Advertisment

IND vs WI: ୫୧୮/୫ ପରେ ପାଳି ଘୋଷଣା କଲା ଭାରତ, ଝଡ଼ିଗଲା ୱେଷ୍ଟଇଣ୍ଡିଜର ୪ ୱିକେଟ୍‌

୫୧୮/୫ରେ ପାଳି ଘୋଷଣା କରିବା ପରେ ଭାରତୀୟ ଟିମ ୱେଷ୍ଟଇଣ୍ଡିଜର ୪ ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇ ଦେଇଛି। ଏବେ ବି ୱେଷ୍ଟଇଣ୍ଡିଜ ଟିମ ଭାରତର ପ୍ରଥମ ଇନିଂସର ସ୍କୋର ଠାରୁ ୩୭୮ ରନ ପଛରେ ରହିଛି।

author-image
Hemant Lenka
Jadeja

ଭାରତୀୟ ଟିମ

ପ୍ରଥମ ଦିନ ଭଳି ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ(Test Cricket)ର ଦ୍ୱିତୀୟ ଦିନରେ ବି ଭାରତୀୟ ଟିମର ଦବଦବା ଦେଖିବାକୁ ମିଳିଛି। ପ୍ରଥମ ଟେଷ୍ଟ(Test Match) ତୁଳନାରେ ଇଣ୍ଡିଜ ଟିମ ଭାରତକୁ ସାମାନ୍ୟ ଟକ୍କର ଦେଇଛି। ତଥାପି ଭାରତୀୟ ଟିମ ଦ୍ୱିତୀୟ ଟେଷ୍ଟରେ ବି ଯଥେଷ୍ଟ ଆଗରେ ରହିଛି। 

Advertisment

୫୧୮/୫ରେ ପାଳି ଘୋଷଣା କରିବା ପରେ ଭାରତୀୟ ଟିମ ୱେଷ୍ଟଇଣ୍ଡିଜର ୪ ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇ ଦେଇଛି। ଏବେ ବି ୱେଷ୍ଟଇଣ୍ଡିଜ ଟିମ ଭାରତର ପ୍ରଥମ ଇନିଂସର ସ୍କୋର ଠାରୁ ୩୭୮ ରନ ପଛରେ ରହିଛି। ଦଳ ପାଖରେ ମାତ୍ର ୬ଟି ୱିକେଟ ରହିଥିବାରୁ ପ୍ରଥମେ ଫଲୋଅନ ଏଡ଼ାଇବାକୁ ଦଳ ଚେଷ୍ଟା କରୁଛି। ଫଲୋଅନ ଖାଇବା ଠାରୁ ଏବେ ବି ଇଣ୍ଡିଜ ଟିମ ୧୭୮ ରନ ପଛରେ ରହିଛି। 

ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ଇଣ୍ଡିଜ ଟିମ ୪ ୱିକେଟ ହରାଇ ୧୪୦ ରନ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଅଭିଜ୍ଞ ସାଇ ହୋପ ୩୪ ଓ  ୱିକେଟ କିପର ତେଭିନ ଇମଲାଚ ୧୪ ରନ କରି ଅପରାଜିତ ରହିଛନ୍ତି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୩ଟି ଓ କୁଲଦୀପ ଯାଦବଙ୍କୁ ଗୋଟିଏ ୱିକେଟ ମିଳିଛି।

Advertisment

ଦିଲ୍ଲୀରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟ(India VS WestIndies Test Match)ର ପ୍ରଥମ ଇନିଂସରେ ଭାରତ ପାଇଁ ଯଶସ୍ୱୀ ଜୈସୱାଲ ଓ ଅଧିନାୟକ ଶୁବମନ ଗିଲ ଶତକ ହାସଲ କରିଛନ୍ତି। ଜୈସୱାଲ ୧୭୫ ରନ ଓ ଗିଲ ଅପରାଜିତ ୧୨୯ କରିଛନ୍ତି। ପ୍ରଥମ ଦିନର ସ୍କୋର ୩୧୮ରୁ ଭାରତର ଦୁଇ ବ୍ୟାଟର ଗିଲ ଓ ଜୈସୱାଲ ଆଜି ବ୍ୟାଟିଂ ଆରମ୍ଭ କରିଥିଲେ। କିନ୍ତୁ ପ୍ରଥମ ଦିନ ୧୭୩ ରନ କରିଥିବା ଜୈସୱାଲ ଆଜି ମାତ୍ର ଆଉ ୨ ରନ କରି ଦୁର୍ଭାଗ୍ୟଜନକ ଭାବେ ରନ ଆଉଟ ହୋଇଯାଇଥିଲେ। 

ସମସ୍ତଙ୍କୁ ଚକିତ କରି ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ନୀତୀଶ କୁମାର ରେଡ୍ଡୀ। ସେ ଦ୍ରୁତଗତିରେ ୪୩ ରନ ଯୋଡ଼ି ଭାରତର ୪୦୦ ପାର କରାଇଥିଲେ। ଏସବୁ ଭିତରେ ଗତକାଲି ୨୦ ରନ କରିଥିବା ଗିଲ ଆଜି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୪୧୬ ଥିବର ବେଳେ ରେଡ୍ଡୀ ୪୩ ରନ କରି ଜୋମେଲ ୱାରିକାନଙ୍କ ବଲରେ ଆଉଟ ହୋଇଥିଲା। ଏହା ୱାରିକାନଙ୍କ ତୃତୀୟ ୱିକେଟ। ପ୍ରଥମ ଦିନରେ ସେ କେଏଲ ରାହୁଲ ଓ ସାଈ ସୁଦର୍ଶନଙ୍କ ୱିକେଟ ନେଇଥିଲେ।

ରେଡ୍ଡୀ ଆଉଟ ହୋଇଥିଲେ ହେଁ ଏହାର ପ୍ରଭାବ ଗିଲଙ୍କ ଉପରେ ପଡ଼ି ନଥିଲା। ସେ ଧ୍ରୁବ ଜୁରେଲଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ପ୍ରଥମେ ୧୭୭ ବଲରେ ନିଜ ଟେଷ୍ଟ କ୍ୟାରିୟରର ୧୦ମ ଶତକ ହାସଲ କରିଥିଲେ। ଏହା ମଧ୍ୟରେ ୧୩ଟି ଚୌକା ଓ ଗୋଟିଏ ଛକା ରହିଥିଲା। ଏହାପରେ ସେ ଆଉ ଗୋଟିଏ ଛକା ଓ ୩ଟି ଚୌକା ମାରିଥିଲେ। ତାଙ୍କ ସହ ଏହି ସମୟରେ ଧ୍ରୁବ ଜୁରେଲ ରହିଥିଲେ। ଜୁରେଲ ୪୪ ରନ କରି ଆଉଟ ହେବା ପରେ ଭାରତ ପ୍ରଥମ ପାଳିକୁ ୫୧୮/୫ରେ ଘୋଷଣା କରିଥିଲା। ଗିଲ ଅପରାଜିତ ୧୨୯ ରନର ଇନିଂସ ଖେଳିଛନ୍ତି।

ଗିଲଙ୍କ ବ୍ୟତୀତ ଯଶସ୍ୱୀ ଜୈସୱାଲ ୧୭୫, ସାଈ ସୁଦର୍ଶନ ୮୭, ନୀତୀଶ କୁମାର ରେଡ୍ଡୀ ୪୩ ଓ କେଏଲ ରାହୁଲ ୩୮ ରନ କରିଛନ୍ତି। ଭାରତ ପ୍ରଥମ ପାଳି ୫୧୮ରେ ଘୋଷଣା କରିବା ପରେ ୱେଷ୍ଟଇଣ୍ଡିଜ ତା’ର ଇନିଂସ ଆରମ୍ଭ କରିଥିଲା। 

ଆରମ୍ଭରୁ ଦଳ ଜନ କାମ୍ପବେଲ(୧୦)ଙ୍କୁ ହରାଇଥିଲା। ଜାଡେଜାଙ୍କୁ ସେ ସ୍ଲଗ ସୁଇପ କରିବାକୁ ଚେଷ୍ଟା କରୁଥିବା ବେଳେ ଶଟଲେଗ୍‌ରେ ଚମତ୍କାର କ୍ୟାଚ୍‌ ଧରିଥିଲେ ସୁଦର୍ଶନ। ୨୧ ରନରେ ଦଳ ପ୍ରଥମ ୱିକେଟ ହରାଇଥିଲେ ହେଁ ଦ୍ୱିତୀୟ ୱିକେଟ ପାଇଁ ଟି ଚନ୍ଦ୍ରପଲ ଓ ଅଲିକ ଅଥାଞ୍ଜେ ଦମଦବାର ବ୍ୟାଟିଂ କରିଥିଲେ।

ଉଭୟ ଦଳୀୟ ସ୍କୋରକୁ ୮୭ରେ ନେଇ ପହଞ୍ଚାଇ ଦେଇଥିଲେ। କିନ୍ତୁ ଏତିକି ବେଳେ ୩୪ ରନ କରିଥିବା ଚନ୍ଦ୍ରପଲଙ୍କୁ ଆଉଟ କରିଥିଲେ ଜାଡେଜା। ଏହାପରେ କୁଲଦୀପ ୪୧ ରନ କରିଥିବା ଅଥାଞ୍ଜେଙ୍କୁ ପ୍ୟାଭିଲିୟନ ପଠାଇଥିଲେ। 

ଅଧିନାୟକ ରୋଷ୍ଟନ ଚେଜ୍‌ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ଜାଡେଜା ତାଙ୍କୁ ଖାତା ଖୋଲିବାକୁ ଦେଇ ନଥିଲେ। ଇଣ୍ଡିଜ ଟିମ ୧୦୭ ରନରେ ୪ର୍ଥ ୱିକେଟ ହରାଇଥିଲା। ଏହାପରେ ହୋପ୍‌ ଓ ତେଭିନ ସ୍ଥିତି ସମ୍ଭାଳି ୫ମ ୱିକେଟ ପାଇଁ ଅପରାଜିତ ୩୩ ରନ ଯୋଡ଼ିଛନ୍ତି। ଏଥିସହ ଷ୍ଟମ୍ପ ଅପସାରଣ ଯାଏ ଆଉ କୌଣସି କ୍ଷତି ଘଟାଇ ନାହାନ୍ତି। 

India VS WestIndies Test Match Test Cricket Test Match