ନ୍ୟାସ୍‌ନାଲ୍ ଚାମ୍ପିଅନ୍‌ସିପ୍: ୫୦କିମି ରେସ୍‌ ୱାକ୍‌ରେ ବସନ୍ତଙ୍କୁ ସ୍ୱର୍ଣ୍ଣ

ଜୟପୁର: ରବିବାର ନ୍ୟାସ୍‌ନାଲ୍‌ ଚାମ୍ପିଅନସିପ୍‌ର ଶେଷ ଦିନରେ ୫୦ କିମି ରେସ୍‌ ୱାକ୍‌ ଅଲିମ୍ପିଆନ୍‌ ବସନ୍ତ ବାହାଦୂର ରାଣା ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଦିଲ୍ଲୀର ଏହି ୱାକ୍‌ର ଜଣଙ୍କ ୪ ଘଣ୍ଟା ୭ ମିନିଟ୍ ୨୪ ସେକେଣ୍ଡରେ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଗୋଟିଏ ମିନିଟ୍‌ ବିଳମ୍ବ ପାଇଁ ସେ ଅଲିମ୍ପିକ୍‌ ଯୋଗ୍ୟତାରୁ ବଞ୍ଚିତ ହୋଇଛନ୍ତି। ଏହି ବର୍ଗରେ ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନ ପାଇଁ ନିର୍ଦ୍ଧାରିତ ସମୟ ୪ ଘଣ୍ଟା ୬ ମିନିଟ୍ ରହିଥିଲା। ଉତ୍ତରାଖଣ୍ଡର ଚନ୍ଦନ ସିଂହ […]

Basanta Bahadur Rana

Rakesh Mallick
  • Published: Monday, 29 February 2016
  • , Updated: 29 February 2016, 03:05 PM IST

ଜୟପୁର: ରବିବାର ନ୍ୟାସ୍‌ନାଲ୍‌ ଚାମ୍ପିଅନସିପ୍‌ର ଶେଷ ଦିନରେ ୫୦ କିମି ରେସ୍‌ ୱାକ୍‌ ଅଲିମ୍ପିଆନ୍‌ ବସନ୍ତ ବାହାଦୂର ରାଣା ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଦିଲ୍ଲୀର ଏହି ୱାକ୍‌ର ଜଣଙ୍କ ୪ ଘଣ୍ଟା ୭ ମିନିଟ୍ ୨୪ ସେକେଣ୍ଡରେ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଗୋଟିଏ ମିନିଟ୍‌ ବିଳମ୍ବ ପାଇଁ ସେ ଅଲିମ୍ପିକ୍‌ ଯୋଗ୍ୟତାରୁ ବଞ୍ଚିତ ହୋଇଛନ୍ତି। ଏହି ବର୍ଗରେ ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନ ପାଇଁ ନିର୍ଦ୍ଧାରିତ ସମୟ ୪ ଘଣ୍ଟା ୬ ମିନିଟ୍ ରହିଥିଲା।

ଉତ୍ତରାଖଣ୍ଡର ଚନ୍ଦନ ସିଂହ ୪ଘଣ୍ଟା ୯ ମିନିଟ୍ ୫୦ ସେକେଣ୍ଡରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ରାଜସ୍ଥାନର ଜିତେନ୍ଦର ସିଂହ ରାଠୋର ୪ଘଣ୍ଟା ୧୨ ମିନିଟ ୧୦ ସେକେଣ୍ଡରେ ଲକ୍ଷ୍ୟସ୍ଥଳରେ ପହଞ୍ଚି ତାମ୍ର ପଦକ ଜିତିଛନ୍ତି।

Related story