Advertisment

IND vs WI : ଫଲୋଅନରେ ୱେଷ୍ଟ ଇଣ୍ଡିଜକୁ ଆଶା ଦେଖାଇଲେ କ୍ୟାମ୍ପବେଲ ଓ ହୋପ୍‌; ତଥାପି ଭାରତର ପଲା ଭାରି

ପ୍ରଥମ ଇନିଂସରେ ୨୪୮ ରନ୍‌ରେ ଇଣ୍ଡିଜ୍ ଅଲ୍‌ଆଉଟ୍ ହୋଇଯିବା ପରେ ୨୭୦ ରନ୍‌ର ଅଗ୍ରଣୀ ଲାଭ କରିଥିବା ଭାରତ ଫଲୋଅନ ଦେଇଥିଲା। ଫଳରେ ଭ୍ରମଣକାରୀ ଦଳ ଦ୍ୱିତୀୟ ଇନିଂସ ପାଇଁ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା।

Shai Hope and John Campbell

ଇଣ୍ଡିଜର ଆଶା ଉଜ୍ଜୀବିତ କରି ରଖିଛନ୍ତି ହୋପ୍ ଓ କ୍ୟାମ୍ପବେଲ

Advertisment

ଦିଲ୍ଲୀରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ରବିବାର ତୃତୀୟ ଦିନରେ ଫଲୋଅନ ଖାଇଥିବା ୱେଷ୍ଟ ଇଣ୍ଡିଜ୍ ପାଇଁ ଆଶ୍ୱସ୍ତି ଆଣିଛନ୍ତି ଜନ କ୍ୟାମ୍ପବେଲ ଓ ସାଇ ହୋପ୍। ଉଭୟଙ୍କ ଶତକୀୟ ଭାଗିଦାରୀ ଫଳରେ ଆଜି ଖେଳ ଶେଷ ହେବା ବେଳକୁ ଦଳ ୨ ୱିକେଟ ହରାଇ ୧୭୩ ରନ୍ ସଂଗ୍ରହ କରି ନେଇଛି। ତଥାପି ଦଳ ଭାରତଠାରୁ ୯୭ ରନ୍ ପଛରେ ରହିଛି। ତେଣୁ ଭାରତର ପଲା ଏବେବି ଭାରି ରହିଛି।

Advertisment

ପ୍ରଥମ ଇନିଂସରେ ୨୪୮ ରନ୍‌ରେ ଇଣ୍ଡିଜ୍ ଅଲ୍‌ଆଉଟ୍ ହୋଇଯିବା ପରେ ୨୭୦ ରନ୍‌ର ଅଗ୍ରଣୀ ଲାଭ କରିଥିବା ଭାରତ ଫଲୋଅନ ଦେଇଥିଲା। ଫଳରେ ଭ୍ରମଣକାରୀ ଦଳ ଦ୍ୱିତୀୟ ଇନିଂସ ପାଇଁ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ତେବେ ପ୍ରଥମ ଇନିଂସର ଭୁଲ୍‌କୁ ଦୋହରାଇ ନଥିଲା ଦଳ। ୧୪.୩ ଓଭରରେ ମାତ୍ର ୩୫ ରନ୍‌ରେ ୨ଟି ୱିକେଟ୍ ହରାଇଥିଲେ ବି ଓପନର ଜନ କ୍ୟାମ୍ପବେଲ ଓ ଚତୁର୍ଥ ସ୍ଥାନରେ ଖେଳିବାକୁ ଆସିଥିବା ସାଇ ହୋପ୍ ସ୍ଥିତିକୁ ସମ୍ଭାଳି ନେଇଥିଲେ ଓ ଆଉ ବିପର୍ଯ୍ୟୟ ହେବାକୁ ଦେଇ ନଥିଲେ। ଉଭୟ ଧୈର୍ଯ୍ୟର ସହିତ ଇନିଂସକୁ ଆଗେଇ ନେଇଥିଲେ।

କ୍ୟାମ୍ପବେଲ ୧୪୫ଟି ବଲ୍‌ରେ ୯ଟି ଚୌକା ଓ ୨ଟି ଛକା ସହାୟତାରେ ୮୭ ରନ୍ କରି ଅପରାଜିତ ରହିଛନ୍ତି। ସେହିପରି ସାଇ ହୋପ୍ ୧୦୩ଟି ବଲ୍‌ରୁ ୮ ଚୌକା ଓ ୨ଟି ଛକା ସହାୟତାରେ ୬୬ ରନ୍ କରି ଅପରାଜିତ ରହିଛନ୍ତି। ଉଭୟଙ୍କ ମଧ୍ୟରେ ଏକ ଚମତ୍କାର ଶତକୀୟ ଭାଗିଦାରୀ ହୋଇଛି।

Advertisment

ଚଳିତ ଦୁଇଟି ମ୍ୟାଚ୍ ବିଶିଷ୍ଟ ଭାରତ-ୱେଷ୍ଟ ଇଣ୍ଡିଜ୍ ଟେଷ୍ଟ ସିରିଜରେ ଏହା ହେଉଛି ୱେଷ୍ଟ ଇଣ୍ଡିଜର ପ୍ରଥମ ଶତକୀୟ ଭାଗିଦାରୀ। ଫଳରେ ଫଲୋଅନରେ ହିଁ ମ୍ୟାଚ୍ ଜିତିବାକୁ ଲକ୍ଷ୍ୟ ରଖିଥିବା ଭାରତ ପାଇଁ ବିଜୟ ଟିକେ ବିଳମ୍ବରେ ଆସିପାରେ। ଦଳ ଏବେବି ୯୭ ରନ୍ ଆଗରେ ରହିଥିବା ବେଳେ ଆହୁରି ଦୁଇ ଦିନ ଖେଳ ବାକି ଅଛି। 

ଶୁବମନ ଗିଲଙ୍କ ନେତୃତ୍ୱାଧୀନ ଟିମ୍ ପ୍ରଥମ ଇନିଂସରେ ଚମତ୍କାର ବୋଲିଂ କରି ୫ଟି ୱିକେଟ ହାସଲ କରିଥିବା କୁଲଦୀପ ଦ୍ୱିତୀୟ ଇନିଂସରେ ୧୧ ଓଭରରେ ୫୩ ରନ୍ ଦେଇଥିଲେ ହେଁ ଗୋଟିଏ ବି ୱିକେଟ୍ ପାଇନଥିଲେ। ଅନ୍ୟପକ୍ଷରେ ମହମ୍ମଦ ସିରାଜ ୬ ଓଭର ବୋଲିଂ କରି ୧୦ ରନ୍ ଦେଇ ଗୋଟିଏ ୱିକେଟ ହାସଲ କରିଥିଲେ। ୱାଶିଂଟନ ସୁନ୍ଦରଙ୍କୁ ମଧ୍ୟ ଗୋଟିଏ ୱିକେଟ ମିଳିଛି।

ସୂଚନାଯୋଗ୍ୟ, ଭାରତ ପ୍ରଥମ ଇନିସଂରେ ୫ ୱିକେଟ୍ ହରାଇ ୫୧୮ ରନ୍ କରି ପାଳି ଘୋଷଣା କରିଥିଲା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe