ନାଗପୁର: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ଆସନ୍ତାକାଲି ଦୁଇଟି ମ୍ୟାଚ୍ ଖେଳାଯିବ। ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଦୁଇଟି ଖେଳାଯିବ। ପ୍ରଥମ ମ୍ୟାଚ୍ ଅପରାହ୍ନ ୩ଟାରେ ସ୍କଟ୍ଲାଣ୍ଡ-ଜିମ୍ବାୱେ ମଧ୍ୟରେ ମୁକାବିଲା ହେବାକୁ ଥିବା ବେଳେ ୭ଟା ୩୦ରେ ହଂକଂ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ।
ସ୍କଟଲାଣ୍ଡ ଆଫଗାନିସ୍ତାନଠାରୁ ୧୪ ରନରେ ପରାଜିତ ହୋଇଥିଲା। ଗତକାଲି ମ୍ୟାଚ୍ରେ ଦଳ କରିଥିବା ତ୍ରୁଟିକୁ ଜିମ୍ବାୱେ ବିପକ୍ଷରେ ଦୋହରାଇବାକୁ ଚାହିଁବ ନାହିଁ। ଅନ୍ୟପକ୍ଷରେ ଗତକାଲି ହଂକଂକୁ ଜିମ୍ବାୱେ ୧୪ ରନରେ ପରାସ୍ତ କରିଥିବାରୁ ଦଳର ମନୋବଳ ଦୃଢ ରହିଛି।
ସ୍କଟଲାଣ୍ଡ ଗତ ୫ଟି ମ୍ୟାଚ୍ରୁ ୩ଟିରେ ହାରିଥିବା ବେଳେ ୨ଟିରେ ବିଜୟୀ ହୋଇଛି। ସେହିପରି ଜିମ୍ବାୱେ ମଧ୍ୟ ଶେଷ ୫ଟି ମ୍ୟାଚ୍ରୁ ୩ଟିରେ ଲାଗାତାର ବିଜୟ ହାସଲ କରିଥିବା ବେଳେ ୨ଟିରେ ପରାଜିତ ହୋଇଛି।