ଆଡିଲେଡ: ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମି ଫାଇନାଲରେ ମୁହାଁମୁହିଁ ହେଉଛନ୍ତି ଭାରତ ଓ ଇଂଲଣ୍ଡ। ଏହି ମ୍ୟାଚ୍ରେ ଜୋଶ ବଟଲର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଭାରତ ଆଡିଲେଡ ଓଭାଲରେ ପ୍ରଥମେ ବ୍ୟାଟିଂ କରିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଯେଉଁ ଦଳ ଜିତିବ, ସିଏ ରବିବାର ଐତିହାସିକ ମେଲବର୍ଣ୍ଣରେ ପାକିସ୍ତାନ ବିପକ୍ଷରେ ଫାଇନାଲ ମ୍ୟାଚ୍ ଖେଳିବ।
ଆଜିର ମ୍ୟାଚ୍ରେ ଇଂଲଣ୍ଡ ଟିମର ଚୂଡ଼ାନ୍ତ ଏକାଦଶରୁ ଆହତ ଯୋଗୁ ଡାୱିଡ ମଲାନ ଓ ମାର୍କ ଉଡ ବାଦ ଦେଇଛି। ଏହି ଦୁଇ ଖେଳାଳିଙ୍କ ବଦଳରେ କ୍ରିସ ଜୋର୍ଡାନ ଓ ଫିଲ ସଲ୍ଟ ସୁଯୋଗ ପାଇଛନ୍ତି। ତେବେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପ୍ରକାରର ପରିବର୍ତ୍ତନ କରିନାହିଁ। ଏହାର ଅର୍ଥ ସେମି ଫାଇନାଲରେ ଦୀନେଶ କାର୍ତ୍ତିକଙ୍କ ବଦଳରେ ଋଷଭ ପନ୍ତ ହିଁ ଖେଳିବେ।
ଆଡିଲେଡ ଓଭାଲରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୪ଥର ଜିତିଥିବା ବେଳେ ୨ ଥର ହାରିଛି। ସେହିପରି ଏହି ଗ୍ରାଉଣ୍ଡରେ ଶେଷ ୧୧ଟି ମ୍ୟାଚ୍ରେ ଟସ୍ ଜିତିଥିବା ଦଳ ମ୍ୟାଚ୍ ହାରିଛି। ଏହି ସବୁ ଇତିହାସ ନିଶ୍ଚିତ ଭାବେ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଗୋଟିଏ ଭଲ ଖବର।
T20 WC SF2. India XI: R Sharma (c), K L Rahul, V Kohli, S Yadav, H Pandya, R Pant (wk), A Patel, R Ashwin, A Singh, B Kumar, M Shami. https://t.co/5t1NQ2iUeJ #INDvENG #T20WorldCup
— BCCI (@BCCI) November 10, 2022
ହେଲେ ଆଜି ଯିଏ ଭଲ ଖେଳିବ, ସେ ହିଁ ଫାଇନାଲ ଟିକେଟ ହାତେଇ। ଆଡିଲେଡ ଓଭାଲରେ ପ୍ରଥମ ଇନିଂସର ଆଭରେଜ ସ୍କୋର ହେଉଛି ୧୫୭। କିନ୍ତୁ ପିଚ୍ ରିପୋର୍ଟ ଅନୁସାରେ, ଏଠାରେ ବଡ଼ ସ୍କୋର ଦେଖିବାକୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।
T20 WC SF2. England XI: A Hales, J Buttler (c)(wk), P Salt, H Brook, L Livingstone, B Stokes, M Ali, S Curran, A Rashid, C Woakes, C Jordan. https://t.co/5t1NQ20L0B #INDvENG #T20WorldCup
— BCCI (@BCCI) November 10, 2022