Advertisment

IPL 2026: କେବେ ହେବ ଆଇପିଏଲ ୨୦୨୬ର ମିନି ଅକ୍ସନ? ଚର୍ଚ୍ଚାରେ ଏହି ସବୁ ଖେଳାଳି

ଚେନ୍ନାଇ ସୁପର କିଙ୍ଗସ ସମ୍ଭବତଃ ଦୀପକ ହୁଡ୍ଡା, ବିଜୟ ଶଙ୍କର, ରାହୁଲ ତ୍ରିପାଠୀ, ସାମ କରାନ ଓ ଡେଭନ କନୱେଙ୍କୁ ରିଲିଜ କରିପାରେ। ୫ ଥରର ଆଇପିଏଲ ଚାମ୍ପିୟନ ଚେନ୍ନାଇ ଏବେ ଠାରୁ ୯.୭୫ କୋଟି ଟଙ୍କା ପାଇ ସାରିଲାଣି।

author-image
Hemant Lenka
IPL

ଆଇପିଏଲ

ଆସନ୍ତା ୨୦୨୬ ଆଇପିଏଲ(IPL) ପୂର୍ବରୁ ମିନି ଅକ୍ସନ ଅନୁଷ୍ଠିତ ହେବ। ଚଳିତ ବର୍ଷ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଏହା ହୋଇପାରେ। ମିନି ଅକ୍ସନର ତାରିଖ ଡିସେମ୍ବର ୧୩ରୁ ୧୫ ରହିପାରେ। ମିନି ଅକ୍ସନ ନେଇ କିଛି ପ୍ରାଞ୍ଚାଇଜ ବିସିସିଆଇ ଅଧିକାରୀଙ୍କ ସହ କଥା ହୋଇଛନ୍ତି। ଏହି କଥାବାର୍ତ୍ତା ପରେ ମିନି ଅକ୍ସନର ସମ୍ଭାବ୍ୟ ତାରିଖ ସାମ୍ନାକୁ ଆସିଛି। ତେବେ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ପକ୍ଷରୁ ଏଯାଏ କିଛି ବି ସ୍ଥିର ହୋଇନି। 

Advertisment

ଅତିରିକ୍ତ ଭାବେ ମିନି ଅକ୍ସନ(IPL Auction) ଦେଶ ବାହାରେ ଅନୁଷ୍ଠିତ ହେବାର କୌଣସି ସଙ୍କେତ ମିଳିନାହିଁ। ଗତ ଦୁଇଟି ଅକ୍ସନ ସମୟରେ ଦୁବାଇ(୨୦୨୩) ଓ ସାଉଦି ଆରବ(୨୦୨୪)କୁ ବଛା ଯାଇଥିଲା। ଏବେ କିନ୍ତୁ ଭାରତରେ ମିନି ଅକ୍ସନ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରିଛି। 

ମିନି ଅକ୍ସନ ତାରିଖ ସ୍ଥିର ହୋଇ ନଥିଲେ ହେଁ ଖେଳାଳି ରିଟେନସନ ପାଇଁ ପ୍ରାଞ୍ଚାଇଜଗୁଡ଼ିକୁ ନଭେମ୍ବର ୧୫ ଯାଏ ସମୟ ମିଳିବ। ଏହି ସମୟସୀମା ପରେ ସେମାନେ କେଉଁ ମାନଙ୍କୁ ରଖିବେ ଓ କେଉଁମାନଙ୍କୁ ଅକ୍ସନ ପୂର୍ବରୁ ରିଲିଜ କରିବେ, ତା’ର ନିଷ୍ପତ୍ତି ନେବେ। ଅଧିକାଂଶ ପ୍ରାଞ୍ଚାଇଜ ସେମାନଙ୍କ କୋର ଟିମର କୌଣସି ସଦସ୍ୟକୁ ଛାଡ଼ିବା ମୁଡରେ ନାହାନ୍ତି।

Advertisment

କେବଳ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ କିଛି ବଡ଼ ଖେଳାଳିଙ୍କୁ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ରିଲିଜ କରିପାରନ୍ତି। ଚେନ୍ନାଇ ସୁପର କିଙ୍ଗସ ସମ୍ଭବତଃ ଦୀପକ ହୁଡ୍ଡା, ବିଜୟ ଶଙ୍କର, ରାହୁଲ ତ୍ରିପାଠୀ, ସାମ କରାନ ଓ ଡେଭନ କନୱେଙ୍କୁ ରିଲିଜ କରିପାରେ। ୫ ଥରର ଆଇପିଏଲ ଚାମ୍ପିୟନ ଚେନ୍ନାଇ ଏବେ ଠାରୁ ୯.୭୫ କୋଟି ଟଙ୍କା ପାଇ ସାରିଲାଣି। ମେଗା ଅକ୍ସନରେ ଦଳ ରବି ଚନ୍ଦ୍ରନ ଅଶ୍ୱିନଙ୍କୁ କିଣିଥିଲା। ସେ ଅବସର ନେଇ ସାରିଥିବାରୁ ତାଙ୍କ ବାବଦ ଟଙ୍କା ସିଏସକେ ପାଇ ସାରିଛି।

ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନକୁ ଟ୍ରେଡ କରିପାରେ ବୋଲି କୁହାଯାଉଛି। ସେହିପରି ଦଳ ୱାନିନ୍ଦୁ ହସରଙ୍ଗା ଓ ମହୀଶ ତୀକଶାନାଙ୍କୁ ରିଲିଜ କରିବାକୁ ଯୋଜନା କରୁଛି। କିନ୍ତୁ ରାଜସ୍ଥାନ କ୍ୟାମ୍ପରୁ କୁମାର ସାଙ୍ଗାକାରା ଫେରିବାକୁ ଥିବାରୁ ଏହି ରିଲିଜ ଯୋଜନାରେ ପରିବର୍ତ୍ତନ ହୋଇପାରେ।

ଟି ନଟରାଜନ, ମିଚେଲ ଷ୍ଟାର୍କ, ଆକାଶ ଦୀପ, ମୟଙ୍କ ଯାଦବ ଓ ଡାଭିଡ ମିଲରଙ୍କ ଭଳି ଖେଳାଳି ନୂଆ ପ୍ରାଞ୍ଚାଇଜଙ୍କ ପାଖକୁ ଯାଇ ପାରନ୍ତି। ତଥାପି ଏନେଇ କୌଣସି ନିଶ୍ଚିତ ଖବର ସାମ୍ନାକୁ ଆସି ନାହିଁ। ଆଇପିଏଲ ଇତିହାସର ତୃତୀୟ ଦାମୀ ଖେଳାଳି ଭେଙ୍କଟେଶ ଆୟରଙ୍କୁ ମଧ୍ୟ କୋଲାକତା ରିଲିଜ କରିପାରେ। ତାଙ୍କୁ ଦଳ ୨୩.୭୫ କୋଟି ଟଙ୍କାରେ କିଣି ୨୦୨୫ରେ ଘାଟାରେ ପଡ଼ିଥିଲା। 

ମିନି ଅକ୍ସନରେ କାମେରନ ଗ୍ରୀନ ସାମିଲ ହେବେ। ଆହତ ସମସ୍ୟା ଯୋଗୁ ସେ ୨୦୨୫ ଆଇପିଏଲରେ ନଜର ଆସି ନଥିଲେ। ତାଙ୍କୁ ନେବା ପାଇଁ ସବୁ ପ୍ରାଞ୍ଚାଇଜ ଆଗ୍ରହ ଦେଖାଇ ପାରନ୍ତି। ତେଣୁ ସେ ଭଲ ଦାମରେ ବିକ୍ରି ହେବାର ଆଶା ରହିଛି। 

IPL IPL Auction