Advertisment

କ’ଣ ଏବେ ବି ଚେନ୍ନାଇ ପାଖରେ ଫ୍ଲେ ଅଫ ଖେଳିବାର ସୁଯୋଗ ଅଛି ? ଜାଣନ୍ତୁ ପୂରା ଗଣିତ

ଦୁବାଇ: ଆଇପିଏଲ ଇତିହାସର ସବୁଠାରୁ ସଫଳ ଟିମ୍‌ କୁହାଯାଉଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଏବେ ଅଡ଼ୁଆରେ ପଡ଼ିଛି। ଚଳିତ ଆଇପିଏଲରେ ଚେନ୍ନାଇ ମାତ୍ର ୧୦ଟି ମ୍ୟାଚ୍‌ରୁ ୩ଟିରେ ଜିତିଛି। ଦଳ ଆଇପିଏଲ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି। ତେଣୁ ଦଳ ଚଳିତ ବର୍ଷ ପ୍ଲେ ଅଫକୁ ଯାଇ ପାରିବ କି ନାହିଁ, ତା’କୁ ନେଇ ସବୁଆଡ଼େ ଚର୍ଚ୍ଚା। ଯଦି ଚେନ୍ନାଇ ଚଳିତ ବର୍ଷ ଆଇପିଏଲର ପ୍ଲେ-ଅଫକୁ ଯିବ ନାହିଁ, ତା’ହେଲେ ନୂଆ […]

author-image
Hemant Lenka
ଅଦ୍ୟତନ ହୋଇଛି
କ’ଣ ଏବେ ବି ଚେନ୍ନାଇ ପାଖରେ ଫ୍ଲେ ଅଫ ଖେଳିବାର ସୁଯୋଗ ଅଛି ? ଜାଣନ୍ତୁ ପୂରା ଗଣିତ

u

ଦୁବାଇ: ଆଇପିଏଲ ଇତିହାସର ସବୁଠାରୁ ସଫଳ ଟିମ୍‌ କୁହାଯାଉଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଏବେ ଅଡ଼ୁଆରେ ପଡ଼ିଛି। ଚଳିତ ଆଇପିଏଲରେ ଚେନ୍ନାଇ ମାତ୍ର ୧୦ଟି ମ୍ୟାଚ୍‌ରୁ ୩ଟିରେ ଜିତିଛି। ଦଳ ଆଇପିଏଲ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି। ତେଣୁ ଦଳ ଚଳିତ ବର୍ଷ ପ୍ଲେ ଅଫକୁ ଯାଇ ପାରିବ କି ନାହିଁ, ତା’କୁ ନେଇ ସବୁଆଡ଼େ ଚର୍ଚ୍ଚା।

Advertisment

ଯଦି ଚେନ୍ନାଇ ଚଳିତ ବର୍ଷ ଆଇପିଏଲର ପ୍ଲେ-ଅଫକୁ ଯିବ ନାହିଁ, ତା’ହେଲେ ନୂଆ ରେକର୍ଡ ସୃଷ୍ଟି ହେବ। କାରଣ ପୂର୍ବ ୧୦ଟି ଯାକ ସିଜିନରେ ଚେନ୍ନାଇ ପ୍ଲେ-ଅଫ କରିବାର କୀର୍ତ୍ତିମାନ ସ୍ଥାପନ କରିଥିଲା।

୨୦୦୮ରେ ଆଇପିଏଲ ଆରମ୍ଭ ହୋଇଥିଲା। ସେବେଠାରୁ ପ୍ରତିବର୍ଷ ଚେନ୍ନାଇ ପ୍ଲେ ଅଫ ଖେଳିଛି। ୨୦୧୬ ଓ ୨୦୧୭ରେ ଚେନ୍ନାଇକୁ ଆଇପିଏଲରେ ବ୍ୟାନ୍‌ କରାଯିବାରୁ ଦଳ ଏଥିରେ ଭାଗ ନେଇ ପାରି ନଥିଲା। ଏହାର ଅର୍ଥ ଚଳିତ ସିଜିନ୍‌କୁ ବାଦ୍‌ ଦେଲେ ଚେନ୍ନାଇ ୧୦ଟି ଆଇପିଏଲ ଖେଳିଛି। ସବୁଥର ଦଳ ପ୍ଲେ-ଅଫକୁ ଯାଇଥିଲା। ଏଥିସହ ୩ ଥର ଚାମ୍ପିୟନ ମଧ୍ୟ ହୋଇଛି। ଚେନ୍ନାଇ ଠାରୁ ଅଧିକ ସଫଳ ଟିମ୍‌ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ୪ଥର ଚାମ୍ପିୟନ ହୋଇଥିବା ବେଳେ ଚେନ୍ନାଇ ୩ ଥର ଜିତିଛି।

Advertisment

ହେଲେ ୨୦୨୦ ଆଇପିଏଲରେ ଚେନ୍ନାଇର ଭାଗ୍ୟ ପୂରା ଓଲଟି ଯାଇଛି। ଦଳ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି। ଦଳ ୧୦ଟି ମ୍ୟାଚ୍‌ରୁ ୩ଟି ଜିତିଛି। ଚେନ୍ନାଇ ଆଉ ୪ଟି ମ୍ୟାଚ୍‌ ଖେଳିବ। ହେଲେ ଏହି ୪ଟି ଯାକ ମ୍ୟାଚ୍‌ ଯଦି ଚେନ୍ନାଇ ଜିତିବ, ତା’ହେଲେ କ’ଣ ପ୍ଲେ ଅଫକୁ ଯାଇ ପାରିବ କି? ଏହାର ଉତ୍ତର ହେଉଛି ହଁ।

ପ୍ଲେ-ଅଫକୁ ଯିବାକୁ ହେଲେ ଧୋନି ବାହିନୀଙ୍କୁ ପ୍ରଥମେ ୪ଟି ଯାକ ମ୍ୟାଚ୍‌ ଜିତିବାକୁ ପଡ଼ିବ। ଏଥିସହ ଦଳ ତା’ର ନେଟ୍‌ ରନ୍‌ ରେଟ୍‌ରେ ମଧ୍ୟ ସୁଧାର ଆଣିବାକୁ ପଡ଼ିବ। ଦଳର ନେଟ୍‌ ରନ୍‌ ରେଟ୍‌ ଏବେ ବିଯୁକ୍ତ ୦.୪୬୩ ରହିଛି।

ଏହାବାଦ ଅନ୍ୟ ଟିମ୍‌ର ରେଜଲ୍ଟ ବି ଚେନ୍ନାଇ ସପକ୍ଷରେ ଯିବା ଦରକାର। ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟପ୍‌ ୩ରେ ରହିଛନ୍ତି। ତେବେ କୋଲକାତା ନାଇଟ ରାଇଡର୍ସର ପ୍ରଦର୍ଶନରେ ଏଯାଏ ସ୍ଥିରତା ଆସିନି। ତଥାପି କୋଲକାତା ପ୍ଲେ-ଅଫ ଦୌଡ଼ରେ ରହିଛି। ହାଇଦ୍ରାବାଦ ଓ ରାଜସ୍ଥାନ ମଧ୍ୟ ରେସରେ ଅଛନ୍ତି। କେବଳ କିଙ୍ଗସ ଏକାଦଶ ପଞ୍ଜାବ ଓ ଚେନ୍ନାଇ ସୁପର କିଙ୍ଗସ ଚମତ୍କାର ଆଶାରେ ରହିଛନ୍ତି।

କୋଲକାତା, ହାଇଦ୍ରାବାଦ ଓ ରାଜସ୍ଥାନ ଧୋନିଙ୍କ ଚେନ୍ନାଇ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରନ୍ତି। ଯଦି ଏହି ଟିମ୍‌ ଗୁଡ଼ିକ ହାରିବା ତୁଳନାରେ ଅଧିକ ସଂଖ୍ୟକ ମ୍ୟାଚ୍‌ ଜିତି ନିଅନ୍ତି, ତା’ହେଲେ ଶେଷ ୪ରେ ପ୍ରବେଶ କରିବା ଧୋନିଙ୍କ ପାଇଁ କଷ୍ଟକର ହୋଇପଡ଼ିବ।
ସେହିପରି ଟପ୍‌ ୩ରେ ଥିବା ଦିଲ୍ଲୀ, ମୁମ୍ବାଇ ଓ ବାଙ୍ଗାଲୋରକୁ ଅଧିକରୁ ଅଧିକ ମ୍ୟାଚ୍‌ ଜିତିବା ଦରକାର। ଏହାର ଅର୍ଥ କୋଲକାତା, ହାଇଦ୍ରାବାଦ ଓ ରାଜସ୍ଥାନ ଯେତେ ଅଧିକ ମ୍ୟାଚ ହାରିବେ, ତାହା ଚେନ୍ନାଇ ପାଇଁ ଭଲ ହେବ। ତେଣୁ ଚେନ୍ନାଇ ଅବଶିଷ୍ଟ ୪ଟି ମ୍ୟାଚ୍‌ ଜିତିଲେ ୧୪ ପଏଣ୍ଟ ସହ ପ୍ଲେ-ଅଫକୁ ଯାଇପାରିବ।

୨୦୧୯ କଥା ବିଚାରକୁ ନେଲେ ଟପ୍‌ ୩ରେ ଥିବା ମୁମ୍ବାଇ, ଦିଲ୍ଲୀ ଓ ଚେନ୍ନାଇ ସମାନ ୧୮ ଲେଖାଏ ପଏଣ୍ଟ ସହ ପ୍ଲେ-ଅଫକୁ ଯାଇଥିଲେ। ହାଇଦ୍ରାବାଦ ମାତ୍ର ୧୨ ପଏଣ୍ଟ ସହ ପ୍ଲେ-ଅଫ ଖେଳିଥିଲା। ହାଇଦ୍ରାବାଦ ଭଳି କୋଲକାତା ଓ ପଞ୍ଜାବ ପାଖରେ ମଧ୍ୟ ୧୨ ପଏଣ୍ଟ ରହିଥିଲା। ହେଲେ ନେଟ ରନ୍‌ ରେଟ୍‌ ଯୋଗୁ ଉଭୟ ଟିମ୍‌ ପ୍ଲେ ଅଫରୁ ବାଦ ପଡ଼ିଥିଲେ। ତେଣୁ ଚେନ୍ନାଇ ପାଖରେ ଏବେ ବି ସୁଯୋଗ ରହିଛି ବୋଲି କହିଲେ ଭୁଲ ହେବନାହିଁ।

ଚଳିତ ସିଜିନ୍‌ରେ ଚେନ୍ନାଇ ଅକ୍ଟୋବର ୨୩ରେ ମୁମ୍ବାଇ ସହ, ଅକ୍ଟୋବର ୨୫ରେ ବାଙ୍ଗାଲୋର ସହ, ଅକ୍ଟୋବର ୨୯ରେ କୋଲକାତା ସହ ଓ ନଭେମ୍ବର ୧ରେ ପଞ୍ଜାବ ସହ ମ୍ୟାଚ୍‌ ଖେଳିବ। ଏହି ୪ଟି ମ୍ୟାଚ୍‌ ହିଁ ଚେନ୍ନାଇର ଭାଗ୍ୟ ନିର୍ଦ୍ଧାରଣ କରିବ।

ପଢନ୍ତୁ- ଇତିହାସ ରଚିଲେ ମହେନ୍ଦ୍ର ସିଂହ ଧୋନି

Cricket Ipl 2020