ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ: ପୂର୍ଣ୍ଣିମା ଶ୍ରେଷ୍ଠ କ୍ରୀଡ଼ାବିତ୍

ଭୁବନେଶ୍ୱର: ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦାନ କରିଛନ୍ତି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର। ଅନ୍ତର୍ଜାତୀୟ ଆଥ୍‌ଲେଟ୍ ପୂର୍ଣ୍ଣିମା ହେମ୍ବ୍ରମଙ୍କୁ ଚଳିତ ବର୍ଷ ଶ୍ରେଷ୍ଠ କ୍ରୀଡ଼ାବିତ୍ ଭାବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ଫୁଟ୍‌ବଲ୍‌ କୋଚ୍ ଚିତ୍ରସେଣ ପାତ୍ର  ଓ ୱେଟ୍‌ଲିଫ୍ଟିଂ କୋଚ୍ ପି. ଧର୍ମାରାଓଙ୍କୁ ଶ୍ରେଷ୍ଠ କୋଚ୍‌ ଭାବେ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଛି। ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଶ୍ରେଷ୍ଠ ସଂଗଠକ ଭାବେ ବିଜୁ […]

purnima

Rakesh Mallick
  • Published: Monday, 29 August 2016
  • , Updated: 29 August 2016, 07:10 PM IST

ଭୁବନେଶ୍ୱର: ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦାନ କରିଛନ୍ତି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର। ଅନ୍ତର୍ଜାତୀୟ ଆଥ୍‌ଲେଟ୍ ପୂର୍ଣ୍ଣିମା ହେମ୍ବ୍ରମଙ୍କୁ ଚଳିତ ବର୍ଷ ଶ୍ରେଷ୍ଠ କ୍ରୀଡ଼ାବିତ୍ ଭାବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ଫୁଟ୍‌ବଲ୍‌ କୋଚ୍ ଚିତ୍ରସେଣ ପାତ୍ର  ଓ ୱେଟ୍‌ଲିଫ୍ଟିଂ କୋଚ୍ ପି. ଧର୍ମାରାଓଙ୍କୁ ଶ୍ରେଷ୍ଠ କୋଚ୍‌ ଭାବେ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଛି। ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଶ୍ରେଷ୍ଠ ସଂଗଠକ ଭାବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଦିଆଯାଇଛି। ସେହିପରି ତନ୍ମୟ ଦାଶ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ଭାବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇଛନ୍ତି।

ଯୁବ ସୁଇମର ପ୍ରତ୍ୟାଶା ରାୟଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।

ଏହି ଅବସରରେ ରିଓ ଅଲିମ୍ପିକ୍‌ରେ ଦେଶର ପ୍ରତିନିଧିତ୍ୱ କରିଥିବା ୬ ଓଡ଼ିଆ ଝିଅ ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ, ଦୀପଗ୍ରେସ୍ ଏକ୍କା, ଲିଳିମା ମିଞ୍ଜ, ସୁନୀତା ଲାକ୍ରା ଓ ନମିତା ଟପ୍ପୋଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Related story