ଏସିଆକପ୍‌ ଓ ବିଶ୍ୱକପ୍ ଟି-୨୦ ପାଇଁ ପାକିସ୍ତାନ ବୋଲିଂ କୋଚ୍‌ ହେଲେ ଆଝାର

କରାଚୀ: ବାଂଲାଦେଶରେ ଖେଳାଯାଉଥିବା ଏସିଆକପ୍‌ ଓ ଭାରତରେ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପ୍‌ ପାଇଁ ଅଲାରାଉଣ୍ଡର ଆଝାର ମେହମୁଦଙ୍କୁ ପାକିସ୍ତାନ ବୋଲିଂ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ୪୦ ବର୍ଷୀୟ ମେହମୁଦ ଢାକା ଗସ୍ତରେ ଥିବା ଦଳରେ ଆଜି ଯୋଗ ଦେଇଛନ୍ତି ବୋଲି କହିଛନ୍ତି ଦଳର ମ୍ୟାନେଜର। ସେ କହିଛନ୍ତି ଯେ,“ ଲେଗ୍‌ ସ୍ପିନର ମୁସ୍ତାକ୍ ଅହମ୍ମଦଙ୍କୁ ବିଶ୍ରାମ ଦିଆଯାଇ ତାଙ୍କ ସ୍ଥାନରେ ଆଝାରଙ୍କୁ ନିଯୁକ୍ତି ଦିଆଯାଇଛି। ମୁସ୍ତାକ୍ ଆସନ୍ତା ଜୁନରେ ପାକିସ୍ତାନ ଇଂଲଣ୍ଡ ଗସ୍ତରେ […]

azhar-mahmood

Rakesh Mallick
  • Published: Friday, 26 February 2016
  • , Updated: 26 February 2016, 01:36 PM IST

କରାଚୀ: ବାଂଲାଦେଶରେ ଖେଳାଯାଉଥିବା ଏସିଆକପ୍‌ ଓ ଭାରତରେ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପ୍‌ ପାଇଁ ଅଲାରାଉଣ୍ଡର ଆଝାର ମେହମୁଦଙ୍କୁ ପାକିସ୍ତାନ ବୋଲିଂ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ୪୦ ବର୍ଷୀୟ ମେହମୁଦ ଢାକା ଗସ୍ତରେ ଥିବା ଦଳରେ ଆଜି ଯୋଗ ଦେଇଛନ୍ତି ବୋଲି କହିଛନ୍ତି ଦଳର ମ୍ୟାନେଜର। ସେ କହିଛନ୍ତି ଯେ,“ ଲେଗ୍‌ ସ୍ପିନର ମୁସ୍ତାକ୍ ଅହମ୍ମଦଙ୍କୁ ବିଶ୍ରାମ ଦିଆଯାଇ ତାଙ୍କ ସ୍ଥାନରେ ଆଝାରଙ୍କୁ ନିଯୁକ୍ତି ଦିଆଯାଇଛି। ମୁସ୍ତାକ୍ ଆସନ୍ତା ଜୁନରେ ପାକିସ୍ତାନ ଇଂଲଣ୍ଡ ଗସ୍ତରେ ଯାଉଥିବା ପାକିସ୍ତାନ ଦଳରେ ମୁସ୍ତାକ ଦଳରେ ମୁସ୍ତାକ୍ ଯୋଗଦେବେ।”

ଆଝାର ୟୁଏଇ ଓ ଇଂଲଣ୍ଡର ଏକ କ୍ଲବ ପକ୍ଷରୁ କୋଚିଂ ଦାୟିତ୍ୱ ନେଇଥିବା ବେଳେ ନିକଟରେ ଶେଷ ହୋଇଥିବା ପାକିସ୍ତାନ ସୁପର ଲିଗ୍‌ରେ ଇସଲାମାବାଦ୍ ୟୁନାଇଟେଡ ପକ୍ଷରୁ ଖେଳୁଥିଲେ। ସେ ଏପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ଦଳ ପକ୍ଷରୁ କୋଚିଂ ଦାୟିତ୍ୱ ନିଭେଇ ନାହାନ୍ତି।

Related story