Advertisment

କାହିଁକି ଭାରତ-ପାକିସ୍ତାନ ମ୍ୟାଚ୍‌ ଆୟୋଜନ କରିବା କଷ୍ଟକର? ଉତ୍ତର ରଖିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଆସନ୍ତାକାଲି ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ। ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ୍‌ ବନ୍ଦ ରହିଥିବା ବେଳେ ଦୁଇ ଦଳ କେବଳ ଆଇସିସି ଇଭେଣ୍ଟରେ ମୁହାଁମୁହିଁ ହେଉଛନ୍ତି। ତେଣୁ ସାରା ବିଶ୍ୱର ନଜର ଏହି ମ୍ୟାଚ୍‌ ଉପରେ ରହିଛି। ଏସବୁ ଭିତରେ ଭାରତରେ କାହିଁକି ଇଣ୍ଡିଆ-ପାକିସ୍ତାନ ମ୍ୟାଚ୍‌ ହେଉନି, ତା’ର ଜବାବ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରଖିଛନ୍ତି। ସେ କହିଛନ୍ତି, ଭାରତରେ ଇଣ୍ଡିଆ ଓ ପାକିସ୍ତାନର ମ୍ୟାଚ୍‌ […]

ଅଦ୍ୟତନ ହୋଇଛି
କାହିଁକି ଭାରତ-ପାକିସ୍ତାନ ମ୍ୟାଚ୍‌ ଆୟୋଜନ କରିବା କଷ୍ଟକର? ଉତ୍ତର ରଖିଲେ ଗାଙ୍ଗୁଲି

India

Advertisment

ନୂଆଦିଲ୍ଲୀ: ଆସନ୍ତାକାଲି ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ। ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ୍‌ ବନ୍ଦ ରହିଥିବା ବେଳେ ଦୁଇ ଦଳ କେବଳ ଆଇସିସି ଇଭେଣ୍ଟରେ ମୁହାଁମୁହିଁ ହେଉଛନ୍ତି। ତେଣୁ ସାରା ବିଶ୍ୱର ନଜର ଏହି ମ୍ୟାଚ୍‌ ଉପରେ ରହିଛି।

Advertisment

ଏସବୁ ଭିତରେ ଭାରତରେ କାହିଁକି ଇଣ୍ଡିଆ-ପାକିସ୍ତାନ ମ୍ୟାଚ୍‌ ହେଉନି, ତା’ର ଜବାବ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରଖିଛନ୍ତି। ସେ କହିଛନ୍ତି, ଭାରତରେ ଇଣ୍ଡିଆ ଓ ପାକିସ୍ତାନର ମ୍ୟାଚ୍‌ ଆୟୋଜନ କରିବା ବେଶ କଷ୍ଟକର। ଏହି ମ୍ୟାଚ୍‌ ପାଇଁ ଟିକେଟର ଚାହିଦା ଯଥେଷ୍ଟ ଅଧିକ। ଏହି କାରଣ ପାଇଁ ଟି-୨୦ ବିଶ୍ୱକପ ୟୁଏଇରେ ଆୟୋଜନ କରିବା ଆମ ପାଇଁ ସହଜ ହେଉଛି ବୋଲି ସେ କହିଛନ୍ତି।

ସଲାମ କ୍ରିକେଟ ୨୦୨୧ କାର୍ଯ୍ୟକ୍ରମରେ ଯୋଗଦେଇ ଗାଙ୍ଗୁଲି କହିଛନ୍ତି, “ପ୍ରଥମଥର ପାଇଁ ଆମେ କୌଣସି ବିଶ୍ୱକପ ଅଭିଯାନ ଭାରତ-ପାକିସ୍ତାନ ମ୍ୟାଚ୍‌ରୁ ଆରମ୍ଭ କରୁନୁ। ପୂର୍ବରୁ ମଧ୍ୟ ଅନେକ ବିଶ୍ୱକପରେ ଏପରି ଘଟଣା ଘଟିଛି। ୨୦୧୫ରେ ଆମେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ଅଭିଯାନ ଆରମ୍ଭ କରିଥିଲୁ। ୨୦୧୯ରେ ଏପରି ଘଟି ନଥିଲା। କିନ୍ତୁ ଚାମ୍ପିୟନନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ଆରମ୍ଭରୁ ମୁହାଁମୁହିଁ ହୋଇଥିଲେ। ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ମଧ୍ୟ ଦୁଇ ଦେଶ ଲଢ଼େଇ କରିଥିଲେ।

Advertisment

ଭାରତ-ପାକିସ୍ତାନ ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଥିବାରୁ ଏପରି ଘଟୁଛି। ଏପରି ମ୍ୟାଚ୍‌ ଆୟୋଜନ କରିବା ଅତ୍ୟନ୍ତ କଷ୍ଟକର ନୁହେଁ। ମୁଁ ଖେଳିବା ବେଳେ ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଆଦୌ କଷ୍ଟକର ହୋଇ ନଥିଲା। ଲୋକମାନେ କୁହନ୍ତି, ଭାରତ-ପାକିସ୍ତାନ ମ୍ୟାଚ୍‌ ବେଳେ ଅତରିକ୍ତ ଚାପ ରହିଥାଏ।

ହେଲେ ମୁଁ କେବେ ହେଲେ ଏହାକୁ ଅନୁଭବ କରିନି। ମୁଁ ପ୍ରଥମଥର ସିଏବି ସଭାପତି ହେବା ପରେ ୨୦୧୬ରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ ହୋଇଥିଲା। ମୁଁ ପ୍ରଶାସନିକ ଦାୟିତ୍ୱ ନେବା ପରେ ପ୍ରଥମଥର ପାଇଁ ଏପରି ମ୍ୟାଚ୍‌ ଖେଳାଯାଇଥିଲା। ତେବେ ଭାରତରେ ଇଣ୍ଡିଆ-ପାକିସ୍ତାନ ଆୟୋଜନ କରିବା ବେଶ କଷ୍ଟକର। କାରଣ ଏହି ମ୍ୟାଚ୍‌ ପାଇଁ ଟିକେଟର ଚାହିଦା ଯଥେଷ୍ଟ ଅଧିକ ରହିଥାଏ। ତେବେ ୟୁଏଇରେ ଏହାକୁ ଆୟୋଜନ କରିବା ସହଜ। ଭାରତ ଓ ୟୁଏଇ ମଧ୍ୟରେ ଇଣ୍ତିଆ-ପାକିସ୍ତାନ ମ୍ୟାଚ୍‌ର ଚାହିଦାରେ ଅନେକ ପାର୍ଥକ୍ୟ ରହିଛି।”

ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ପରସ୍ପରକୁ ୫ଥର ଭେଟିଛନ୍ତି। ସମସ୍ତ ୫ଟି ଯାକ ମ୍ୟାଚ୍‌ରେ ଭାରତ ବାଜିମାତ କରିଛି। କେବଳ ଆଇସିସିର ଚାମ୍ପିୟନ୍ସ ଟ୍ରଫି ୨୦୧୭ ଫାଇନାଲରେ ଭାରତ ଚୀରପ୍ରତିଦ୍ୱିନ୍ଦ୍ୱୀ ପାକିସ୍ତାନ ଠାରୁ ପରାସ୍ତ ହୋଇଛି। ଗାଙ୍ଗୁଲି କହିଛନ୍ତି, ବିଶ୍ୱକପରେ ଭାରତର ରେକର୍ଡ ପାକିସ୍ତାନ ବିପକ୍ଷରେ ଭଲ ରହିଛି।

କିଛି ବର୍ଷ ହେଲାଣି ପାକିସ୍ତାନ ଉପରେ ଆମର ଦବଦବା ରହିଛି। ଗୋଟିଏ ସମୟରେ ପାକିସ୍ତାନ ବେଶ ଶକ୍ତିଶାଳୀ ଟିମ ଥିଲା। କିନ୍ତୁ ଧୀରେଧୀରେ ଭାରତ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆମ ଷ୍ଟେଟପ ଓ ଷ୍ଟ୍ରକଚର ଯୋଗୁ ଆମେ ଭଲ ଖେଳାଳିଙ୍କୁ ପାଇପାରୁଛୁ। ଆମ ଦେଶରେ କ୍ରିକେଟ ପାଇଁ ଲୋକଙ୍କ ମଧ୍ୟରେ ପ୍ୟାସନ ରହିଛି। ସମସ୍ତେ ଭଲ କ୍ରିକେଟର ହେବାକୁ ଚେଷ୍ଟା କରନ୍ତି। ତେଣୁ ଏହା ଦେଶକୁ ଫାଇଦା ଦେଉଛି ବୋଲି ଦାଦା କହିଛନ୍ତି।

India Vs Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe