ମୁମ୍ୱାଇ: ଟି-ଟ୍ୱେଣ୍ଟି ବିଶ୍ୱକପ୍ ପ୍ରସ୍ତୁତି ପାଇଁ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଅଭ୍ୟାସ ମ୍ୟାଚ୍। ଉଭୟ ଦଳରେ ବହୁଷ୍ଟାର ଖେଳାଳି ରହିଥିବାରୁ ସମସ୍ତଙ୍କ ନଜର ଆଜିର ମ୍ୟାଚ୍ ଉପରେ ରହିଛି । ଭାରତର ଆଜି ଏହା ହେବ ଦ୍ୱିତୀୟ ଅଭ୍ୟାସ୍ ମ୍ୟାଚ୍। ପୂର୍ବରୁ ଏକ ମ୍ୟାଚ୍ ଖେଳି ୱେଷ୍ଟଇଣ୍ଡିଜ୍କୁ ହରାଇ ସାରିଛି ଭାରତ। ତେଣୁ ଦଳର ମନୋବଳ ଦୃଢ଼ ରହିଛି।
ଦକ୍ଷିଣ ଆଫ୍ରିକା ବିଶ୍ୱକପ୍ ପୂର୍ବରୁ ନିଜ ଘରୋଇ ମାଟିରେ ଅଷ୍ଟ୍ରେଲିଆଠାରୁ ଏକ ଟି-ଟ୍ୱେଣ୍ଟି ସିରିଜ୍ ହାରିଥିବାରୁ ଦଳ ଭଲ ପ୍ରଦର୍ଶନ ପାଇଁ ପୂରା ଜୋରଦାର ପ୍ରୟାସ କରିବ।