ପ୍ରଶିକ୍ଷଣ ନେଇ ଜର୍ମାନୀରୁ ଫେରିଲେ ଚନ୍ଦନ

ଭୁବନେଶ୍ୱର: ଜର୍ମାନୀର ପ୍ରସିଦ୍ଧ ଫୁଟ୍‌ବଲ୍‌ କ୍ଲବ୍‌ ବେୟର୍ଣ୍ଣ ମ୍ୟୁନିକ୍‌ରେ ଏକ ସପ୍ତାହ ଧରି ପ୍ରଶିକ୍ଷଣ ନେଇ ଓଡ଼ିଶା ଫେରିଆସିଛନ୍ତି ଭୁବନେଶ୍ୱରର ଶବରସାହି ବସ୍ତିର କୁନି ଫୁଟ୍‌ବଲର ଚନ୍ଦନ ନାୟକ। ସେଠାରେ ସେ ଉନ୍ନତ ଧରଣର ଫୁଟ୍‌ବଲ୍‌ କୌଶଳ ଉପରେ ପ୍ରଶିକ୍ଷଣ ନେଇଥିଲେ। ଜର୍ମାନୀର ବରିଷ୍ଠ ତଥା ଆନ୍ତର୍ଜାତିକ ଫୁଟ୍‌ବଲ୍ ଖେଳାଳିମାନଙ୍କଠାରୁ ସେ ପ୍ରଶିକ୍ଷଣ ନେଇଥିଲେ। ଏହା ତାଙ୍କ କ୍ୟାରିୟର ପାଇଁ ସହାୟକ ହେବ ବୋଲି ଭୁବନେଶ୍ୱର ଫେରିବା ପରେ କହିଛନ୍ତି ଚନ୍ଦନ। ଏହି ଶିବିରରେ ସାରା ବିଶ୍ୱରୁ […]

chandan

Rakesh Mallick
  • Published: Friday, 02 September 2016
  • , Updated: 02 September 2016, 09:16 AM IST

ଭୁବନେଶ୍ୱର: ଜର୍ମାନୀର ପ୍ରସିଦ୍ଧ ଫୁଟ୍‌ବଲ୍‌ କ୍ଲବ୍‌ ବେୟର୍ଣ୍ଣ ମ୍ୟୁନିକ୍‌ରେ ଏକ ସପ୍ତାହ ଧରି ପ୍ରଶିକ୍ଷଣ ନେଇ ଓଡ଼ିଶା ଫେରିଆସିଛନ୍ତି ଭୁବନେଶ୍ୱରର ଶବରସାହି ବସ୍ତିର କୁନି ଫୁଟ୍‌ବଲର ଚନ୍ଦନ ନାୟକ। ସେଠାରେ ସେ ଉନ୍ନତ ଧରଣର ଫୁଟ୍‌ବଲ୍‌ କୌଶଳ ଉପରେ ପ୍ରଶିକ୍ଷଣ ନେଇଥିଲେ। ଜର୍ମାନୀର ବରିଷ୍ଠ ତଥା ଆନ୍ତର୍ଜାତିକ ଫୁଟ୍‌ବଲ୍ ଖେଳାଳିମାନଙ୍କଠାରୁ ସେ ପ୍ରଶିକ୍ଷଣ ନେଇଥିଲେ। ଏହା ତାଙ୍କ କ୍ୟାରିୟର ପାଇଁ ସହାୟକ ହେବ ବୋଲି ଭୁବନେଶ୍ୱର ଫେରିବା ପରେ କହିଛନ୍ତି ଚନ୍ଦନ।

ଏହି ଶିବିରରେ ସାରା ବିଶ୍ୱରୁ ୨୦୫ ଜଣ ଖେଳାଳି ଭାଗ ନେଇଥିଲେ। ତାଙ୍କୁ ପୁଣି ଥରେ ଏଭଳି ଶିବିର ପାଇଁ ଡାକରା ଆସିବ ବୋଲି ଆଶା ବାନ୍ଧିଛନ୍ତି ଚନ୍ଦନ।

Related story