Advertisment

ଇତିହାସ ରଚିଲେ ଅଶ୍ୱିନ, ପ୍ରଥମ ଭାରତୀୟ ବୋଲର ଭାବେ ଇଂଲଣ୍ଡ ବିପକ୍ଷରେ କଲେ ଏହି ରେକର୍ଡ

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଅଶ୍ୱିନ ତାଙ୍କ କ୍ୟାରିୟରର ୫୦୦ତମ ୱିକେଟ୍ ନେଇଥିଲେ।

ଅଦ୍ୟତନ ହୋଇଛି
Ravichandran Ashwin

Ravichandran Ashwin

Advertisment

ରାଞ୍ଚିରେ ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ୍ ମ୍ୟାଚ୍ ଆରମ୍ଭ ହୋଇଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ଲଞ୍ଚ ସୁଦ୍ଧା ୨୪.୧ ଓଭରରେ ୫ ୱିକେଟ୍ ହରାଇ ୧୧୨ ରନ୍ କରିଛି। ଏହି ୫ଟି ୱିକେଟ୍‌ରୁ ଆକାଶ ଦୀପ ୩ଟି ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ନେଇଛନ୍ତି।

Advertisment

ଜନ୍ନୀ ବେୟାରଷ୍ଟୋଙ୍କ ୱିକେଟ୍ ନେଇଥିଲେ ରବିଚନ୍ଦ୍ରନ ଅଶ୍ୱିନ। ତାଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ ଜନ୍ନୀ ବେୟାରଷ୍ଟୋ। ଏହା ସହିତ ଅଶ୍ୱିନ ତାଙ୍କ ନାଁରେ ଏକ ରେକର୍ଡ କରି ନେଇଛନ୍ତି। ଟେଷ୍ଟରେ ଇଂଲଣ୍ଡ ବିରୋଧରେ ୧୦୦ଟି ୱିକେଟ୍ ନେବାରେ ସେ ବନି ଯାଇଛନ୍ତି ପ୍ରଥମ ଭାରତୀୟ ବୋଲର। ୪୩ଟି ଇଂନିସରୁ ଇଂଲଣ୍ଡ ବିରୋଧରେ ସେ ଏହି ରେକର୍ଡ କରିଛନ୍ତି।

ଅଶ୍ୱିନଙ୍କ ପୂର୍ବରୁ ବିଏସ୍ ଚନ୍ଦ୍ରଶେଖର ଇଂଲଣ୍ଡ ବିପକ୍ଷରେ ୩୮ଟି ଇନିଂସରୁ ୯୫ଟି ୱିକେଟ୍ ନେଇଥିବା ବେଳେ ଅନୀଲ କୁମ୍ବଲେ ୩୬ଟି ଇନିଂସରୁ ୯୨ଟି ୱିକେଟ୍ ନେଇଥିଲେ। ସେହିଭଳି ବିଶନ ସିଂହ ବେଦୀ ଇଂଲଣ୍ଡ ବିପକ୍ଷରେ ୩୬ଟି ଇନିଂସରେ ୮୫ଟି ୱିକେଟ୍ ନେଇଥିବା ବେଳେ କପିଳ ଦେବ ୪୮ଟି ଇନିଂସରୁ ୮୫ଟି ୱିକେଟ୍ ନେଇଥିଲେ।

Advertisment

ଅନ୍ୟପକ୍ଷରେ ବର୍ତ୍ତମାନ ସକ୍ରିୟ ଥିବା ବୋଲରଙ୍କ ମଧ୍ୟରେ କେବଳ ଅଷ୍ଟ୍ରେଲିଆର ନାଥନ ଲିୟନ ଇଂଲଣ୍ଡ ବିପକ୍ଷରେ ଟେଷ୍ଟରେ ୧୦୦ ବା ତା’ଠାରୁ ଅଧିକ ୱିକେଟ୍ ନେଇଛନ୍ତି। ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ୱିକେଟ୍‌ ନେବାର ରେକର୍ଡ ସେନ୍‌ ୱାର୍ଣ୍ଣଙ୍କ ନାଁରେ ରହିଛି। ସେ ଇଂଲଣ୍ଡ ବିପକ୍ଷରେ ୭୨ଟି ଇନିଂସରୁ ୧୯୫ଟି ୱିକେଟ୍ ନେଇଥିଲେ।

ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଅଶ୍ୱିନ ତାଙ୍କ କ୍ୟାରିୟରର ୫୦୦ତମ ୱିକେଟ୍ ନେଇଥିଲେ। ୯୮ଟି ଟେଷ୍ଟ୍‌ ମ୍ୟାଚ୍‌ରୁ ସେ ୫୦୨ଟି ୱିକେଟ୍ ନେଇଛନ୍ତି।

INDvsENG Ravichandran Ashwin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe