ଆସନ୍ତାକାଲି ଦ୍ୱିତୀୟ ଟି-୨୦ରେ ଭାରତୀୟ ମହିଳା ଟିମ୍‌କୁ ଭେଟିବ ଶ୍ରୀଲଙ୍କା

ରାଞ୍ଚି: ଆସନ୍ତାକାଲି ରାଞ୍ଚିର ଜେଏସସିଏ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ତିନି ମ୍ୟାଚ ବିଶିଷ୍ଟ ସିରିଜ୍‌ର ଦ୍ୱିତୀୟ ଟି-୨୦ରେ ଭାରତୀୟ ମହିଳା ଦଳକୁ ଭେଟିବ ଶ୍ରୀଲଙ୍କା ମହିଳା ଦଳ। ଏହି ମ୍ୟାଚ ଭାରତୀୟ ସମୟ ସକାଳ ୧୦ଟାରେ ଖେଳାଯିବ। ପ୍ରଥମ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୩୪ରନ୍‌ରେ ଭାରତ ପରାଜିତ କରିଥିବାରୁ ଦଳର ମନୋବଳ ଦୃଢ ରହିଛି। ଦଳ ଗତ ମ୍ୟାଚର ପ୍ଲାନିଂ ନେଇ ପଡିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଗତ ମ୍ୟାଚରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟକୁ ଏଡାଇବାକୁ ପ୍ରୟାସ କରିବ। […]

india women

Rakesh Mallick
  • Published: Tuesday, 23 February 2016
  • , Updated: 23 February 2016, 03:22 PM IST

ରାଞ୍ଚି: ଆସନ୍ତାକାଲି ରାଞ୍ଚିର ଜେଏସସିଏ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ତିନି ମ୍ୟାଚ ବିଶିଷ୍ଟ ସିରିଜ୍‌ର ଦ୍ୱିତୀୟ ଟି-୨୦ରେ ଭାରତୀୟ ମହିଳା ଦଳକୁ ଭେଟିବ ଶ୍ରୀଲଙ୍କା ମହିଳା ଦଳ। ଏହି ମ୍ୟାଚ ଭାରତୀୟ ସମୟ ସକାଳ ୧୦ଟାରେ ଖେଳାଯିବ। ପ୍ରଥମ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୩୪ରନ୍‌ରେ ଭାରତ ପରାଜିତ କରିଥିବାରୁ ଦଳର ମନୋବଳ ଦୃଢ ରହିଛି। ଦଳ ଗତ ମ୍ୟାଚର ପ୍ଲାନିଂ ନେଇ ପଡିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଗତ ମ୍ୟାଚରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟକୁ ଏଡାଇବାକୁ ପ୍ରୟାସ କରିବ। ଭାରତୀୟ ମହିଳା ଦଳର ବୋଲିଂକୁ ମାତ ଦେବାକୁ ଓପନିଂ ଉପରେ ଗୁରୁତ୍ୱ ଦେବ।

ଭାରତୀୟ ସମ୍ଭାବ୍ୟ ଦଳ: ଭି. କ୍ରୀଷ୍ଣାମୂର୍ତ୍ତି, ଏସ. ମାନ୍ଧାନା, ମତିଲି ରାଜ୍‌, ଝୁଲନ୍ ଗୋସ୍ୱାମୀ, ଟି.କାମିନୀ, ଏନ୍.ନାଗାର୍ଜୁନ,ପୁନମ୍ ଯାଦବ୍, ସୁଷମା ବର୍ମା, ଆର.ଗାଇକ୍ୱାଡ,ଏଚ.କୌର,ଶିଖା ପାଣ୍ଡେ,ଭି.ଭନିତା, ଏସ.ରାନା, ଅନୁଜା ପାଟିଲ, ଦିପ୍ତି ଶାର୍ମା ଓ ଏକତା ବିଷ୍ଟ।

ଶ୍ରୀଲଙ୍କା ସାମ୍ଭାବ୍ୟ ଦଳ: ଏସ.ସିରିବର୍ଦ୍ଧନେ, ଏନ.ଡି ସିଲଭା, ୟୁ.ପ୍ରବୋଧାନୀ, ଡି.ମନୋଦରା, ୟଶୋଦା ମେଣ୍ଡିସ୍‌, ସି. ଆଟ୍ଟାପେଟ୍ଟୁ, ଚାଣ୍ଡିମା କରୁଣାଥାନେ, ଆମ୍ମା କାଞ୍ଚନା, ଈଶାନୀ ଲୋକୁସୁରାୟାଙ୍ଗେ, ନିପୁନି ହଂସିକା, ନିଶିକା ଡି ସିଲଭା ଓ ଆଇ.ରାଣାୱିରା।

Related story