Advertisment

ବିରାଟ କୋହଲି ଓ ତାଙ୍କ ପରିବାରକୁ କ୍ଷମା ମାଗିଲେ ଡିଭିଲିୟର୍ସ

ପ୍ରଥମ ଦୁଇଟି ଟେଷ୍ଟ ଭଳି ଇଂଲଣ୍ଡ ବିପକ୍ଷ ବାକି ତିନୋଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳିବେ ନାହିଁ ବିରାଟ କୋହଲି।

Virat Kohli

Virat Kohli

Advertisment

‘ବିରାଟ କୋହଲି ଓ ଅନୁଷ୍କା ଶର୍ମା ପୁଣି ଥରେ ବାପାମା’ ହେବାକୁ ଯାଉଛନ୍ତି। ଉଭୟ ସେମାନଙ୍କ ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେଥିପାଇଁ ବିରାଟ ତାଙ୍କ ପରିବାର ସହିତ ଅଧିକ ସମୟ ବିତାଉଛନ୍ତି।’ ସପ୍ତାହେ ତଳେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏବି ଡିଭିଲିୟର୍ସ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏହି କଥା କହିଥିଲେ। ହେଲେ ଏବେ ୟୁଟର୍ଣ୍ଣ ନେଇଛନ୍ତି ସେ ଓ କାହାରି ବ୍ୟକ୍ତିଗତ ବିଷୟରେ ଆଲୋଚନା କରିବା ଠିକ୍ ନୁହେଁ ବୋଲି କହିଛନ୍ତି। ଏହା ସହିତ ବିରାଟ କୋହଲି ଓ ତାଙ୍କ ପରିବାରକୁ କ୍ଷମା ମାଗିଛନ୍ତି ଏବି ଡିଭିଲିୟର୍ସ।

Advertisment

ସେ କହିଛନ୍ତି, ପ୍ରଥମ ପରିବାର। ତା’ପରେ କ୍ରିକେଟ୍‌। ମୁଁ ମୋ ୟୁଟ୍ୟୁବ ଚ୍ୟାନେଲରେ ଗୋଟିଏ ବଡ଼ ଭୁଲ୍ କରି ଦେଇଥିଲି। ସେହି ସୂଚନାଟି ଭୁଲ୍ ଥିଲା। ତାହା ଆଦୌ ସତ ନଥିଲା। ବିରାଟ କୋହଲିଙ୍କ ପରିବାର ପାଇଁ ସବୁ କିଛି ଭଲ ହେଉ। କେହି ଜାଣି ନାହାନ୍ତି ତାଙ୍କ ପରିବାରରେ କ’ଣ ହୋଇଛି। ମୁଁ କେବଳ ତାଙ୍କ ପରିବାରର ମଙ୍ଗଳ କାମନା କରିପାରିବି। ସେ ଯେକୌଣସି କାରଣ ପାଇଁ ବିରତି ନେଇଥା’ନ୍ତୁ ନା କାହିଁକି, ସେ ଆହୁରି ଭଲରେ ପଡ଼ିଆକୁ ଫେରିବେ ବୋଲି ମୁଁ ଆଶା କରୁଛି।

ଡିଭିଲିୟର୍ସ କହିଛନ୍ତି, ମୋ ବନ୍ଧୁ ବିରାଟ କୋହଲି ଏବେ ବି କ୍ରିକେଟ୍ ପାଇଁ ଉପଲବ୍ଧ ହୋଇନାହାନ୍ତି। ତାଙ୍କ ବ୍ୟକ୍ତିଗତ କଥାକୁ ନେଇ କେହି ଆଲୋଚନା ନ କରନ୍ତୁ ବୋଲି ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। ମୁଁ ମୋର ପୂର୍ବ ଶୋ’ରେ ଯେଉଁ ଭୁଲ୍ କରିଛି, ସେଥିପାଇଁ କୋହଲିଙ୍କ ପରିବାରକୁ କ୍ଷମା ମାଗୁଛି। ମୁଁ ଯାହା ଜାଣିଛି, ସେ ଭଲ ଅଛନ୍ତି। ସେ ତାଙ୍କ ପରିବାର ସହିତ ସମୟ କାଟୁଛନ୍ତି।

Advertisment

ବ୍ୟକ୍ତିଗତ କାରଣରୁ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ଓହରି ଯାଇଥିଲେ। ବିସିସିଆଇ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଥିଲା। ଦ୍ୱିତୀୟ ଟେଷ୍ଟ ଚାଲିଥିବା ବେଳେ ହିଁ ଡିଭିଲିୟର୍ସ କହିଥିଲେ ବିରାଟ ଓ ଅନୁଷ୍କା ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି।

ପ୍ରଥମ ଦୁଇଟି ଟେଷ୍ଟ ଭଳି ଇଂଲଣ୍ଡ ବିପକ୍ଷ ବାକି ତିନୋଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳିବେ ନାହିଁ ବିରାଟ କୋହଲି। ଏହି ତିନିଟି ମ୍ୟାଚ୍ ପାଇଁ ଆଜି ବିସିସିଆଇ ପକ୍ଷରୁ ୧୭ ଜଣିଆ ଦଳ ଘୋଷଣା କରାଯାଇଥିବା ବେଳେ ସେଥିରେ କୋହଲିଙ୍କ ନାଁ ନାହିଁ। ବ୍ୟକ୍ତିଗତ କାରଣରୁ ସେ ବାକି ତିନିଟି ମ୍ୟାଚ୍‌ ଖେଳିପାରିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। କୋହଲିଙ୍କ ନିଷ୍ପତ୍ତିକୁ ବିସିସିଆଇ ସମ୍ମାନ ଦେଇଛି।

Virat Kohli Anushka Sharma AB De Villiers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe