ୱାର୍ଲ୍ଡ ରାଙ୍କିଙ୍ଗରେ ବଜରଙ୍ଗ ପୁନିଆ ଦ୍ୱିତୀୟ

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ରେସଲର୍ ବଜରଙ୍ଗ ପୁନିଆ ୱାର୍ଲ୍ଡ ରେସଲିଂର ନୂଆ ରାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି, ଯଦ୍ଦ୍ୱାରା ତାଙ୍କୁ ୬୫ କେଜି ବର୍ଗରେ ଆସନ୍ତାବର୍ଷ ହେବାକୁଥିବା ଟୋକିଓ ଅଲିମ୍ପିକ୍ସର ଶୀର୍ଷ-୪ର ମାନ୍ୟତା ମିଳିବା ଏକପ୍ରକାର ନିଶ୍ଚିତ ହୋଇଛି। ଉଦୀୟମାନ ତାରକା ରବି ଦାହିୟାଙ୍କୁ ମଧ୍ୟ ଆସନ୍ତାବର୍ଷ ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏହି ମହାକୁମ୍ଭରେ ଶୀର୍ଷ-୪ ମାନ୍ୟତା ମିଳିବା ପକ୍କା ହୋଇଛି। ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)ର ନୂଆ ରାଙ୍କିଙ୍ଗରେ […]

bajrang

Ranjit Kumar Jena
  • Published: Wednesday, 01 April 2020
  • , Updated: 01 April 2020, 08:55 PM IST

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ରେସଲର୍ ବଜରଙ୍ଗ ପୁନିଆ ୱାର୍ଲ୍ଡ ରେସଲିଂର ନୂଆ ରାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି, ଯଦ୍ଦ୍ୱାରା ତାଙ୍କୁ ୬୫ କେଜି ବର୍ଗରେ ଆସନ୍ତାବର୍ଷ ହେବାକୁଥିବା ଟୋକିଓ ଅଲିମ୍ପିକ୍ସର ଶୀର୍ଷ-୪ର ମାନ୍ୟତା ମିଳିବା ଏକପ୍ରକାର ନିଶ୍ଚିତ ହୋଇଛି। ଉଦୀୟମାନ ତାରକା ରବି ଦାହିୟାଙ୍କୁ ମଧ୍ୟ ଆସନ୍ତାବର୍ଷ ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏହି ମହାକୁମ୍ଭରେ ଶୀର୍ଷ-୪ ମାନ୍ୟତା ମିଳିବା ପକ୍କା ହୋଇଛି।

ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)ର ନୂଆ ରାଙ୍କିଙ୍ଗରେ ବଜରଙ୍ଗ ଦ୍ୱିତୀୟରେ ରହିଥିବା ବେଳେ ଦାହିୟା ୫୭ କେଜିରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ରୁଷର ଅଲିମ୍ପିକ୍ସ ଚାମ୍ପିୟନ୍ ଗଜିମୁରାଦ ରାଶିଦୋଭ୍ ୬୫ କେଜି ବର୍ଗରେ ୬୦ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛନ୍ତି। ସେହିପରି ବଜରଙ୍ଗଙ୍କର ୫୯ ପଏଣ୍ଟ ରହିଛି। ସେହିପରି ଏହି ବର୍ଗରେ କଜାଖସ୍ତାନର ଦୌଲତ ନିୟାଜାବେକୋଭ୍ ୫୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି।

ବଜରଙ୍ଗ ଚଳିତ ବର୍ଷ ଆରମ୍ଭରୁ ଆୟୋଜିତ ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିଲେ। ରୁଷର ବିଶ୍ୱ ଚାମ୍ପିୟନ୍ ଜୌର୍ ୟୁଗୁଏବ (୬୦ ପଏଣ୍ଟ) ୫୭ କେଜି ବର୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ବିଶ୍ୱ ଚାମ୍ପିୟନଶିପର ରନର୍ସଅପ୍ ସୁଲେମାନ ଅତଲି ୫୮ ପଏଣ୍ଟ ସହ ଦ୍ୱିତୀୟ, ଷ୍ଟିଭାନ୍ ମିକିକ୍ ୪୮ ପଏଣ୍ଟ ସହ ତୃତୀୟ ଏବଂ ଦାହିୟା ୪୫ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ତେବେ ଅଲିମ୍ପିକ୍ସର ଅନ୍ୟ ତିନୋଟି ଓଜନ ବର୍ଗ ଅର୍ଥାତ୍ ୭୪ କେଜି, ୯୭ କେଜି ଓ ୧୨୫ କେଜିର ଶୀର୍ଷ-୧୦ରେ କୌଣସି ଭାରତୀୟ ରେସଲର୍ ସ୍ଥାନ ପାଇନାହାନ୍ତି।

Related story