Advertisment

ଭାରତକୁ ଅଟକାଇବା କଷ୍ଟକର: ଗାଙ୍ଗୁଲି

ଭାରତୀୟ ଦଳକୁ ପ୍ରଶଂସା କରିଛନ୍ତି ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି

ଅଦ୍ୟତନ ହୋଇଛି
Saurbha Ganguly

Saurbha Ganguly

Advertisment

ବିଶ୍ୱକପ୍‌ କ୍ରିକେଟର ଫାଇନାଲ ମ୍ୟାଚ୍ ରବିବାର ଖେଳାଯିବ। ଏଥିରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ପ୍ରଶଂସା କରିଛନ୍ତି ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି। ଭାରତୀୟ ଦଳ ଯେମିତି ଖେଳୁଛି, ସେମାନଙ୍କୁ ଅଟକାଇ ବଡ଼ କଷ୍ଟକର ବ୍ୟାପାର ବୋଲି ସେ କହିଛନ୍ତି।

Advertisment

ଗାଙ୍ଗୁଲି କହିଛନ୍ତି, ଭାରତୀୟ ଦଳ ଏବେ ବିଧ୍ୱଂସକାରୀ ସାଜିଛି। ଅହମଦାବାଦ ମ୍ୟାଚ୍ ପାଇଁ ମୁଁ ସେମାନଙ୍କୁ ଶୁଭକାମନା ଜଣାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ଦଳ ଭଲ ଖେଳିଛି। ଏବେ ବିଶ୍ୱକପ୍ ଟ୍ରଫି ଓ ସେମାନଙ୍କ ମଧ୍ୟରେ କେବଳ ଅଷ୍ଟ୍ରେଲିଆ ଅଛି। ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଭାରତୀୟ ଟିମ୍ ଯେମିତି ଖେଳିଛି, ଯଦି ସେହି ଖେଳ ଜାରି ରଖେ, ତା’ହେଲେ ସେମାନଙ୍କୁ ଅଟକାଇବା କଷ୍ଟକର। ଫାଇନାଲ ମ୍ୟାଚ୍ ଖୁବ୍ ଭଲ ହେବ। କାରଣ ଅଷ୍ଟ୍ରେଲିଆ ମଧ୍ୟ ଗୋଟିଏ ଭଲ ଦଳ।

ବୁଧବାର ନ୍ୟୁଜିଲ୍ୟାଣ୍ଡକୁ ୭୦ ରନ୍‌ରେ ହରାଇ ଭାରତ ଫାଇନାଲରେ ପହଞ୍ଚିଥିବା ବେଳେ ଗୁରୁବାର ଦକ୍ଷିଣ ଆଫ୍ରିକାକୁ ହରାଇ ଅଷ୍ଟ୍ରେଲିଆ ଫାଇନାଲରେ ପହଞ୍ଚିଛି। ଭାରତ ଲିଗ୍‌ ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍ ଜିତି ସେମି ଫାଇନାଲରେ ପହଞ୍ଚିଥିଲା। ଅର୍ଥାତ୍ ଦଳ ଅପରାଜେୟ ରହି ଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ ଲିଗ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ୨ଟି ମ୍ୟାଚ୍ ହାରିଥିଲା। ପ୍ରଥମ ମ୍ୟାଚ୍‌ରେ ଦଳ ଭାରତଠାରୁ ହାରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ହାରିଥିଲା।

Advertisment

ଅଷ୍ଟ୍ରେଲିଆ ଅଷ୍ଟମ ଥର ପାଇଁ ବିଶ୍ୱକପ ଫାଇନାଲରେ ପହଞ୍ଚିଥିବା ବେଳେ ଭାରତ ଚତୁର୍ଥ ଥର ପାଇଁ ପ୍ରବେଶ କରିଛି। ଅଷ୍ଟ୍ରେଲିଆ ୫ ଥର ବିଶ୍ୱକପ୍ ଜିତିଥିବା ବେଳେ ଭାରତ ୨ ଥର ଜିତିଛି।

ICC Men’s Cricket World Cup 2023 ICC World Cup 2023 Sourav Ganguly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe