ବାଂଲାଦେଶକୁ ହରାଇ ଏସିଆ କପ୍ ଉଦଘାଟନୀ ମ୍ୟାଚ ଜିତିଲା ଭାରତ

ମୀରପୁର: ଏସିଆ କପ୍ ଟି-୨୦ର ଉଦଘାଟନୀ ମ୍ୟାଚ୍‌ରେ ବାଂଲାଦେଶକୁ ୪୫ରନରେ ହରାଇଛି ଭାରତ। ଆଜି ଶେର-ଏ-ବାଂଲାରେ ଖେଳାଯାଇଥିବା ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତ ବିଜୟରୁ ଯାତ୍ରା ଆରମ୍ଭ କରିଛି। ଭାରତର ବିସ୍ଫୋରକ ଓପନର ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ଓ ନେହରାଙ୍କ ୩ଟି ୱିକେଟ ବଳରେ ଭାରତ ଏହି ବିଜୟ ହାସଲ କରିଛି। ବାଂଲାଦେଶ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇଁ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା […]

asish nehera

Rakesh Mallick
  • Published: Wednesday, 24 February 2016
  • , Updated: 24 February 2016, 05:40 PM IST

ମୀରପୁର: ଏସିଆ କପ୍ ଟି-୨୦ର ଉଦଘାଟନୀ ମ୍ୟାଚ୍‌ରେ ବାଂଲାଦେଶକୁ ୪୫ରନରେ ହରାଇଛି ଭାରତ। ଆଜି ଶେର-ଏ-ବାଂଲାରେ ଖେଳାଯାଇଥିବା ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତ ବିଜୟରୁ ଯାତ୍ରା ଆରମ୍ଭ କରିଛି। ଭାରତର ବିସ୍ଫୋରକ ଓପନର ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ଓ ନେହରାଙ୍କ ୩ଟି ୱିକେଟ ବଳରେ ଭାରତ ଏହି ବିଜୟ ହାସଲ କରିଛି।

ବାଂଲାଦେଶ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇଁ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତ ନିର୍ଦ୍ଧାରିତ ଓଭରରେ ୬ଟି ୱିକେଟ ହରାଇ ୧୬୬ ରନ କରିଥିଲା। ଦଳ ପକ୍ଷରୁ ରୋହିତ ଶାର୍ମା ୫୫ବଲରୁ ୮୩, ହାର୍ଦ୍ଦିକ ପାଣ୍ଡ୍ୟା ୧୮ବଲରୁ ୩୧, ଯୁବରାଜ ସିଂହ ୧୬ ବଲରୁ ୧୫, ସୁରେଶ ରାଇନା ୧୩ ବଲରୁ ୧୩ ରନ କରି ଆଉଟ ହୋଇଥିଲେ। ଦଳ ପକ୍ଷରୁ ଶିଖର ଧାୱନ ଓ ବିରାଟ କୋହିଲି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ବାଂଲାଦେଶ ପକ୍ଷରୁ ଅଲ୍‌-ଅମୀନ୍ ହୁସେନ୍ ୩ଟି, ସକିବୁଲ ହାସନ୍, ମେହମ୍ମୁଲ୍ଲା ଓ ଏମ୍. ମୋର୍ତାଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

୧୬୭ ରନକୁ ପିଛା କରି ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ନିର୍ଦ୍ଧାରିତ ଓଭରରେ ମାତ୍ର ୧୨୧ ରନ କରି ୭ଟି ୱିକେଟ ହରାଇଥିଲା। ଭାରତର ଫାଷ୍ଟ ବୋଲର ଆଶିଷ ନେହରାଙ୍କ ଘାତକ ବୋଲିଂ ଯୋଗୁଁ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ବାଂଲାଦେଶ। ଦଳ କ୍ରମାଗତ ଭାବେ ୱିକେଟ ହରାଇବା ଯୋଗୁଁ ଭଲ ଭାଗୀଦାରୀ ହୋଇ ପାରି ନ ଥିଲା। ଦଳପକ୍ଷରୁ ଶବୀର ରେହମାନ ୩୨ ବଲରୁ ୪୪ ରନ,ଏମ. ରହିମ୍ ଅପରାଜିତ ୧୬ ଓ ଟି. ଅହମ୍ମଦ ଅପରାଜିତ ୧୫ ରନ କରିଥିଲେ। ଭାରତ ପକ୍ଷରୁ ଆଶିଷ ନେହରା ୩ଟି, ଜସପ୍ରିତ ବୁମ୍‌ରା, ହାର୍ଦ୍ଦିକ ପାଣ୍ଡ୍ୟ ଓ ଅଶ୍ୱିନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ରୋହିତ ଶର୍ମାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଘୋଷିତ କରାଯାଇଥିଲା।

ଆସନ୍ତା ୨୭ ତାରିଖରେ ପାରମ୍ପାରିକ ପ୍ରତିନ୍ଦ୍ୱନ୍ଦି ପାକିସ୍ତାନକୁ ଭେଟିବ ଭାରତ।

Related story