ଅଷ୍ଟ୍ରେଲିଆଠାରୁ ୨୧ ରନ୍‌ରେ ହାରିଲା ପାକିସ୍ତାନ

ମୋହାଲି: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ମୋହାଲିରେ ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୨୧ରନ୍‌ରେ ପାକିସ୍ତାନକୁ ପରାସ୍ତ କରିଛି। ଏହା ହେଉଛି ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ଲଗାତାର ତୃତୀୟ ପରାଜୟ। ଏହା ସହିତ ଦଳ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଯାଇଛି। ଅଷ୍ଟ୍ରେଲିଆ ୨୦ ଓଭରରେ ୧୯୩ ରନ୍ କରିଥିବା ବେଳେ ପାକିସ୍ତାନ ୧୭୨ ରନ୍ କରିବାକୁ ସମର୍ଥ ହୋଇଥିଲା। ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍ […]

shahid-afrid

Rakesh Mallick
  • Published: Friday, 25 March 2016
  • , Updated: 25 March 2016, 01:03 PM IST

[caption id="attachment_75651" align="alignleft" width="300"] ଶାହିଦ ଆଫ୍ରିଦି[/caption]

ମୋହାଲି: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ମୋହାଲିରେ ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୨୧ରନ୍‌ରେ ପାକିସ୍ତାନକୁ ପରାସ୍ତ କରିଛି। ଏହା ହେଉଛି ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ଲଗାତାର ତୃତୀୟ ପରାଜୟ। ଏହା ସହିତ ଦଳ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଯାଇଛି।

ଅଷ୍ଟ୍ରେଲିଆ ୨୦ ଓଭରରେ ୧୯୩ ରନ୍ କରିଥିବା ବେଳେ ପାକିସ୍ତାନ ୧୭୨ ରନ୍ କରିବାକୁ ସମର୍ଥ ହୋଇଥିଲା।

ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍ ହରାଇ ୧୯୩ ରନ୍ କରିଥିଲା। ଦଳ ପକ୍ଷରୁ ଷ୍ଟିଭେନ୍ ସ୍ମିଥ ଓ ସେନ୍ ୱାଟସନ୍ ଅପରାଜିତ ରହି ଯଥାକ୍ରମେ ୬୧ ଓ ୪୪ ରନ୍ କରି ଥିଲେ। ଓପନର୍ ଉସ୍‌ମାନ୍ ଖ୍ୱାଜା ୨୧ ରନ୍ କରିଥିବା ବେଳେ ଆରୋନ୍ ଫିଞ୍ଚ୍ ୧୫ ରନ୍ ଓ ଡାଭିଡ୍ ୱାର୍ଣ୍ଣର ୯ ରନ୍ କରି ଥିଲେ। ଗ୍ଲେନ୍ ମାକ୍ସୱେଲ୍ ୩୦ ରନ୍ କରି ଥିଲେ।

ପାକିସ୍ତାନ ପକ୍ଷରୁ ମହମ୍ମଦ ସାମି ୩ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ଅମୀର ଗୋଟିଏ ୱିକେଟ୍ ପାଇଥିଲେ।

୧୯୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୮ଟି ୱିକେଟ୍ ହରାଇ ୧୭୨ରନ୍ କରିବାକୁ ସମର୍ଥ ହୋଇଥିଲା। ଦଳ ପକ୍ଷରୁ ଓପନର୍ ସରଜିଲ୍ ଖାନ୍ ୩୦ ରନ୍ କରି ଆଉଟ୍ ହୋଇଥିବା ବେଳେ ଅହମଦ ଶେହଜାଦ ମାତ୍ର ୧ ରନ୍‌ରେ ଆଉଟ୍ ହୋଇଯାଇଥିଲେ। ଉମର ଅକମଲ ୨୦ଟି ବଲରୁ ୩୨ ରନ୍ କରିଥିଲେ। ଏହି ମ୍ୟାଚ୍‌ ପରେ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିକୁ ଅଲ୍‌ବିଦା କହିବାକୁ ସଂକେତ ଦେଇଥିବା ଅଧିନାୟକ ଶାହିଦ ଆଫ୍ରିଦି ମାତ୍ର ୧୪ ରନ୍ କରି ଆଉଟ୍ ହୋଇଯାଇଥିଲେ। ଦଳ ପକ୍ଷରୁ ସର୍ବାଧିକ ରନ୍ କରି ଥିଲେ ଖାଲିଦ୍ ଲତିଫ୍। ସେ ୪୧ ବଲ୍‌ରୁ ୪୬ ରନ୍ କରିଛନ୍ତି। ସେହିପରି ସୋଏବ ମଲ୍ଲିକ ଅପରାଜିତ ୨୦ ବଲ୍‌ରୁ ୪୦ ରନ୍ କରିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ଜେପି ଫକ୍‌ନର ୫ଟି ୱିକେଟ୍ ନେଇଥିବା ବେଳେ ଜାମ୍ପା ୨ଟି ଓ ହାଜେଲ୍‌ଉଡ୍ ଗୋଟିଏ ୱିକେଟ୍ ନେଇଥିଲେ।

ଅଷ୍ଟ୍ରେଲିଆ ଏହାର ପରବର୍ତ୍ତୀ ମ୍ୟାଚ୍ ମୋହାଲିରେ ଭାରତ ବିପକ୍ଷରେ ଖେଳିବ।

Related story