ଆଇପିଏଲ୍ ବବଲରେ କେମିତି ପଶିଲା କରୋନା? ଜବାବ ଦେଲେ ଦାଦା

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ମାମଲା ଲଗାତର ବଢ଼ୁଥିବାର ଦେଖି ଆଇପିଏଲର ୧୪ଶ ସଂସ୍କରଣକୁ ସ୍ଥଗିତ କରାଯାଇଛି । ଏହି ଲିଗରେ ଲଗାତର ଖେଳାଳି ଓ ଫ୍ରାଞ୍ଚାଇଜିର କିଛି ସଦସ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି, ଯେଉଁକାରଣରୁ ଏହି ବଡ଼ ନିଷ୍ପତ୍ତି ନିଆ ଗଲା । ତେବେ ଏହାରି ଭିତରେ ଲଗାତର ପ୍ରଶ୍ନ ଉଠୁଛି ଯେ ବାୟୋ-ବବଲରେ କରୋନା କେମିତି ପ୍ରବେଶ କଲା । ଏହାକୁ ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପ୍ରତିକ୍ରିୟା ରଖିଛନ୍ତି । ଗାଙ୍ଗୁଲି […]

dada

Ranjit Kumar Jena
  • Published: Thursday, 06 May 2021
  • , Updated: 07 May 2021, 12:50 PM IST

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ମାମଲା ଲଗାତର ବଢ଼ୁଥିବାର ଦେଖି ଆଇପିଏଲର ୧୪ଶ ସଂସ୍କରଣକୁ ସ୍ଥଗିତ କରାଯାଇଛି । ଏହି ଲିଗରେ ଲଗାତର ଖେଳାଳି ଓ ଫ୍ରାଞ୍ଚାଇଜିର କିଛି ସଦସ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି, ଯେଉଁକାରଣରୁ ଏହି ବଡ଼ ନିଷ୍ପତ୍ତି ନିଆ ଗଲା । ତେବେ ଏହାରି ଭିତରେ ଲଗାତର ପ୍ରଶ୍ନ ଉଠୁଛି ଯେ ବାୟୋ-ବବଲରେ କରୋନା କେମିତି ପ୍ରବେଶ କଲା । ଏହାକୁ ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପ୍ରତିକ୍ରିୟା ରଖିଛନ୍ତି ।

ଗାଙ୍ଗୁଲି କହିଛନ୍ତି, ଯେତେବେଳେ ଆମେ ଆଇପିଏଲ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲୁ, ସେତେବେଳେ ବାତାବରଣ ସେତେଟା ଖରାପ ନଥିଲା । ସେତେବେଳେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ନଥିଲା । ଆମେ ଇଂଲଣ୍ଡ ସିରିଜ୍ ମଧ୍ୟ ସଫଳତାର ସହ ଶେଷ କରିଥିଲୁ । ଫେବୃଆରୀରେ କୋଭିଡ୍‌-୧୯ ମାମଲା ଅଧିକ ନଥିଲା । ଗତ ତିନି ସପ୍ତାହରେ ମାମଲା ଅଧିକ ବଢ଼ିଛି । ଏହା ପୂର୍ବରୁ କିଛି ବି ନଥିଲା । ଆମେ ୟୁଏଇରେ ଆଇପିଏଲ୍ ଆୟୋଜନ କରିବା ପାଇଁ ଯୋଜନା କରିଥିଲୁ, କିନ୍ତୁ ଏହାକୁ ପୁଣି ଭାରତରେ କରାଇବାକୁ ନିଷ୍ପତ୍ତି ନେଇଥିଲୁ ।

ଗାଙ୍ଗୁଲି କହିଛନ୍ତି, ଆଇପିଏଲରେ ବାୟୋ-ବବଲର କୌଣସି ଉଲ୍ଲଙ୍ଘନ ହୋଇନାହିଁ । ବୋର୍ଡକୁ ଯେଉଁ ରିପୋର୍ଟ ମିଳିଛି, ସେଥିରୁ ଜଣାପଡ଼ିଛି ଯେ ବାୟୋ-ବବଲର କୌଣସି ଉଲ୍ଲଙ୍ଘନ ହୋଇନାହିଁ । ଏହା କେମିତି ହେଲା, ଏହା ଉପରେ କହିବା କଷ୍ଟକର । ଦେଶରେ ଏତେ ସଂଖ୍ୟକ ଲୋକେ ସଂକ୍ରମିତ ହୋଇଛନ୍ତି, ଏହା ଉପରେ କହିବା ବି କଷ୍ଟକର ।

ଗାଙ୍ଗୁଲି କହିଛନ୍ତି, ୟୁକେର କମ୍ପାନୀ ରେସଟ୍ରାଟାକୁ ବାୟୋବବଲ୍ ପ୍ରସ୍ତୁତ କରିବାର ଦାୟିତ୍ୱ ଦିଆଯାଇନଥିଲା, କାରଣ ଭାରତରେ ସେମାନଙ୍କର ଉପସ୍ଥିତି ସେତେଟା ବଡ଼ ନୁହେଁ । ଆମେ ଯେଉଁମାନଙ୍କୁ ଏହି ଦାୟିତ୍ୱ ଦେଇଥିଲୁ, ସେମାନେ ପେସାଦାର । ଅନେକ ପେସାଦାର କମ୍ପାନୀ ମଧ୍ୟ ଦୁନିଆର ଅଧିକାଂଶ ସ୍ଥାନରେ ବାୟୋ ବବଲ୍ ଭିତରକୁ ଆସୁଥିବା ଭାଇରସକୁ ରୋକି ପାରିନାହାନ୍ତି । ଯେତେବେଳେ ଇଂଲଣ୍ଡରେ ଦ୍ୱିତୀୟ ମହାମାରୀର ଲହର ଆସିଲା, ଇଂଲିଶ୍ ପ୍ରିମିୟର୍ ଲିଗରେ ଅନେକ ମାମଲା ସାମ୍ନାକୁ ଆସିଥିଲା । ମାଞ୍ଚେଷ୍ଟର ସିଟି, ଆର୍ସେନାଲ୍‌ର ଖେଳାଳି ସଂକ୍ରମିତ ହୋଇଥିଲେ । ଯାହା ପରେ ମ୍ୟାଚ୍ ତାରିଖ ପୁନଃନିର୍ଦ୍ଧାରିତ ହୋଇଥିଲା । ଯେହେତୁ ସେମାନଙ୍କ ସିଜନ୍ ୬ ମାସ ଲମ୍ବା ଚାଲିଥାଏ, ତେଣୁ ସେମାନେ ଏଭଳି ନିଷ୍ପତ୍ତି ନେଲେ । କିନ୍ତୁ ଆମର ସିଜନ୍ ବହୁତ ଟାଇଟ୍ ରହିଥାଏ । ଆମକୁ ବିଦେଶୀ ଖେଳାଳିଙ୍କୁ ରିଲିଜ୍ କରିବାକୁ ପଡ଼ିଥାଏ, ତେଣୁ ପୁଣିଥରେ କାର୍ଯ୍ୟକ୍ରମ ସ୍ଥିର କରିବା କଷ୍ଟକର ହୋଇଥାଏ ।

ଗାଙ୍ଗୁଲି ମଧ୍ୟ ସବୁ ବିଦେଶୀ ଖେଳାଳିଙ୍କୁ ସୁରକ୍ଷିତ ଭାବେ ଘରେ ପହଞ୍ଚାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଗାଙ୍ଗୁଲି କହିଛନ୍ତି, ବିଦେଶୀ ଖେଳାଳିଙ୍କ ଉପରେ ପୂରା ନଜର ରଖାଯାଉଛି ଏବଂ ସେମାନେ ସୁରକ୍ଷିତ ଭାବେ ଘରେ ପହଞ୍ଚିବେ । ଅଷ୍ଟ୍ରେଲିଆ ଖେଳାଳି ମାଳଦ୍ୱୀପ ଯାଇ ସେଠାରେ କ୍ୱାରେଣ୍ଟାଇନରେ ରହିବେ ଏବଂ ସେଠାରୁ ସିଧା ଅଷ୍ଟ୍ରେଲିଆ ପହଞ୍ଚିବେ । ଭାରତୀୟ ଖେଳାଳି ନିଜ ନିଜର ଘରେ ଭ୍ୟାକସିନ୍ ନେଇପାରିବେ, କାରଣ ସେମାନଙ୍କ ପାଖରେ ଏବେ ପୂରା ସମୟ ଅଛି । ସବୁ ଭାରତୀୟ ଖେଳାଳି ନିଜ ନିଜର ଘରକୁ ଯାଇଛନ୍ତି, ଯାହା ସେମାନଙ୍କ ପାଇଁ ସହଜ ବିକଳ୍ପ ହେବ ବୋଲି ଗାଙ୍ଗୁଲି କହିଛନ୍ତି ।

Related story