Advertisment

‘ଯୋଗ କର କି ନ କର, କିନ୍ତୁ ଗୋଟିଏ କାମ ଜରୁରୀ...’

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କିମ୍ବଦନ୍ତୀ ସ୍ପିନର ହରଭଜନ ସିଂହ ସୋଶାଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି ଏବଂ ଫ୍ୟାନଙ୍କ ସହ ଫଟୋ ଓ ଭିଡିଓ ଶେଆର୍ କରନ୍ତି। ହରଭଜନ ସିଂହ ଅନେକ ଥର ନିଜ ଟୁଇଟ୍ ପାଇଁ ଚର୍ଚ୍ଚାରେ ଥାନ୍ତି। ଏବେ କୋଭିଡ୍-୧୯ର କଠିନ ସମୟରେ ଅସହାୟଙ୍କୁ ସହାୟତା କରିବା ପାଇଁ ଅପିଲ୍ କରିଛନ୍ତି। ହରଭଜନ ଏହାକୁ ସାଧାରଣ ଜୀବନ ସହ ଯୋଡ଼ିଛନ୍ତି। ହରଭଜନ ଗୁରୁବାର ଏକ ଟୁଇଟ୍ କରିଛନ୍ତି। ସେ ଟୁଇଟରେ ଲେଖିଛନ୍ତି, ଜୀବନ […]

ଅଦ୍ୟତନ ହୋଇଛି
‘ଯୋଗ କର କି ନ କର, କିନ୍ତୁ ଗୋଟିଏ କାମ ଜରୁରୀ...’

harbhajan-singh

Advertisment

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କିମ୍ବଦନ୍ତୀ ସ୍ପିନର ହରଭଜନ ସିଂହ ସୋଶାଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି ଏବଂ ଫ୍ୟାନଙ୍କ ସହ ଫଟୋ ଓ ଭିଡିଓ ଶେଆର୍ କରନ୍ତି। ହରଭଜନ ସିଂହ ଅନେକ ଥର ନିଜ ଟୁଇଟ୍ ପାଇଁ ଚର୍ଚ୍ଚାରେ ଥାନ୍ତି। ଏବେ କୋଭିଡ୍-୧୯ର କଠିନ ସମୟରେ ଅସହାୟଙ୍କୁ ସହାୟତା କରିବା ପାଇଁ ଅପିଲ୍ କରିଛନ୍ତି। ହରଭଜନ ଏହାକୁ ସାଧାରଣ ଜୀବନ ସହ ଯୋଡ଼ିଛନ୍ତି।

Advertisment

ହରଭଜନ ଗୁରୁବାର ଏକ ଟୁଇଟ୍ କରିଛନ୍ତି। ସେ ଟୁଇଟରେ ଲେଖିଛନ୍ତି, ଜୀବନ ଯେତେ ସରଳ ହେବ, ଚାପ ସେତେ କମ୍ ହେବ। ଯୋଗ କର କି ନ କର, ଆବଶ୍ୟକ ପଡ଼ିଲେ ପରସ୍ପରକୁ ସହଯୋଗ ନିଶ୍ଚିତ କରନ୍ତୁ। ହରଭଜନଙ୍କ ଏହି ଟୁଇଟକୁ ଖୁବ୍ ପ୍ରଶଂସା କରାଯାଉଛି।

https://twitter.com/harbhajan_singh/status/1400296923991470090?s=20

ଭାରତ ନାମକ ଜଣେ ୟୁଜର ଏହା ଉପରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଏହି ଦୁନିଆରେ ଲୋକେ ଏବେ ପରସ୍ପରକୁ ସହାୟତା କରିବା କଥା ଭୁଲି ଗଲେଣି। ଆଉ ଜଣେ ୟୁଜର୍ ଲେଖିଛନ୍ତି, ଯୋଗ ବି କର ଏବଂ ପରସ୍ପରକୁ ସହାୟତା ମଧ୍ୟ କରନ୍ତୁ। ଆଉ ଜଣେ ଲେଖିଛନ୍ତି, ଏହା ହିଁ ଜୀବନର ମୂଳ ଚାବି କାଠି, କିନ୍ତୁ କିଛି ଲୋକେ ଅର୍ଥ ଲାଳସାରେ ଏହାକୁ ଭୁଲି ଯାଇଛନ୍ତି।

Advertisment

ସୂଚନାଯୋଗ୍ୟ, ହରଭଜନ ସିଂହ ଆଇପିଏଲର ୧୪ଶ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ପକ୍ଷରୁ ଖେଳୁଛନ୍ତି। କିନ୍ତୁ କୋଭିଡ୍ କାରଣରୁ ଚଳିତ ସଂସ୍କରଣକୁ ଅଧାରୁ ସ୍ଥଗିତ ରଖାଯାଇଛି। ହରଭଜନ ନିଜ କ୍ୟାରିୟରରେ ୧୦୩ ଟେଷ୍ଟ, ୨୩୬ ଦିନିକିଆ ଓ ୨୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ଟେଷ୍ଟରେ ୪୧୭, ଦିନିକିଆରେ ୨୬୯ ଏବଂ ଟି-୨୦ରେ ୨୫ ୱିକେଟ୍ ନେଇଛନ୍ତି। ତାଙ୍କ ନାଁରେ ୧୭୮ ପ୍ରଥମ ଶ୍ରେଣୀ ମ୍ୟାଚରେ ୭୮୦ ୱିକେଟ୍ ରହିଛି।

Harbhajan Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe