ଭାରତ ବିପକ୍ଷ ସିରିଜ ପାଇଁ ନ୍ୟୁଜଲାଣ୍ଡ ଦଳରେ ନିଶାମ୍‌ ସାମିଲ

ୱେଲିଂଟନ୍‌: ଚଳିତମାସ ଶେଷରେ ଭାରତ ବିପକ୍ଷ ୩ ଟିକିଆ ସିରିଜ୍‌ ପାଇଁ ନ୍ୟୁଜିଲାଣ୍ଡ ଟିମ୍‌କୁ ଅଲରାଉଣ୍ଡର ଜେମି ନିଶାମ୍‌ ଫେରିଛନ୍ତି। ଆଘାତ କାରଣରୁ ଗତବର୍ଷ ନଭେମ୍ବରରୁ ଦଳରୁ ବାଦ ପଡିଥିବା ନିଶାମ୍‌ଙ୍କ ଉପରେ ଚୟନକର୍ତ୍ତା ପୁଣି ଥରେ ଭରଷା ଦେଖାଇଛନ୍ତି। ଫଳରେ ଦୀର୍ଘ ୧୧ ମାସ ପରେ ସେ ଜାତୀୟ ଦଳକୁ ଫେରୁଛନ୍ତି। ଗତବର୍ଷ ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ବେଳେ ଆଘାତ କାରଣରୁ ନିଶାମ୍‌ଙ୍କୁ ସ୍ୱଦେଶ ଫେରିବାକୁ ପଡିଥିଲା। ସୁସ୍ଥ ହେବା ପରେ ସେ ନ୍ୟୁଜଲାଣ୍ଡରେ […]

james-neesham

Rakesh Mallick
  • Published: Tuesday, 06 September 2016
  • , Updated: 06 September 2016, 06:52 PM IST

ୱେଲିଂଟନ୍‌: ଚଳିତମାସ ଶେଷରେ ଭାରତ ବିପକ୍ଷ ୩ ଟିକିଆ ସିରିଜ୍‌ ପାଇଁ ନ୍ୟୁଜିଲାଣ୍ଡ ଟିମ୍‌କୁ ଅଲରାଉଣ୍ଡର ଜେମି ନିଶାମ୍‌ ଫେରିଛନ୍ତି। ଆଘାତ କାରଣରୁ ଗତବର୍ଷ ନଭେମ୍ବରରୁ ଦଳରୁ ବାଦ ପଡିଥିବା ନିଶାମ୍‌ଙ୍କ ଉପରେ ଚୟନକର୍ତ୍ତା ପୁଣି ଥରେ ଭରଷା ଦେଖାଇଛନ୍ତି। ଫଳରେ ଦୀର୍ଘ ୧୧ ମାସ ପରେ ସେ ଜାତୀୟ ଦଳକୁ ଫେରୁଛନ୍ତି।

ଗତବର୍ଷ ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ବେଳେ ଆଘାତ କାରଣରୁ ନିଶାମ୍‌ଙ୍କୁ ସ୍ୱଦେଶ ଫେରିବାକୁ ପଡିଥିଲା। ସୁସ୍ଥ ହେବା ପରେ ସେ ନ୍ୟୁଜଲାଣ୍ଡରେ ଅନୁଷ୍ଠିତ ଘରୋଇ ସିଜିନ୍‌ରେ ଓଟାଗୋ ପ୍ରିଭେନ୍ସି ପାଇଁ ଖେଳିଥିଲେ।

ଭାରତ ବିପକ୍ଷ ସିରିଜ ପାଇଁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ନ୍ୟୁଜଲାଣ୍ଡର ୧୫ ଜଣିଆ ଟିମ୍‌ରେ ୩ଟି ପରିବର୍ତ୍ତନ କରାଯାଇଛି। ଏମ୍‌. ହେନେରୀ ଏବଂ ଜେଟ୍‌ ରାଭେଲ୍‌ଙ୍କୁ ଭାରତ ଗସ୍ତରୁ ବାଦ୍‌ ଦିଆଯାଇଛି। ଏକମାତ୍ର ଖେଳାଳି ଭାବେ ନିଶାମ୍‌ଙ୍କୁ ଦଳରେ ସାମିଲ କରାଯାଇଛି।

ଚୟନକର୍ତ୍ତା ଗଭିନ ଲାରସନ୍‌ କହିଛନ୍ତି, “କଠିନ ପରିଶ୍ରମ କରି ନିଶାମ୍‌ ଟେଷ୍ଟ ଦଳକୁ ଫେରିବାକୁ ନିଜକୁ ପ୍ରସ୍ତୁତ କରିଛନ୍ତି।”

Related story