Advertisment

ଇଂଲଣ୍ଡ ବିପକ୍ଷରେ ପୁଣି ଦ୍ୱିଶତକ ମାରିଲେ ଯଶସ୍ୱୀ ଜୈସ୍ୱାଲ

ଇଂଲଣ୍ଡ ବିପକ୍ଷରେ ଲଗାତାର ଦୁଇଟି ଦ୍ୱିଶକ କରିଛନ୍ତି ଜୈସ୍ୱାଲ।

author-image
Debibandita Barick
ଅଦ୍ୟତନ ହୋଇଛି
 Yashasvi Jaiswal

Yashasvi Jaiswal

ଟେଷ୍ଟ କ୍ୟାରିଅରରେ ଆଉ ଏକ ଦ୍ୱିଶତକ ଯୋଡ଼ିଛନ୍ତି ଯଶସ୍ୱୀ ଜୈସ୍ୱାଲ। ଇଂଲଣ୍ଡ ବିପକ୍ଷରେ ଲଗାତାର ଦୁଇଟି ଦ୍ୱିଶକ କରିଛନ୍ତି ଜୈସ୍ୱାଲ। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଦ୍ୱିଶତକ ହାସଲ କରିଥିବା ଜୈସ୍ୱାଲ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ମାରିଛନ୍ତି ଦ୍ୱିଶତକ। ୨୩୧ଟି ବଲ୍‌ରୁ ୧୪ଟି ଚୌକା ଓ ୧୦ଟି ଛକ୍କା ସହାୟତାରେ ସେ ଏହି ଦ୍ୱିଶତକ କରିଛନ୍ତି। 

Advertisment

ଜୈସ୍ୱାଲ ଗତକାଲି ୧୦୪ ରନ୍ କରି ରିଟାର୍ଡ ହର୍ଟ ହୋଇ ପ୍ୟାଭିଲିୟନକୁ ଚାଲି ଯାଇଥିଲେ। ତେବେ ଆଜି ଶୁବମନ ଗିଲ୍‌ ୯୧ ରନ୍ କରି ଆଉଟ୍ ହେବା ପରେ ପୁଣି କ୍ରିଜ୍‌କୁ ଆସିଥିଲେ ଜୈସ୍ୱାଲ। ଗତକାଲି ଅପେକ୍ଷା ଆଜି ଆହୁରି ଅଧିକ ଆତ୍ମବିଶ୍ୱାସର ସହିତ ସେ ଖେଳିଥିଲେ ଓ ଦ୍ରୁତ ରନ୍ ସଂଗ୍ରହ କରିବାକୁ ପ୍ରୟାସ କରି ସଫଳ ହୋଇଥିଲେ। ସେ ୨୩୬ ବଲ୍‌ରୁ ୧୪ ଚୌକା ଓ ୧୨ଟି ଛକା ସହାୟତାରେ ୨୧୪ ରନ୍ କରି ଅପରାଜିତ ଥିବା ବେଳେ ଦଳ ପକ୍ଷରୁ ଇନିଂସ ଘୋଷଣା କରାଯାଇଥିଲା। 

ଅନ୍ୟପକ୍ଷରେ ଡେବ୍ୟୁ ଟେଷ୍ଟ ମ୍ୟାଚ୍ ଖେଳୁଥିବା ସର୍ଫରାଜ ଖାନ ମଧ୍ୟ କମାଲ କରିଛନ୍ତି। ପ୍ରଥମ ଇନିଂସରେ ଅର୍ଦ୍ଧଶତକ ମାରିଥିବା ସର୍ଫରାଜ ଦ୍ୱିତୀୟ ଇନିଂସରେ ମଧ୍ୟ ଅର୍ଦ୍ଧଶତକ କରିଛନ୍ତି। ସେ ୭୨ଟି ବଲ୍‌ରୁ ୬୮ ରନ୍ କରିଥିବା ବେଳେ ସେଥିରେ ଥିଲା ୬ଟି ଚୌକା ଓ ୩ଟି ଛକା। ସେ ମଧ୍ୟ ଅପରାଜିତ ରହିଥିଲେ। ପ୍ରଥମ ଇନିଂସରେ ସର୍ଫରାଜ ୬୬ଟି ବଲ୍‌ରୁ ୬୨ ରନ୍ କରି ଆଉଟ୍ ହୋଇଥିଲେ।

Advertisment

ହାତରେ ଆହୁରି ୬ଟି ୱିକେଟ୍ ଥିବା ବେଳେ ଟି’ ବ୍ରେକ୍‌ ପୂର୍ବରୁ ଭାରତୀୟ ଦଳ ଇନିଂସ ଘୋଷଣା କରି ଦେଇଛି। ଏହା ସହିତ ଇଂଲଣ୍ଡକୁ ଦଳ ୫୫୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ପ୍ରଥମ ଇନିଂସରେ ଭାରତ ୪୪୫ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୪୩୦ ରନ୍ କରିଛି। ଅନ୍ୟପକ୍ଷରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୧୯ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। 

ସୂଚନାଯୋଗ୍ୟ, ଦ୍ୱିତୀୟ ଟେଷ୍ଟରେ ଜୈସ୍ୱାଲ ଇଂଲଣ୍ଡ ବିପକ୍ଷରେ ୨୯୦ ବଲରେ ୨୦୯ ରନ୍ କରିଥିଲେ।   

Yashasvi Jaiswal Test Cricket IND Vs ENG IND Vs ENG 3rd Test