଏହି ଟୁର୍ଣ୍ଣାମେଣ୍ଟ। ଏସିଆନ୍ ଟେନିସ୍‌ ଫେଡେରସନ(ଏଟିଏଫ୍‌)ର ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି,“ଏକକ ଓ ଯୁଗଳ ବର୍ଗରେ […]

Tennis Racquet Picturejpg

Rakesh Mallick
  • Published: Tuesday, 30 August 2016
  • , Updated: 30 August 2016, 05:39 PM IST

ନୂଆଦିଲ୍ଲୀ: ଆସନ୍ତାମାସରେ ଭୁଟାନ୍‌ରେ ପ୍ରଥମ ଥର ପାଇଁ ହେବ ଏସିଆନ୍‌ ଟେନିସ୍‌ ଟୁର (ଏଟିଟି)। ଏସିଆର ଚତୁର୍ଥ ରାଷ୍ଟ୍ର ଭାବେ ଭୁଟାନ୍‌ରେ ହେବ ଏହି ଟୁର୍ଣ୍ଣାମେଣ୍ଟ। ପୂର୍ବରୁ ଭାରତ, ଥାଇଲାଣ୍ଡ ଓ ଇରାନ୍‌ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିସାରିଛନ୍ତି। ସେପ୍ଟେମ୍ବର ୧୬ରୁ ୧୮ ପର୍ଯ୍ୟନ୍ତ ୨ ଦିନ ଧରି ଭୁଟାନ୍‌ରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଅନୁଷ୍ଠିତ ହେବ ଏହି ଟୁର୍ଣ୍ଣାମେଣ୍ଟ।

ଏସିଆନ୍ ଟେନିସ୍‌ ଫେଡେରସନ(ଏଟିଏଫ୍‌)ର ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି,“ଏକକ ଓ ଯୁଗଳ ବର୍ଗରେ ଭୁଟାନ୍‌ ପକ୍ଷରୁ କୌଶସି ପ୍ରତିଯୋଗୀ ଏଟିପି ଓ ଡବ୍ଲ୍ୟୁଟିଏ ମାନ୍ୟତା ପାଇ ନ ଥିଲେ ମଧ୍ୟ ଏହିଠାରେ ହେବ ଏସିଆନ୍‌ ଟେନିସ୍‌ ଟୁର। ଏହି ଟୁର୍ଣ୍ଣାମେଣ୍ଟରେ ବଡ ବଡ ପ୍ରତିଯୋଗୀଙ୍କୁ ଦେଖି ଏଠାକାର ଖେଳାଳିମାନେ ଉତ୍ସାହିତ ହେବେ।”

Related story