କୋଭିଡ୍‌-୧୯: କ୍ରିକେଟ୍ ଅଷ୍ଟ୍ରେଲିଆ ନେଲା ଏହି ବଡ଼ ପଦକ୍ଷେପ

ମେଲବର୍ଣ୍ଣ: କୋଭିଡ୍‌-୧୯ ମହାମାରୀ ଯୋଗୁ ଦେଖା ଦେଇଥିବା ଆର୍ଥିକ ସଙ୍କଟକୁ ଆଖି ଆଗରେ ରଖି କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ଗୁରୁତାର ତା’ର ଅଧିକାଂଶ କର୍ମଚାରୀଙ୍କୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ କାମରୁ ହଟାଇ ଦେଇଛି। କର୍ମକର୍ତ୍ତାଙ୍କୁ ହଟାଇବା ସତ୍ତ୍ୱେ ବୋର୍ଡ ଅକ୍ଟୋବର-ନଭେମ୍ବରରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ଏବଂ ଏହା ପରେ ଭାରତୀୟ ଟିମର ଗସ୍ତ ନେଇ ଆଶାବାଦୀ ଅଛି। ଅଷ୍ଟ୍ରେଲିଆର ଆର୍ଥିକ ବର୍ଷ ଜୁଲାଇ ୧ରୁ ଆରମ୍ଭ ହୋଇ ଜୁନ୍ ୩୦ ତାରିଖରେ ଶେଷ ହୋଇଥାଏ, ଯାହାର […]

ca

Ranjit Kumar Jena
  • Published: Thursday, 16 April 2020
  • , Updated: 16 April 2020, 06:15 PM IST

ମେଲବର୍ଣ୍ଣ: କୋଭିଡ୍‌-୧୯ ମହାମାରୀ ଯୋଗୁ ଦେଖା ଦେଇଥିବା ଆର୍ଥିକ ସଙ୍କଟକୁ ଆଖି ଆଗରେ ରଖି କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ଗୁରୁତାର ତା'ର ଅଧିକାଂଶ କର୍ମଚାରୀଙ୍କୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ କାମରୁ ହଟାଇ ଦେଇଛି। କର୍ମକର୍ତ୍ତାଙ୍କୁ ହଟାଇବା ସତ୍ତ୍ୱେ ବୋର୍ଡ ଅକ୍ଟୋବର-ନଭେମ୍ବରରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ଏବଂ ଏହା ପରେ ଭାରତୀୟ ଟିମର ଗସ୍ତ ନେଇ ଆଶାବାଦୀ ଅଛି।

ଅଷ୍ଟ୍ରେଲିଆର ଆର୍ଥିକ ବର୍ଷ ଜୁଲାଇ ୧ରୁ ଆରମ୍ଭ ହୋଇ ଜୁନ୍ ୩୦ ତାରିଖରେ ଶେଷ ହୋଇଥାଏ, ଯାହାର ଅର୍ଥ ଏହି କର୍ମଚାରୀମାନେ ଦୁଇମାସ କାମ କରିବେ ନାହିଁ। ଏହି ଦୁଇମାସ ମଧ୍ୟରେ କୌଣସି କ୍ରିକେଟ୍ ଗତିବିଧି ହେବାର ସମ୍ଭାବନା ନାହିଁ, କାରଣ ଏତେ ଶୀଘ୍ର କରୋନା ପରିସ୍ଥିତିରେ ସୁଧାର ଆସିବାର କୌଣସି ଆଶା ନାହିଁ। ସିଏ ପକ୍ଷରୁ କୁହାଯାଇଛି, ଆମେ କିଛି କର୍ମଚାରୀଙ୍କୁ ବାକି ଆର୍ଥିକ ବର୍ଷ ପାଇଁ କାମରୁ ହଟାଇବାକୁ ନିଷ୍ପତ୍ତି ନେଇଛୁ। ଏହା ଏପ୍ରିଲ୍ ୨୭ ତାରିଖରୁ ତତ୍କାଳ ପ୍ରଭାବରେ ଲାଗୁ ହେବ।

କ୍ରିକେଟ୍‌ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟକାରୀ କେଭିନ୍ ରବର୍ଟ୍ସ କର୍ମଚାରୀଙ୍କ ଏହି ନିଷ୍ପତ୍ତି ସମ୍ବନ୍ଧରେ ଅବଗତ କରାଇଛନ୍ତି। କ୍ରିକେଟ୍ ଅଷ୍ଟ୍ରେଲିଆ ଏହା ପୂର୍ବରୁ ନିଜ ଖେଳାଳିଙ୍କର କେନ୍ଦ୍ରୀୟ ଚୁକ୍ତି ଘୋଷଣାକୁ ମଧ୍ୟ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଥିଲା। ପରିସ୍ଥିତିକୁ ଆଖି ଆଗରେ ରଖି ଖେଳାଳିମାନଙ୍କୁ ଦରମା କାଟିବା କଥା କୁହାଯାଇଛି। ଶୁଣିବାକୁ ମିଳିଛି ଯେ ଏବେ ସ୍ଥଗିତ ହୋଇଥିବା ଆଇପିଏଲକୁ ଟି-୨୦ ବିଶ୍ୱକପ୍ ସମୟରେ ଆୟୋଜନ କରାଯାଇପାରେ। କିନ୍ତୁ ସିଏ ପକ୍ଷରୁ କୁହାଯାଇଛି ଯେ ସେମାନେ ଖାଲି ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବାକୁ ପ୍ରସ୍ତୁତ ଅଛନ୍ତି।

ସିଏ କହିଛି, ୨୦୨୦-୨୦୨୧ ସିଜନର ଶୁଭାରମ୍ଭ ଅକ୍ଟୋବର-ନଭେମ୍ବରରେ ପୁରୁଷ ଟି-୨୦ ବିଶ୍ୱକପ୍ ସହ ଆରମ୍ଭ କରିବା ନେଇ ଆମେ ଆଶବାଦୀ ଅଛୁ। ଯଦି ସାମାଜିକ ଦୂରତା ବଜାୟ ରଖିବାର ନିର୍ଦ୍ଦେଶାନାମା ଜାରି ରୁହେ, ତାହେଲେ ଆମେ ଖାଲି ଷ୍ଟାଡିୟମରେ ମ୍ୟାଚ୍ କରାଇବା ପାଇଁ ପ୍ରସ୍ତୁତ।

Related story