ଟି-୨୦ ବିଶ୍ୱକପ: କେତୋଟି ମ୍ୟାଚ ଜିତିଲେ ଭାରତ ସେମିକୁ ଯାଇ ପାରିବ?

ମେଲବର୍ଣ୍ଣ: ଚଳିତ ବର୍ଷ ଟି-୨୦ ବିଶ୍ୱକପ ଅଭିଯାନ ଭାରତ ଚମତ୍କାର ଢଙ୍ଗରେ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ଭାରତ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇଥିଲା। ବିରାଟ କୋହିଲଙ୍କ ଅପରାଜିତ ୮୨ ଓ ଅର୍ଶଦୀପ ସିଂହଙ୍କ ଦମଦାର ବୋଲିଂ ବଳରେ ଭାରତ ପଏଣ୍ଟ ଟେବୁଲରେ ଗୁରୁତ୍ୱପୂର୍ଣ୍ଣ ୨ ପଏଣ୍ଟ ହାସଲ କରିଥିଲା। ଆଜି ନେଦରଲ୍ୟାଣ୍ଡ୍ସକୁ ଭାରତ ୫୬ ରନରେ ହରାଇବା ପରେ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ପହଞ୍ଚି ଯାଇଛି। ଏବେ ଭାରତ ଆଉ ୩ଟି ମ୍ୟାଚ୍‌ ଯଥାକ୍ରମେ […]

team-india

  • Published: Thursday, 27 October 2022
  • , Updated: 27 October 2022, 06:12 PM IST

ମେଲବର୍ଣ୍ଣ: ଚଳିତ ବର୍ଷ ଟି-୨୦ ବିଶ୍ୱକପ ଅଭିଯାନ ଭାରତ ଚମତ୍କାର ଢଙ୍ଗରେ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ଭାରତ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇଥିଲା। ବିରାଟ କୋହିଲଙ୍କ ଅପରାଜିତ ୮୨ ଓ ଅର୍ଶଦୀପ ସିଂହଙ୍କ ଦମଦାର ବୋଲିଂ ବଳରେ ଭାରତ ପଏଣ୍ଟ ଟେବୁଲରେ ଗୁରୁତ୍ୱପୂର୍ଣ୍ଣ ୨ ପଏଣ୍ଟ ହାସଲ କରିଥିଲା।

ଆଜି ନେଦରଲ୍ୟାଣ୍ଡ୍ସକୁ ଭାରତ ୫୬ ରନରେ ହରାଇବା ପରେ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ପହଞ୍ଚି ଯାଇଛି। ଏବେ ଭାରତ ଆଉ ୩ଟି ମ୍ୟାଚ୍‌ ଯଥାକ୍ରମେ ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଓ ଜିମ୍ବାୱେ ବିପକ୍ଷରେ ଖେଳିବ।

ଗତବର୍ଷ ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ପ୍ରଥମ ଦୁଇଟି ମ୍ୟାଚ୍‌ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରି ଯାଇଥିଲା। ଏହାପରେ ବାକି ୩ଟି ମ୍ୟାଚ୍‌ରେ ବଡ଼ ବିଜୟ ସତ୍ତ୍ୱେ ବିରାଟ କୋହଲିଙ୍କ ଟିମ ଇଣ୍ଡିଆ ସେମି ଫାଇନାଲକୁ ଯାଇ ପାରି ନଥିଲା।

କିନ୍ତୁ ଚଳିତ ବର୍ଷ ଭାରତ ପାଇଁ ସେମି ଫାଇନାଲରେ ପ୍ରବେଶ କରିବା ରାସ୍ତା ବେଶ ସହଜ ରହିଛି। ଏହାର ମୁଖ୍ୟ କାରଣ ହେଉଛି ଭାରତ ପ୍ରଥମ ମ୍ୟାଚ୍‌କୁ ପାକିସ୍ତାନ ବିପକ୍ଷରେ ୪ ୱିକେଟରେ ଜିତିବା।

ଟି-୨୦ ବିଶ୍ୱକପର ଫର୍ମାଟ ଅନୁଯାୟୀ, ଦୁଇ ଗ୍ରୁପର ଟପ୍‌ ୪ ଟିମ ସେମି ଫାଇନାଲରେ ପ୍ରବେଶ କରିବେ। ଭାରତ ଗ୍ରୁପ ୨ରେ ରହିଛି। ଏହି ଗ୍ରୁପରେ ପାକିସ୍ତାନ, ବାଂଲାଦେଶ, ନେଦରଲ୍ୟାଣ୍ଡ୍ସ, ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ରହିଛନ୍ତି। ଭାରତ ଗ୍ରୁପରେ ଥିବା ପାକିସ୍ତାନ ଓ ନେଦରଲ୍ୟାଣ୍ଡ୍ସକୁ ହରାଇ ସାରିଛି।

ଏବେ ରବିବାର ଦଳ ପର୍ଥରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଏହି ମ୍ୟାଚ୍‌ଟି ଭାରତ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପାରେ। କାରଣ ପର୍ଥର ପରିବେଶ ଓ ପିଚ୍‌ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ବେଶ ସୁହାଇବ।

ସେମି ଫାଇନାଲକୁ ଯିବା ପାଇଁ ସବୁଠାରୁ ସୁରକ୍ଷିତ ଉପାୟ ହେଲା ଭାରତକୁ ସବୁ ମ୍ୟାଚ୍‌ ଜିତିବାକୁ ପଡ଼ିବ। ଯଦି ଭାରତ ତା’ର ବାକି ୩ଟି ଯାକ ମ୍ୟାଚ ଜିତି ନେବ, ତା’ହେଲେ କେହି ବି ଦଳକୁ ସେମିରେ ପ୍ରବେଶ କରିବାକୁ ରୋକିପାରିବେ ନାହିଁ।

କିନ୍ତୁ କୌଣସି ମ୍ୟାଚ୍‌ ଯଦି ବର୍ଷା ଯୋଗୁ ବାତିଲ ହୋଇଯାଏ କିମ୍ବା ଭାରତ କୌଣସି ମ୍ୟାଚ୍‌ରେ ହାରିଯାଏ, ତା’ହେଲେ ପରିସ୍ଥିତି ଜଟିଳ ହେବ। ବର୍ଷା କାହା ହାତରେ ନାହିଁ। ତେଣୁ ଭାରତକୁ ସବୁ ମ୍ୟାଚ୍‌ ଜିତିବା ଉପରେ ଫୋକସ କରିବାକୁ ପଡ଼ିବ।

ଏଥିସହ ନିଜର ନେଟ ରନ ରେଟ୍‌କୁ ଠିକଠାକ ରଖିବାକୁ ହେବ। ଭାରତ ବର୍ତ୍ତମାନ ସୁଦ୍ଧା ୨ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ସହ ୪ ପଏଣ୍ଟ ପାଇଛି। ଦଳର ନେଟ ରନ ରେଟ୍‌ ୧.୪୨୫ ରହିଛି।

ଦକ୍ଷିଣ ଆଫ୍ରିକାର ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା। ତେଣୁ ଦଳ ୨ଟି ମ୍ୟାଚ୍‌ ପରେ ଗୋଟିଏ ବିଜୟ ସହ ୩ ପଏଣ୍ଟ ପାଇଛି। ତେବେ ଆଫ୍ରିକୀୟ ଦଳର ରନ ରେଟ୍‌ ୫.୨୦୦ ରହିଛି। ପାକିସ୍ତାନ ଆଜି ଜିମ୍ବାୱେ ବିପକ୍ଷରେ ମ୍ୟାଚ୍‌ ଖେଳୁଛି। ଯଦି ଦଳ ମ୍ୟାଚ୍‌ ଜିତିନେବ, ତା’ହେଲେ ୨ ପଏଣ୍ଟ ପାଇବ। ଏଥିସହ ରନରେଟ ବୃଦ୍ଧି କରିବାକୁ ବାବର ଆଜମଙ୍କ ପାକିସ୍ତାନ ଲକ୍ଷ୍ୟ ରଖିଛି।

ଗତବର୍ଷ ଦକ୍ଷିଣ ଆଫ୍ରିକା ତା’ର ୫ଟି ମ୍ୟାଚ୍‌ରୁ ୪ଟି ଜିତି ମଧ୍ୟ ସେମି ଫାଇନାଲକୁ ଯାଇ ପାରି ନଥିଲା। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟ ୪ଟି ଲେଖାଏ ମ୍ୟାଚ୍‌ ଜିତିଥିଲେ। ହେଲେ ନେଟ ରନରେଟ ଆଧାରରେ ଉଭୟ ଦଳ ସେମି ଖେଳିଥିବା ବେଳେ ଦକ୍ଷିଣ ଆଫ୍ରିକାକୁ ନିରାଶ ହେବାକୁ ପଡ଼ିଥିଲା।

ତେଣୁ ବାକି ୩ଟିରୁ ୨ଟି ମ୍ୟାଚ୍‌ ଜିତିଲେ ଭାରତ ସେମିକୁ ଯାଇପାରିବ। କିନ୍ତୁ ନିଜର ନେଟ ରନ ରେଟ୍‌କୁ ସବୁବେଳେ ଭଲ ରଖିବାକୁ ପଡ଼ିବ। ଏହି ନେଟ ରନରେଟ ଅପେକ୍ଷା ଦଳ ଦକ୍ଷିଣ ଆଫ୍ରିକା ସମେତ ସବୁ ଦଳକୁ ହରାଇ ସେମିରେ ନିଜ ସ୍ଥାନ ସୁରକ୍ଷିତ କରୁ ବୋଲି କ୍ରିକେଟ ପଣ୍ଡିତମାନେ କହିଛନ୍ତି।

Related story