Advertisment

ବିରାଟ କୋହଲି ଓ ଅଧିନାୟକ ବିବାଦ: ପୁରୁଣା କଥା ଦୋହରାଇଲେ ଗାଙ୍ଗୁଲି

‘ରୋହିତ ଶର୍ମା ଅଧିନାୟକ ହେବା ପାଇଁ ଚାହୁଁ ନଥିଲେ। କାରଣ ସେ ତିନୋଟି ଯାକ ଫର୍ମାଟରେ ନେତୃତ୍ୱ ନେବାକୁ ଚାହୁଁ ନଥିଲେ।’

ଅଦ୍ୟତନ ହୋଇଛି
Sourav Ganguly

Sourav Ganguly

Advertisment

ଟିଟ୍ୱେଣ୍ଟିର ଅଧିନାୟକ ପଦରୁ ଓହରିବା ପରେ ବିରାଟ କୋହଲିଙ୍କ ହାତରୁ ଦିନିକିଆ ଓ ଟେଷ୍ଟର ଅଧିନାୟକ ପଦ ବି ଚାଲି ଯାଇଥିଲା। ସେତେବେଳେ ଏହି ପ୍ରସଙ୍ଗକୁ ନେଇ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ତତ୍‌କାଳୀନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହିତ ତାଙ୍କର ସଂପର୍କ ଖରାପ ହୋଇଥିଲା। ତେବେ ଗାଙ୍ଗୁଲିଙ୍କ କହିବା କଥା ବିରାଟ କୋହଲି ଙ୍କୁ ଅଧିନାୟକ ପଦରୁ ସେ ହଟାଇ ନାହାନ୍ତି। ଏହି କଥାକୁ ସେ ପୁଣି ଥରେ ନିକଟରେ ଏକ ରିୟଲିଟି ଶୋ’ରେ ଦୋହରାଇଛନ୍ତି।

Advertisment

ଗାଙ୍ଗୁଲି କହିଛନ୍ତି, ମୁଁ ବିରାଟ କୋହଲି ଙ୍କୁ ଅଧିନାୟକ ପଦରୁ ହଟାଇ ନାହିଁ। ମୁଁ ଅନେକ ଥର ଏହି କଥା କହି ସାରିଛି। ସେ ଟିଟ୍ୱେଣ୍ଟି ଟିମ୍‌ର ନେତୃତ୍ୱ ନେବାକୁ ଇଚ୍ଛୁକ ନଥିଲେ। ସେ ତାଙ୍କ ନିଷ୍ପତ୍ତି ନେବା ପରେ ମୁଁ ତାଙ୍କୁ କହିଥିଲି ଯେ ଯଦି ତୁମେ ଟିଟ୍ୱେଣ୍ଟି ଟିମ୍‌ର ନେତୃତ୍ୱ ନେବାକୁ ଚାହୁଁନାହଁ, ତା’ହେଲେ ସଂପୂର୍ଣ୍ଣ ଭାବେ ଧଳା ବଲ୍‌ କ୍ରିକେଟର ଅଧିନାୟକ ଦାୟିତ୍ୱ ଛାଡ଼ି ଦିଅ। ଜଣେ ହ୍ୱାଇଟ୍ ବଲ୍ କ୍ୟାପ୍‌ଟେନ୍ ହେବେ ଓ ଅନ୍ୟ ଜଣେ ରେଡ୍ ବଲ୍ କ୍ୟାପ୍‌ଟେନ୍ ହେବେ।

ଗାଙ୍ଗୁଲି ଆହୁରି କହିଥିଲେ, ରୋହିତ ଶର୍ମା ଅଧିନାୟକ ହେବା ପାଇଁ ଚାହୁଁ ନଥିଲେ। କାରଣ ସେ ତିନୋଟି ଯାକ ଫର୍ମାଟରେ ନେତୃତ୍ୱ ନେବାକୁ ଚାହୁଁ ନଥିଲେ। ଅଧିନାୟକ ଦାୟିତ୍ୱ ନେବା ପାଇଁ ମୁଁ ତାଙ୍କୁ ଟିକେ ଠେଲି ଥିଲି। ସେ ଅଧିନାୟକ ହେବାରେ ମୋର ଅଳ୍ପ ଭୂମିକା ରହିଛି। ପ୍ରଶାସକ ଯିଏ ହେଲେ ବି ପଡ଼ିଆରେ ଖେଳାଳିମାନେ ହିଁ ଭଲ ପ୍ରଦର୍ଶନ କରନ୍ତି। ଭାରତୀୟ କ୍ରିକେଟକୁ ଆହୁରି ଭଲ ସ୍ତରକୁ ନେବାକୁ ମୋତେ ବିସିସିଆଇର ସଭାପତି ଭାବେ ନିଯୁକ୍ତି ଦିଆଯାଇଥିଲା। ଆଉ ମୁଁ ଯାହା କରିଥିଲି, ତାହା ମୋ ଦାୟିତ୍ୱର ବହୁତ ଛୋଟ ଅଂଶ ଥିଲା।

Advertisment
Virat Kohli Sourav Ganguly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe