Advertisment

ଚାଲିଥିଲା ଆଇପିଏଲ୍ ନିଲାମ, ହଠାତ୍ ଅଚେତ୍ ହୋଇପଡ଼ିଲେ

ବେଙ୍ଗାଲୁରୁ: ଆଇପିଏଲ-୨୦୨୨ ମେଗା ଅକ୍ସନରେ ଘଟିଛି ଅଘଟଣ। ନିଲାମ ଚାଲିଥିବା ବେଳେ ଅକ୍ସନିର ବା ନିଲାମକାରୀ ହ୍ୟୁଜ୍ ଏଡମିଡ୍ସ ହଠାତ୍ ଅଚେତ୍ ହୋଇ ତଳେ ପଡ଼ିଯାଇଛନ୍ତି। ଯେଉଁ କାରଣରୁ ନିଲାମକୁ ସ୍ଥଗିତ ରଖାଯାଇଛି। ଆଇପିଏଲ୍ ନିଲାମ ଇତିହାସରେ ପ୍ରଥମଥର ଏଭଳି ଅଘଟଣ ଘଟିଛି। ତେବେ ଏ ନେଇ ଆଇପିଏଲ୍ କିମ୍ବା ବିସିସିଆଇ ପକ୍ଷରୁ ଅଫିସିଆଲ୍ ଘୋଷଣା କରାଯାଇନାହିଁ। ଶ୍ରୀଲଙ୍କାର ସ୍ପିନ୍ ଅଲରାଉଣ୍ଡର୍ ୱାନିନ୍ଦୁ ହସରଙ୍ଗାଙ୍କୁ ନିଲାମ ପାଇଁ ଡାକ ଚାଲିଥିଲ।। ହସରଙ୍ଗାଙ୍କ ପାଇଁ ୧୦ କୋଟିରୁ ଅଧିକ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଚାଲିଥିଲା ଆଇପିଏଲ୍ ନିଲାମ, ହଠାତ୍ ଅଚେତ୍ ହୋଇପଡ଼ିଲେ

AUCTION

ବେଙ୍ଗାଲୁରୁ: ଆଇପିଏଲ-୨୦୨୨ ମେଗା ଅକ୍ସନରେ ଘଟିଛି ଅଘଟଣ। ନିଲାମ ଚାଲିଥିବା ବେଳେ ଅକ୍ସନିର ବା ନିଲାମକାରୀ ହ୍ୟୁଜ୍ ଏଡମିଡ୍ସ ହଠାତ୍ ଅଚେତ୍ ହୋଇ ତଳେ ପଡ଼ିଯାଇଛନ୍ତି। ଯେଉଁ କାରଣରୁ ନିଲାମକୁ ସ୍ଥଗିତ ରଖାଯାଇଛି। ଆଇପିଏଲ୍ ନିଲାମ ଇତିହାସରେ ପ୍ରଥମଥର ଏଭଳି ଅଘଟଣ ଘଟିଛି। ତେବେ ଏ ନେଇ ଆଇପିଏଲ୍ କିମ୍ବା ବିସିସିଆଇ ପକ୍ଷରୁ ଅଫିସିଆଲ୍ ଘୋଷଣା କରାଯାଇନାହିଁ।

Advertisment

ଶ୍ରୀଲଙ୍କାର ସ୍ପିନ୍ ଅଲରାଉଣ୍ଡର୍ ୱାନିନ୍ଦୁ ହସରଙ୍ଗାଙ୍କୁ ନିଲାମ ପାଇଁ ଡାକ ଚାଲିଥିଲ।। ହସରଙ୍ଗାଙ୍କ ପାଇଁ ୧୦ କୋଟିରୁ ଅଧିକ ଟଙ୍କାର ଡାକ ଚାଲିଥିବା ବେଳେ ହଠାତ୍ ନିଲାମକାରୀ ହ୍ୟୁଜ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତେବେ ସେ କେଉଁ କାରଣରୁ ଏମିତି ତଳେ ପଡ଼ିଗଲେ, ତାହା ଜଣାପଡ଼ିନାହିଁ। ବିସିସିଆଇ ମେଡିକାଲ୍ ଟିମ୍ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ହ୍ୟୁଜଙ୍କ ଏଭଳି ଅଚେତ୍ ହେବା ଦ୍ୱାରା ନିଲାମକୁ ତୁରନ୍ତ ସ୍ଥଗିତ କରିଦିଆଯାଇଛି। ତେବେ ସେ ଆଗକୁ ନିଲାମରେ ଭାଗ ନେଇପାରିବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ତେବେ ଆଇପିଏଲ୍ ନିଲାମ ପ୍ରକ୍ରିୟା ଅପରାହ୍ଣ ସାଢ଼େ ୩ଟା ବେଳେ ପୁଣି ଆରମ୍ଭ ହେବ ବୋଲି ସୂଚନା ମିଳିଛି।

Advertisment

https://twitter.com/ESPNcricinfo/status/1492420391725252610?s=20&t=4YE5VCRKMTSe6ojJbZGHFg

ହ୍ୟୁଜ୍ ବ୍ରିଟେନରେ ରହୁଥିବା ଫାଇନ୍ ଆର୍ଟ, କ୍ଲାସିକ୍ ଏବଂ ଚ୍ୟାରିଟିର ଅକ୍ସନ ଏକ୍ସପର୍ଟ। ସେ ୩୫ ବର୍ଷରୁ ଅଧିକ ସମୟ ଧରି ଅକ୍ସନ୍ କରିଆସୁଛନ୍ତି ଏବଂ ଏପର୍ଯ୍ୟନ୍ତ ସମଗ୍ର ଦୁନିଆରେ ୨୫୦୦ରୁ ଅଧିକ ଅକ୍ସନ କରିସାରିଛନ୍ତି। ଏହି ୨୫୦୦ ଅକ୍ସନରେ ସେ କୋଟି କୋଟି ଟଙ୍କାରୁ ଅଧିକ ଦାମର ସାମଗ୍ରୀ ବିକ୍ରି କରାଇଛନ୍ତି। ସେ ଚ୍ୟାରିଟି ଅକ୍ସନ୍ ପାଇଁ ଦୁବାଇ, ହଂକଂ, କାସାବ୍ଲାଙ୍କା, ନ୍ୟୁୟର୍କ, ମୁମ୍ବାଇ, ମଣ୍ଟେ କାର୍ଲୋ, ଲସ୍ ଆଞ୍ଜେଲିସ୍ ଓ ଟୋକିଓ ସମେତ ୩୦ରୁ ଅଧିକ ସହର ଗସ୍ତ କରିସାରିଛନ୍ତି। ସେ ଅଢ଼େଲ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିଲାମ ଡାକି ସାରିଲେଣି।

IPL 2022 Auction