/odisha-reporter/media/post_attachments/uploads/2021/04/David-warner.jpg)
David-warner
ଚେନ୍ନାଇ: ବୁଧବାର ଆଇପିଏଲ୍ରେ ଖେଳା ଯାଇଥିବା ଏକ ମ୍ୟାଚ୍ରେସନ୍ ରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍)କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ୬ ରନରେ ପରାସ୍ତ କରିଛି। ଆରସିବି ଲଗାତାର ଦୁଇଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଥିବାବେଳେ ଦୁଇଟି ମ୍ୟାଚ୍ ହାରି ହାଇଦ୍ରାବାଦ ନିରାଶ ହୋଇଛି।
ଗତକାଲି ହାଇଦ୍ରାବାଦ ହାରିଥିଲେ ବି ଅଧିନାୟକ ତଥା ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ ଡେଭିଡ୍ ଓ୍ୱାର୍ଣ୍ଣର ଜବରଦସ୍ତ ବ୍ୟାଟିଂ କରିଥିଲେ। ଆଉ ତା’ସହିତ ସେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଏକ ରେକର୍ଡ ଭାଙ୍ଗିଛନ୍ତି।
ଚେପକରେ ଖେଳାଯାଇଥିବା ଏହି ମ୍ୟାଚରେ ଆରସିବି ୧୪୯ ରନ୍ କରିଥିଲା। ତେବେ ୧୫୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ ୯ ଓ୍ୱିକେଟ ହରାଇ ୧୪୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏଥିରେ ସବୁଠୁ ବଡ଼ ଯୋଗଦାନ ଥିଲା ଡେଭିଡ୍ ଓ୍ୱାର୍ଣ୍ଣରଙ୍କର। ମନୀଷ ପାଣ୍ଡେଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ସେ ୮୩ ରନ୍ର ପାର୍ଟନରଶିପ୍ କରିଥିଲେ। ଗୋଟିଏ ସମୟରେ ଦଳ ନିର୍ଦ୍ଧାରିତ ଓଭର ପୂର୍ବରୁ ମ୍ୟାଚ୍ ଜିତିଯିବ ବୋଲି ଲାଗୁଥିଲା କିନ୍ତୁ ୱାର୍ଣ୍ଣର ଆଉଟ୍ ହେବା ପରେ ବଦଳି ଯାଇଥିଲା ଦଳର ସ୍ଥିତି।
ୱାର୍ଣ୍ଣର ୫୪ ରନ୍ କରି ଆଉଟ୍ ହୋଇଥିଲେ। ୩୭ଟି ବଲରୁ ୭ଟି ଚୌକା ଓ ଗୋଟିଏ ଛକା ସହିତ ସେ ଏହି ରନ୍ ସଂଗ୍ରହ କରିଥିଲେ। ଏହା ସହିତ ଏଯାବତ୍ ଆଇପିଏଲ୍ରେ ବାଙ୍ଗାଲୋର ବିରୋଧରେ ସେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଖେଳାଳି ପାଲଟି ଯାଇଛନ୍ତି। ପୂର୍ବରୁ ଏହି ରେକର୍ଡ ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନାଁରେ ଥିଲା।
ଡେଭିଡ୍ ୱାର୍ଣ୍ଣର ବାଙ୍ଗାଲୋର ବିରୋଧରେ ୮୭୭ ରନ୍ କରିଛନ୍ତି। ଅନ୍ୟପକ୍ଷରେ ଧୋନି ୮୩୩ ରନ୍ କରିଛନ୍ତି। ସେହିପରି ବାଙ୍ଗାଲୋର ବିରୋଧରେ ସୁରେଶ ରାଇନା ୭୫୫ ରନ୍ କରିଥିବା ବେଳେ ରୋହିତ ଶର୍ମା ୭୧୬ ଓ ଗୌତମ ଗମ୍ଭୀର ୭୧୩ ରନ୍ କରିଛନ୍ତି।
ଓ୍ୱାର୍ଣ୍ଣର ଆଇପିଏଲ୍ରେ ଏଯାବତ ୧୪୪ଟି ମ୍ୟାଚ୍ ଖେଳି ୫,୨୦୦ ରନ୍ ସଂଗ୍ରହ କରିଛନ୍ତି। ଏହା ସହିତ ଆଇପିଏଲ୍ରେ ଜଣେ ବିଦେଶୀ ଖେଳାଳି ଭାବେ ସେ ସର୍ବାଧିକ ସ୍କୋର କରିଛନ୍ତି। ୧୪୪ଟି ମ୍ୟାଚ୍ରୁ ସେ ୪୯ଟିରେ ଅର୍ଦ୍ଧଶତକ ହାସଲ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
