ଜନ୍ମ ପ୍ରମାଣପତ୍ର ଜାଲିଆତି କରିଥିଲେ ଓସିଏ ସିଇଓଙ୍କ ପୁଅ!

କଟକ: ଓଡ଼ିଶା କ୍ରିକେଟରେ ବୟସ ଜାଲିଆତି ମାମଲାରେ ହୋଇଛି ପର୍ଦ୍ଦାଫାଶ୍‌। ବୟସ କମାଇ କିଭଳି ମିଥ୍ୟା ଜନ୍ମପ୍ରମାଣ ପତ୍ର ସଂଗ୍ରହ କରାଯାଇଛି ତାହାର ପ୍ରମାଣ ଲାଗିଛି ‘ଓଟିଭି’ ହାତରେ। ଓଟିଭିକୁ ମିଳିଥିବା ଦସ୍ତାବିଚ୍‌ ମୁତାବକ ଅନ୍ୟ ବହୁ ଯୁବ କ୍ରିକେଟରଙ୍କ ସହ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ସିଇଓ ବିଦ୍ୟୁତ ନାୟକଙ୍କ ପୁଅ ବି ଏଭଳି ମିଥ୍ୟା ପ୍ରମାଣପତ୍ର ଦାଖଲ କରି ୧ ବର୍ଷରୁ କମ୍‌ ଦଳରେ ସ୍ଥାନ ପାଇଥିଲେ। ବୟସ ଜାଲିଆତି ମାମଲାରେ ସିବିଆଇ ସ୍କାନରରେ ଥିବା […]

certificate-gate

Rakesh Mallick
  • Published: Saturday, 27 August 2016
  • , Updated: 27 August 2016, 10:07 PM IST

କଟକ: ଓଡ଼ିଶା କ୍ରିକେଟରେ ବୟସ ଜାଲିଆତି ମାମଲାରେ ହୋଇଛି ପର୍ଦ୍ଦାଫାଶ୍‌। ବୟସ କମାଇ କିଭଳି ମିଥ୍ୟା ଜନ୍ମପ୍ରମାଣ ପତ୍ର ସଂଗ୍ରହ କରାଯାଇଛି ତାହାର ପ୍ରମାଣ ଲାଗିଛି ‘ଓଟିଭି’ ହାତରେ। ଓଟିଭିକୁ ମିଳିଥିବା ଦସ୍ତାବିଚ୍‌ ମୁତାବକ ଅନ୍ୟ ବହୁ ଯୁବ କ୍ରିକେଟରଙ୍କ ସହ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ସିଇଓ ବିଦ୍ୟୁତ ନାୟକଙ୍କ ପୁଅ ବି ଏଭଳି ମିଥ୍ୟା ପ୍ରମାଣପତ୍ର ଦାଖଲ କରି ୧ ବର୍ଷରୁ କମ୍‌ ଦଳରେ ସ୍ଥାନ ପାଇଥିଲେ।

ବୟସ ଜାଲିଆତି ମାମଲାରେ ସିବିଆଇ ସ୍କାନରରେ ଥିବା କ୍ରିକେଟର ଶୁଭମ ନାୟକଙ୍କ ଠକାମୀର ଆଜି ପର୍ଦ୍ଦାଫାଶ ହୋଇଛି। କଟକ ମହାନଗର ନିଗମ ନାଁରେ ଇସ୍ୟୁ ହୋଇଥିବା ଜନ୍ମ ପ୍ରମାଣପତ୍ରରେ ବାପା ବିଦ୍ୟୁତ ନାୟକ ଓ ମା’ ମନସ୍ୱିନୀ ନାୟକ ବୋଲି ଉଲ୍ଲେଖ ରହିଛି। ଏହାର ପଞ୍ଜୀକରଣ ନମ୍ବର ହେଉଛି 15619/2002। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପୋର୍ଟାଲରେ ଉପଲବ୍ଧ ତଥ୍ୟ ମୁତାବକ 15619/2002 ପଞ୍ଜୀକରଣ ନମ୍ବରରେ ଥିବା ପିଲାଙ୍କ ବାପାଙ୍କ ନାମ ବି,କାର୍ତ୍ତିକ ରାଜୁ ଓ ମା’ଙ୍କ ନାମ ବି.ସୁନୟନା। ଏହା ମିଥ୍ୟା ଜନ୍ମ ପ୍ରମାଣପତ୍ର ବୋଲି ସ୍ପଷ୍ଟ କରିଛି ସିଏମ୍‌ସି। କେବଳ ଶୁଭମ୍‌ ନୁହେଁ ବୟସ ଜାଲିଆତିରେ ଫସିଥିବା ଅନେକ ଖେଳାଳି ଏଭଳି ମିଥ୍ୟା ସାର୍ଟିଫିକେଟ ବାହାର କରିଛନ୍ତି। ଏ ସବୁ ପ୍ରମାଣପତ୍ର ଜାଲ ବୋଲି ସିଏମ୍‌ସି ସ୍ପଷ୍ଟ କରିଛି।

ସିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି,“ସିବିଆଇ ପକ୍ଷରୁ ଆମକୁ ଯେଉଁ କ୍ରିକେଟରଙ୍କ ବୟସ ସମ୍ବନ୍ଧୀୟ ଜନ୍ମ ପ୍ରମାଣପତ୍ର ପଞ୍ଜୀକରଣ ନମ୍ବର ଦିଆଯାଇଥିଲା ତାହାର ଆମେ ଅନୁଧ୍ୟାନ କରିଥିଲୁ। ସେଥିରେ ଆମ ଦ୍ୱାରା ପଞ୍ଜୀକୃତ ହୋଇଥିବା ଜନ୍ମ ପ୍ରମାଣପତ୍ର ନମ୍ବର ନାହିଁ। ସମ୍ପୃକ୍ତ ବ୍ୟକ୍ତିମାନେ ଜନ୍ମ ପ୍ରମାଣପତ୍ର ପଞ୍ଜୀକରଣ ନମ୍ବର ଅନ୍ୟ କେଉଁଠୁ ଆଣିଛନ୍ତି। ଜନ୍ମ ପ୍ରମାଣପତ୍ରରେ ହୋଇଥିବା ଦସ୍ତଖତ ଆମ ସ୍ୱାସ୍ଥ୍ୟ ଅଧିକାରୀଙ୍କର ପରି ଜଣା ପଡୁଥିଲା। କିନ୍ତୁ ଯେଉଁ ସମୟରେ ଏହା ଦିଆଯାଇଛି ସେ ସମୟରେ ଜନ୍ମ ସାର୍ଟିଫିକେଟରେ ଦସ୍ତଖତ ଥିବା ସ୍ୱାସ୍ଥ୍ୟ ଅଧିକାରୀ ଦାୟିତ୍ୱରେ ନ ଥିଲେ।”

ଓଡ଼ିଶା କ୍ରିକେଟରେ ବୟସ ଜାଲିଆତି ପଛରେ ଏକ ବଡ ଧରଣର ରାକେଟ କାମ କରୁଥିବା ଆଶଙ୍କା କରାଯାଉଛି। ବୟସ କେଳାଙ୍କାରୀରେ ଗତକାଲି ଶୁଭମଙ୍କ ପିତା ତଥା ଓସିଏ ସିଇଓ ବିଦ୍ୟୁତ ନାୟକଙ୍କୁ ଜେରା କରିଥିଲା ସିବିଆଇ। କୌତୁହଳ ବିଷୟ ହେଉଛି ବୟସ ଜାଲିଆତି ମାମଲାରେ ସିବିଆଇ ସ୍କାନରରେ ଥିବା ଖେଳାଳିଙ୍କ ମଧ୍ୟରୁ ୨୦ ଜଣ ହେଉଛନ୍ତି କଟକ ରାଇଜିଂ ଷ୍ଟୁଡେଣ୍ଟ କ୍ଲବର। ରାଇଜିଂ ଷ୍ଟୁଡେଣ୍ଟ ହେଉଛି ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅଙ୍କର କ୍ଲବ।

ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା କହିଛନ୍ତି,“କିଏ କାହାର ପୁଅ ହେଇଥାଉ କି କିଏ କାହାର ସମ୍ପର୍କୀୟ ହେଇ ଥାଉ ସେଥିରେ ଆମର ତେଣଦେଣ ନାହିଁ। ସିବିଆଇ ଯାହା ଆଇନଗତ କାର୍ଯ୍ୟନୁଷ୍ଠାନ ନେବ ଆମେ ତାକୁ ଗ୍ରହଣ କରିବୁ। ସେହି ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବୁ।”

Related story