Advertisment

ଟୋକିଓ ଅଲିମ୍ପିକ୍ସ: କ୍ୱାର୍ଟର ଫାଇନାଲ୍‌ରେ ଦୀପିକା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ତୀରନ୍ଦାଜୀର କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି ବିଶ୍ୱର ଏକ ନମ୍ବର ଖେଳାଳି ଦୀପିକା କୁମାରୀ। ମହିଳା ଏକକ ତୀରନ୍ଦାଜୀର ପ୍ରି-କ୍ୱାର୍ଟରରେ ସେ ଋଷିଆର କେସନିଆ ପେରୋଭାଙ୍କୁ ୬-୫ଙ୍କୁ ହରାଇ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଦୁହିଁଙ୍କ ମଧ୍ୟରେ କଡ଼ା ମୁକାବିଲ ହୋଇଥିଲା। ତେବେ ଦୀପିକା ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ସେଟ୍‌ରେ ଜିତି କେସନିଆ ପେରୋଭାଙ୍କ ଉପରେ ଚାପ ପକାଇଥିଲେ। କିନ୍ତୁ ଦ୍ୱିତୀୟ ସେଟ୍‌ରେ ପେରୋଭା ବିଜୟୀ ହୋଇଥିଲେ। ତୃତୀୟ ସେଟ୍‌କୁ […]

ଅଦ୍ୟତନ ହୋଇଛି
ଟୋକିଓ ଅଲିମ୍ପିକ୍ସ: କ୍ୱାର୍ଟର ଫାଇନାଲ୍‌ରେ ଦୀପିକା

Deepika

Advertisment

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ତୀରନ୍ଦାଜୀର କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି ବିଶ୍ୱର ଏକ ନମ୍ବର ଖେଳାଳି ଦୀପିକା କୁମାରୀ। ମହିଳା ଏକକ ତୀରନ୍ଦାଜୀର ପ୍ରି-କ୍ୱାର୍ଟରରେ ସେ ଋଷିଆର କେସନିଆ ପେରୋଭାଙ୍କୁ ୬-୫ଙ୍କୁ ହରାଇ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

Advertisment

ଦୁହିଁଙ୍କ ମଧ୍ୟରେ କଡ଼ା ମୁକାବିଲ ହୋଇଥିଲା। ତେବେ ଦୀପିକା ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ସେଟ୍‌ରେ ଜିତି କେସନିଆ ପେରୋଭାଙ୍କ ଉପରେ ଚାପ ପକାଇଥିଲେ। କିନ୍ତୁ ଦ୍ୱିତୀୟ ସେଟ୍‌ରେ ପେରୋଭା ବିଜୟୀ ହୋଇଥିଲେ। ତୃତୀୟ ସେଟ୍‌କୁ ଦୀପିକା କବଜା କରିଥିବା ବେଳେ ଚତୁର୍ଥ ସେଟ୍‌ରେ ସ୍କୋର ସମାନ ରହିଥିଲା। କିନ୍ତୁ ପଞ୍ଚମ ସେଟ୍‌ରେ କେସନିଆ ଭଲ ପ୍ରଦର୍ଶନ କରି ଆଗୁଆ ରହିଥିଲେ। ଏହାପରେ ଶୁଟ୍‌ଅଫ୍‌ରେ ଦୀପିକା ଚମତ୍କାର ପ୍ରଦର୍ଶନ କରିଥିଲେ।

ଆଜି ଦିନ ସାଢ଼େ ୧୧ଟାରେ ଦୀପିକା ତାଙ୍କର କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳିବେ। କ୍ୱାର୍ଟର ଫାଇନାଲ୍‌ରେ ତାଙ୍କର ମୁକାବିଲା କୋରିଆର ୟାନ୍ ସାନ୍‌ଙ୍କ ସହ ହେବ। ୟାନ୍ ସାନ ଟୋକିଓ ଅଲିମ୍ପିକ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ସାରିଛନ୍ତି। ସେ ମହିଳା ଟିମ୍ ଓ ମିକ୍ସଡ୍ ଟିମ୍‌ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।  ତେଣୁ ଦୀପିକାଙ୍କ ପାଇଁ ଏହି ମୁକାବିଲା ବହୁତ କଡ଼ା ହେବ।

Advertisment

[caption id="attachment_662751" align="aligncenter" width="650"]Atanu Das ତୀରନ୍ଦାଜ ଅତନୁ ଦାସ[/caption]

ସୂଚନାଯୋଗ୍ୟ, ଦୀପିକାଙ୍କ ସ୍ୱାମୀ ତଥା ତୀରନ୍ଦାଜ ଅତନୁ ଦାସ ଗତକାଲି ୨୦୧୨ର ଅଲିମ୍ପିକ୍ସ ବିଜେତା ତଥା କୋରିଆର ହୋ ଜିନ ହାୟେକଙ୍କୁ ଶୁଟଅଫରେ ହରାଇ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe