Advertisment

ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ

ମେଲବର୍ଣ୍ଣ: ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳର ଘୋଷଣା କରାଯାଇଛି। ୧୮ ଜଣିଆ ଅଷ୍ଟ୍ରେଲିଆ ସ୍କ୍ୱାଡରେ ଯୁବ ବ୍ୟାଟ୍ସମ୍ୟାନ୍ କାମେରନ୍ ଗ୍ରୀନଙ୍କୁ ସାମିଲ୍ କରାଯାଇଛି। ସେହିପରି ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ)ରେ ଦମଦାର ପ୍ରଦର୍ଶନ ବଳରେ ମୋଜେସ୍ ହେନରିକ୍ସ ତିନି ବର୍ଷ ପରେ ଜାତୀୟ ଦଳକୁ ଫେରିଛନ୍ତି। ଟିମର ନେତୃତ୍ୱଭାର ଆରୋନ୍ ଫିଞ୍ଚ୍ ନେବାକୁ ଥିବା ବେଳେ ତାଙ୍କ ଡେପୁଟୀ ଭାବେ ପ୍ୟାଟ୍ କମିନ୍ସ ରହିଛନ୍ତି। ଷ୍ଟାର୍ ଅଲରାଉଣ୍ଡର ମିଚେଲ୍ ମାର୍ଶ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ

aus1

ମେଲବର୍ଣ୍ଣ: ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳର ଘୋଷଣା କରାଯାଇଛି। ୧୮ ଜଣିଆ ଅଷ୍ଟ୍ରେଲିଆ ସ୍କ୍ୱାଡରେ ଯୁବ ବ୍ୟାଟ୍ସମ୍ୟାନ୍ କାମେରନ୍ ଗ୍ରୀନଙ୍କୁ ସାମିଲ୍ କରାଯାଇଛି। ସେହିପରି ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ)ରେ ଦମଦାର ପ୍ରଦର୍ଶନ ବଳରେ ମୋଜେସ୍ ହେନରିକ୍ସ ତିନି ବର୍ଷ ପରେ ଜାତୀୟ ଦଳକୁ ଫେରିଛନ୍ତି। ଟିମର ନେତୃତ୍ୱଭାର ଆରୋନ୍ ଫିଞ୍ଚ୍ ନେବାକୁ ଥିବା ବେଳେ ତାଙ୍କ ଡେପୁଟୀ ଭାବେ ପ୍ୟାଟ୍ କମିନ୍ସ ରହିଛନ୍ତି।

Advertisment

[caption id="" align="aligncenter" width="1600"]image of cameron green Cameron Green[/caption]

ଷ୍ଟାର୍ ଅଲରାଉଣ୍ଡର ମିଚେଲ୍ ମାର୍ଶ ଆହତ କାରଣରୁ ଟିମରୁ ବାଦ୍ ପଡ଼ିଛନ୍ତି। ଚଳିତ ଆଇପିଏଲରେ ମାର୍ଶ ସନରାଇଜର୍ସ ତରଫରୁ ଖେଳୁଥିବା ବେଳେ ଆହତ ହୋଇଥିଲେ। ଯାହା ପରେ ସେ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିଲେ। ଏବେ ବି ମାର୍ଶ ଅନଫିଟ୍ ଥିବାରୁ ତାଙ୍କ ନାଁ ବିଚାରକୁ ନିଆଯାଇନାହିଁ।

Advertisment

ଟିମରେ ସ୍ଥାନ ପାଇଥିବା ୨୧ ବର୍ଷୀୟ ଗ୍ରୀନଙ୍କ ପ୍ରଦର୍ଶନ ଘରୋଇ କ୍ରିକେଟରେ ଭଲ ରହିଥିଲା। ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆର ଏହି ବ୍ୟାଟ୍ସମ୍ୟାନ୍ ଗତ ସପ୍ତାହରେ ନ୍ୟୁ ସାଉଥ୍ ୱେଲ୍ସ ବିପକ୍ଷ ମ୍ୟାଚରେ ୧୯୭ ରନର ମାରାଥନ୍ ଇନିଂସ୍ ଖେଳିଥିବା ବେଳେ ସାଉଥ୍ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ଅର୍ଦ୍ଧଶତକ ମାରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

[caption id="" align="aligncenter" width="1080"]Image of Moises Henriques, Australia Moises Henriques[/caption]

ଅନକ୍ୟାପଡ୍ ଅଲରାଉଣ୍ଡର ଡାନିଏଲ୍ ସାମ୍ସ ନିଜ ସ୍ଥାନ ସୁରକ୍ଷିତ ରଖିଥିବା ବେଳେ ତାସମାନିଆ ପେସ୍ ବୋଲର ରିଲେ ମେରେଡିଥ୍ ସ୍କ୍ୱାଡରୁ ବାଦ୍ ପଡ଼ିଛନ୍ତି। ସ୍ପିନର ନେଥନ୍ ଲାୟନ ତିନୋଟି ଯାକ ଫର୍ମାଟ୍ ଖେଳିବା ନେଇ ଆଶବାଦୀ ଥିଲେ, ହେଲେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ତାଙ୍କ ବଦଳରେ ଟିମ୍ ଯୁବ ସ୍ପିନର୍ ଆଡାମ ଜାମ୍ପା ଓ ଆଷ୍ଟନ ଆଗରଙ୍କୁ ସାମିଲ୍ କରାଯାଇଛି।

ସୂଚନାଯୋଗ୍ୟ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହେବ। ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୨୭ରେ ଖେଳାଯିବ। ଏହା ପରେ ନଭେମ୍ବର ୨୯ରେ ୨ୟ ଓ ଡିସେମ୍ବର ୨ରେ ତୃତୀୟ ଦିନିକିଆ ଅନୁଷ୍ଠିତ ହେବ। ଏହା ପରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୪, ୨ୟ ମ୍ୟାଚ୍ ୬ ଓ ତୃତୀୟ ମ୍ୟାଚ୍ ୮ରେ ଖେଳାଯିବ। ସୀମିତ ଓଭର ସିରିଜ୍ ପରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଡିସେମ୍ବର ୧୭ରୁ ଆରମ୍ଭ ହେବ। ତେବେ ଟେଷ୍ଟ ସିରିଜ୍ ପାଇଁ ଟିମ୍ ଚୟନ ପରବର୍ତ୍ତୀ ସମୟରେ ହେବ।

ଅଷ୍ଟ୍ରେଲିଆ ଦିନିକିଆ ଓ ଟି-୨୦ ସ୍କ୍ୱାଡ୍: ଆରୋନ୍ ଫିଞ୍ଚ୍ (କ୍ୟାପଟେନ୍), ସିନ୍ ଆବୋଟ୍ଟ, ଆଷ୍ଟନ୍ ଆଗର୍, ଆଲେକ୍ସ କ୍ୟାରୀ, ପ୍ୟାଟ୍ କମିନ୍ସ (ଭାଇସ୍ କ୍ୟାପଟେନ୍), କାମେରନ୍ ଗ୍ରୀନ୍, ଜୋଶ୍ ହେଜଲଉଡ୍, ମୋଜେସ୍ ହେନରିକ୍ସ, ମାର୍ନସ୍ ଲାବୁଶେନ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ଡାନିଏଲ୍ ସାମ୍ସ, କେନ୍ ରିଚାର୍ଡସନ୍, ଷ୍ଟିଭ୍ ସ୍ମିଥ୍, ମିଚେଲ୍ ଷ୍ଟାର୍କ, ମାର୍କସ୍ ଷ୍ଟୋଇନିସ୍, ମାଥ୍ୟୁ ୱେଡ୍, ଡେଭିଡ୍ ୱାର୍ଣ୍ଣର୍, ଆଡାମ୍ ଜାମ୍ପା।

India Vs Australia Cricket