ଅର୍ଦ୍ଧଶତକରେ ପୁଷ୍ପା, ଶତକରେ ବାହୁବଳୀ

ତୃତୀୟ ଦିନ ଖେଳ ଶେଷ ବେଳକୁ ନୀତୀଶ କୁମାର ୧୦୫ ରନ କରି ଅପରାଜିତ ରହିଛନ୍ତି।

Nitish kumar

ନୀତୀଶ କୁମାର ରେଡ୍ଡୀ

Hemant Lenka
  • Published: Saturday, 28 December 2024
  • Updated: 28 December 2024, 04:03 PM IST

Sports

Latest News

ଐତିହାସିକ ମେଲବର୍ଣ୍ଣରେ କମାଲ କରିଛନ୍ତି ଟିମ ଇଣ୍ଡିଆର ରାଇଜିଂ ଷ୍ଟାର ନୀତୀଶ କୁମାର ରେଡ୍ଡୀ। ଭାରତକୁ ବିପଦରୁ ଉଦ୍ଧାର କରିବା ସହ ବକ୍ସିଂ ଡେ’ ଟେଷ୍ଟରେ ନିଜ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି ସେ।  ନୀତୀଶ କୁମାରଙ୍କ ଶତକ ଯୋଗୁ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୭୪ର ଦୃଢ଼ ଜବାବ ମଧ୍ୟ ଦେଇଛି।

ତୃତୀୟ ଦିନ ଖେଳ ଶେଷ ବେଳକୁ ନୀତୀଶ କୁମାର ୧୦୫ ରନ କରି ଅପରାଜିତ ରହିଛନ୍ତି। ଭାରତ ୯ ୱିକେଟ ହରାଇ ୩୫୮ ରନ କରିନେଇଛି। ଏବେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ଦଳ ୧୧୬ ରନ ପଛରେ ରହିଛି। ଏକଦା ୨୨୧ ରନରେ ୭ ୱିକେଟ ହରାଇଥିବା ଭାରତକୁ ନୀତୀଶ କୁମାରଙ୍କ ସହ ୱାଶିଂଟନ ସୁନ୍ଦର(୫୦) ନିଶ୍ଚିତ ପରାଜୟରୁ କିଛି ମାତ୍ରାରେ ବାହାର କରିବାକୁ ସକ୍ଷମ ହୋଇଛନ୍ତି।

ତେବେ ଆଜି ମେଲବର୍ଣ୍ଣରେ ୮୦ ହଜାର ଦର୍ଶକ ଓ ନିଜ ବାପାଙ୍କ ଆଗରେ ଅନ୍ତର୍ଜାତୀୟ କ୍ୟାରିୟରରେ ପ୍ରଥମ ଶତକ ହାସଲ କରିବା ନୀତୀଶ କୁମାରଙ୍କ ପାଇଁ ବେଶ ସ୍ୱତନ୍ତ୍ର। କାରଣ ଭାରତ ଚାପରେ ଥିବା ବେଳେ ସେ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ନୀତୀଶ କୁମାର ୮ନଂରେ ବ୍ୟାଟିଂ କରି ଏପରି ଦମଦାର ଇନିଂସ ଖେଳିଛନ୍ତି।

Also Read

ସେ ମଧ୍ୟ ବେଶ ସ୍ୱତନ୍ତ୍ର ଶୈଳୀରେ ନିଜର ଅର୍ଦ୍ଧଶତକ ଓ ମେଡେନ ସେଞ୍ଚୁରୀକୁ ସେଲିବ୍ରେଟ କରିଛନ୍ତି। ନୀତୀଶ କୁମାର ଅର୍ଦ୍ଧଶତକ ହାସଲ କରିବା ପରେ ନିକଟରେ ରିଲିଜ ହୋଇଥିବା ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ସିନେମା ଷ୍ଟାଇଲରେ ଉତ୍ସବ ମନାଇଥିଲେ। ସିନେମାରେ ନାୟକ ଅଲ୍ଲୁ ଅର୍ଜୁନ ଯେମିତି ଚ୍ୟାଲେଞ୍ଜର ମୁକାବିଲା କରିବା ଭଳି ନିଜ ଦାଢ଼ିରେ ହାତ ମାରି ‘ଝୁକେଗା ନେହିଁ’ କହୁଥିଲେ ନୀତୀଶ କୁମାର ମଧ୍ୟ ୫୦ ରନ ମାରିବା ପରେ ସେଭଳି ଷ୍ଟାଇଲ କରିଥିଲେ।

ଅର୍ଦ୍ଧଶତକ ହାସଲ କରିବା ପରେ ସେ ନିଜ ବ୍ୟାଟକୂ ମୁହଁ ପାଖକୁ ନେଇ ପୁଷ୍କା ଷ୍ଟାଇଲରେ ସମସ୍ତଙ୍କୁ ଦେଖାଇଥିଲେ। ସେ ଅର୍ଦ୍ଧଶତକ ହାସଲ କରି ଅଷ୍ଟ୍ରେଲିଆ ବୋଲରଙ୍କ ଆଗରେ ଝୁକେଗା ନେହିଁ ବୋଲି ସମସ୍ତଙ୍କୁ ଦର୍ଶାଇବାକୁ ଚେଷ୍ଟା କରିଥିଲେ।

ଏହାପରେ ସେ ଚୌକା ମାରି ଶତକ ହାସଲ କରିଥିଲେ। ଏହି ସମୟରେ ଅନ୍ୟତମ ବହୁଭାଷା ଭିତ୍ତିକ ସିନେମା ପ୍ରଭାସଙ୍କ ବାହୁବଳୀ ସିନେମା ଭଳି ସେ ସେଲିବ୍ରେଟ କରିଥିଲେ। ଶତକ ମାରିବା ପରେ ସେ ମେଲବର୍ଣ୍ଣ ଷ୍ଟାଡିୟମରେ ଆଣ୍ଠୁ ପକାଇ ବସିଥିଲେ। ନିଜ ବ୍ୟାଟର ହ୍ୟାଣ୍ତଲ ଉପରକୁ କରିଥିଲେ। ଏହାକୁ ତଳେ ରଖି ସେଥିରେ ହେଲମେଟକୁ ଢାଙ୍ଗି ଉପରକୁ ବାହୁବଳୀ ଭଳି ପୋଜ ଦେଇଥିଲେ।

ବାହୁବଳୀର ଗୋଟିଏ ଦୃଶ୍ୟରେ ସେନମାର ନାୟକ ପ୍ରଭାବ ଶତ୍ରୁ ପକ୍ଷକୁ ମାତ ଦେବା ବେଳେ ନିଜ ଖଣ୍ଡା ଦ୍ୱାରା ଏଭଳି ପୋଜ ଦେଇଥିଲେ। ତେଣୁ ନୀତୀଶ କୁମାର ମଧ୍ୟ ଶତକ ମାରିବା ପରେ ବାହୁବଳୀ ଷ୍ଟାଇଲ ସମସ୍ତଙ୍କୁ ଦେଖାଇଛନ୍ତି।

୧୭୬ ବଲରେ ୧୦୫ ରନର ଇନିଂସ ଖେଳିଥିବା ନୀତୀଶ କୁମାର ରେଡ୍ଡୀ ୧୩ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story