ଅଷ୍ଟ୍ରେଲିଆର ବାଂଲାଦେଶ ଗସ୍ତ ସ୍ଥଗିତ

ସିଡନୀ: କୋଭିଡ୍‌-୧୯ ମହାମାରୀର ପ୍ରଭାବ ଆଉ ଏକ ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ ଉପରେ ପଡ଼ିଛି। ଜୁନ୍ ମାସରେ ଅଷ୍ଟ୍ରେଲିଆ ତା’ର ବାଂଲାଦେଶ ଗସ୍ତକୁ ସ୍ଥଗିତ କରିଦେଇଛି। ବାଂଲାଦେଶ ଗସ୍ତରେ ଅଷ୍ଟ୍ରେଲିଆ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିଥାନ୍ତା। ଏହି ସିରିଜ୍ ଜୁନ୍ ୧୧ ତାରିଖରୁ ଆରମ୍ଭ ହେବାର ପାଇଁ ସ୍ଥିତ ହୋଇଥିଲା। ସିରିଜର ପ୍ରଥମ ଟେଷ୍ଟ ଚଟ୍ଟୋଗ୍ରାମରେ ହେବାକୁଥିବା ବେଳେ ଦ୍ୱିତୀୟ ଟେଷ୍ଟ ଜୁନ୍ ୧୯ ତାରିଖରୁ ଢାକାରେ ଆରମ୍ଭ ହୋଇଥାନ୍ତା। ଏ ନେଇ କ୍ରିକେଟ୍ ଅଷ୍ଟ୍ରେଲିଆର […]

aus

Ranjit Kumar Jena
  • Published: Thursday, 09 April 2020
  • , Updated: 09 April 2020, 08:18 PM IST

ସିଡନୀ: କୋଭିଡ୍‌-୧୯ ମହାମାରୀର ପ୍ରଭାବ ଆଉ ଏକ ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ ଉପରେ ପଡ଼ିଛି। ଜୁନ୍ ମାସରେ ଅଷ୍ଟ୍ରେଲିଆ ତା'ର ବାଂଲାଦେଶ ଗସ୍ତକୁ ସ୍ଥଗିତ କରିଦେଇଛି। ବାଂଲାଦେଶ ଗସ୍ତରେ ଅଷ୍ଟ୍ରେଲିଆ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିଥାନ୍ତା। ଏହି ସିରିଜ୍ ଜୁନ୍ ୧୧ ତାରିଖରୁ ଆରମ୍ଭ ହେବାର ପାଇଁ ସ୍ଥିତ ହୋଇଥିଲା।

ସିରିଜର ପ୍ରଥମ ଟେଷ୍ଟ ଚଟ୍ଟୋଗ୍ରାମରେ ହେବାକୁଥିବା ବେଳେ ଦ୍ୱିତୀୟ ଟେଷ୍ଟ ଜୁନ୍ ୧୯ ତାରିଖରୁ ଢାକାରେ ଆରମ୍ଭ ହୋଇଥାନ୍ତା। ଏ ନେଇ କ୍ରିକେଟ୍ ଅଷ୍ଟ୍ରେଲିଆର ସିଇଓ କେଭିଡ୍ ରବର୍ଟ୍ସ କହିଛନ୍ତି, ଆଗାମୀ ଦିନରେ ବ୍ୟସ୍ତବହୁଳ କ୍ରିକେଟ୍ ସୂଚୀ ଏବଂ କରୋନାଭାଇରସକୁ ଦୃଷ୍ଟିରେ ରଖି ଆମେ ବାଂଲାଦେଶକୁ ଗସ୍ତକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛୁ। ଆମେ ଏହି ଗସ୍ତକୁ ଭବିଷ୍ୟତରେ ପୂରଣ କରିବାକୁ ପ୍ରୟାସ କରିବୁ। ଦ୍ୱିତୀୟଥର ଲାଗି ଅଷ୍ଟ୍ରେଲିଆ ବାଂଲାଦେଶ ଗସ୍ତକୁ ସ୍ଥଗିତ କରିଛି।

ଦୁଇଦଳ ଚଳିତ ବର୍ଷ ଫେବୃଆରୀରେ ସିରିଜ୍ ଖେଳିଥାନ୍ତେ, କିନ୍ତୁ ଏହାକୁ ସ୍ଥଗିତ କରାଯାଇଥିଲା। ଅଷ୍ଟ୍ରେଲିଆ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁଥିବା ଦୁଇମ୍ୟାଚ୍ ବିଶିଷ୍ଟ ସିରିଜ୍ ଆଇସିସି ଟେଷ୍ଟ ଚାମ୍ପିୟନଶିପର ଅଂଶବିଶେଷ। ବର୍ତ୍ତମାନ ଅଷ୍ଟ୍ରେଲିଆ ଆଇସିସି ଟେଷ୍ଟ ଚାମ୍ପିୟନଶିପରେ ୨୯୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହଛି। ତେବେ ଭାରତ ୯ ମ୍ୟାଚ୍ ଖେଳି ୩୬୦ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛି। ବାଂଲାଦେଶ ଏପର୍ଯ୍ୟନ୍ତ ୩ଟି ଟେଷ୍ଟ ଖେଳିଥିଲେ ହେଁ କୌଣସି ପଏଣ୍ଟ ହାସଲ କରିନାହିଁ।

Related story