Advertisment

ଲର୍ଡ୍ସରେ ବଲ୍ ଟ୍ୟାମ୍ପରିଂ କଲେ ଇଂଲଣ୍ଡ ଖେଳାଳି! ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ଲର୍ଡ୍ସରେ ଖେଳାଯାଉଛି। ଏହି ମ୍ୟାଚର ଚତୁର୍ଥ ଦିବସର କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଏଥିରେ ଇଂଲଣ୍ଡର ଖେଳାଳି ନିଜ ଜୋତା ବଳରେ ବଲକୁ ଚପାଉଛନ୍ତି ଏବଂ ଏହାକୁ ସ୍ପାଇକରେ ଘସିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି। ସୋଶାଲ ମିଡିଆରେ ଲୋକେ ଏହି ଫଟୋକୁ ଶେଆର୍ କରି ପଚାରୁଛନ୍ତି ଯେ କ’ଣ ଏହା ବଲ୍ ଟ୍ୟାମ୍ପରିଂ ମାମଲା ନୁହେଁ? କେବଳ […]

ଅଦ୍ୟତନ ହୋଇଛି
ଲର୍ଡ୍ସରେ ବଲ୍ ଟ୍ୟାମ୍ପରିଂ କଲେ ଇଂଲଣ୍ଡ ଖେଳାଳି! ଫଟୋ ଭାଇରାଲ୍

ball-tampering

Advertisment

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ଲର୍ଡ୍ସରେ ଖେଳାଯାଉଛି। ଏହି ମ୍ୟାଚର ଚତୁର୍ଥ ଦିବସର କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଏଥିରେ ଇଂଲଣ୍ଡର ଖେଳାଳି ନିଜ ଜୋତା ବଳରେ ବଲକୁ ଚପାଉଛନ୍ତି ଏବଂ ଏହାକୁ ସ୍ପାଇକରେ ଘସିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି।

Advertisment

ସୋଶାଲ ମିଡିଆରେ ଲୋକେ ଏହି ଫଟୋକୁ ଶେଆର୍ କରି ପଚାରୁଛନ୍ତି ଯେ କ'ଣ ଏହା ବଲ୍ ଟ୍ୟାମ୍ପରିଂ ମାମଲା ନୁହେଁ? କେବଳ ଏତିକି ନୁହେଁ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ଏ ସମ୍ବନ୍ଧିତ ଫଟୋକୁ ଶେଆର୍ କରି ପଚାରିଛନ୍ତି' ଏସବୁ କ'ଣ ହେଉଛି? କ'ଣ ଏହା ଇଂଲଣ୍ଡ ଖେଳାଳିଙ୍କ ବଲ୍ ଟ୍ୟାମ୍ପରିଂ କରିବାର ପ୍ରୟାସ ନା କୋଭିଡରୁ ରକ୍ଷା ପାଇବା ପାଇଁ ଉପାୟ?

https://twitter.com/cricketaakash/status/1426897898004881410?s=20

https://twitter.com/virendersehwag/status/1426914578764468227?s=20

କ୍ରିକେଟରୁ କମେଣ୍ଟେଟର ହୋଇଥିବା ଆକାଶ ଚୋପ୍ରା ମଧ୍ୟ ସୋଶାଲ ମିଡିଆରେ ପଚାରିଛନ୍ତି, ବଲ୍ ଟ୍ୟାମ୍ପରିଂ? ଏହାବ୍ୟତୀତ ଅନ୍ୟ କିଛି ୟୁଜରର ମଧ୍ୟ ଏହାର ଫଟୋ ଶେଆର୍ କରିଛନ୍ତି ଏବଂ ଲେଖିଛନ୍ତି, ଏ ଇଂଲଣ୍ଡ ଖେଳାଳିମାନେ ଆଦୌ ସୁଧୁରିବେ ନାହିଁ।

Advertisment

ସୂଚନାଯୋଗ୍ୟ, ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିବସ ଚା' ପାନ ବିରତି ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୧୦୫ ରନ୍ କରିଛି। ଭାରତ ପାଖରେ ମୋଟ ୭୮ ରନର ଲିଡ୍ ରହିଛି। ଚେତେଶ୍ୱର ପୂଜାରା ୨୯ ଓ ଅଜିଙ୍କ୍ୟ ରାହାଣେ ୨୪ ରନରେ ବ୍ୟାଟିଂ କରିଛନ୍ତି। ଲୋକେଶ ରାହୁଲ୍ ୫, ରୋହିତ୍ ଶର୍ମା ୨୧ ଓ କ୍ୟାପଟେନ୍ ବିରାଟ୍ କୋହଲି ୨୦ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି।

India Vs England
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe