Advertisment

IPL Auction 2026: ଚେନ୍ନାଇକୁ ମିଳିଲେ ନୂଆ ରବୀନ୍ଦ୍ର ଜାଡେଜା! ରେକର୍ଡ କଲେ ପ୍ରଶାନ୍ତ ବୀର ଓ କାର୍ତ୍ତିକ ଶର୍ମା

ପ୍ରଶାନ୍ତ ଓ କାର୍ତ୍ତିକ ଆଇପିଏଲ ଇତିହାସର ସବୁ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। କେବଳ ଏହି ଦୁଇ ଖେଳାଳି ନୁହନ୍ତି, ମିନି ଅକ୍ସନରେ ଅନକ୍ୟାପଡ ଭାରତୀୟ ଖେଳାଳିଙ୍କ ଦବଦବା ଦେବାକୁ ମିଳିଛି।

Cricket

ପ୍ରଶାନ୍ତ ଓ କାର୍ତ୍ତିକ

Advertisment

ଆଇପିଏଲ(IPL Auction) ମିନି ଅକ୍ସନରେ ଚେନ୍ନାଇ ସୁପର କିଙ୍ଗସକୁ ସମ୍ଭବତଃ ନୂଆ ରବୀନ୍ଦ୍ର ଜାଡେଜା ମିଳିଯାଇଛନ୍ତି। ମିନି ଅକ୍ସନ ପୂର୍ବରୁ ବାମହାତୀ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଚେନ୍ନାଇ ଟ୍ରେଡ କରି ରାଜସ୍ଥାନକୁ ପଠାଇ ଦେଇଥିଲା। ଏବେ ତାଙ୍କରି ଭଳି ଜଣେ ବାମହାତୀ ବ୍ୟାଟର ଓ ସ୍ପିନ ବୋଲର ଅଲରାଉଣ୍ଡରଙ୍କୁ ମିନି ଅକ୍ସନରେ ରେକର୍ଡ ଦାମ ଦେଇ କିଣିଛି ଚେନ୍ନାଇ। 

Advertisment

ଉତ୍ତର ପ୍ରଦେଶ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ପ୍ରଶାନ୍ତ ବୀର ଓ ରାଜସ୍ଥାନର ବ୍ୟାଟର୍‌ କାର୍ତ୍ତିକ ଶର୍ମାଙ୍କ ଉପରେ ଟଙ୍କା ବର୍ଷା କରିଛି ଚେନ୍ନାଇ। ଉଭୟଙ୍କୁ ୧୪.୨୦ କୋଟି ଟଙ୍କା ଲେଖାଏ ଦେଇ ଚେନ୍ନାଇ ସୁପର କିଙ୍ଗସ ନିଜ ସହ ସାମିଲ କରିଛି। ଏହି ୨ ଖେଳାଳିଙ୍କ ଉପରେ ଚେନ୍ନାଇ ୨୮.୪୦ କୋଟି ଖର୍ଚ୍ଚ କରିଛି। ଉଭୟ ଆଇପିଏଲ ଇତିହାସରେ ନୂଆ ରେକର୍ଡ କରିଛନ୍ତି।

ପ୍ରଶାନ୍ତ ଓ କାର୍ତ୍ତିକ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଅନକ୍ୟାପଡ ଖେଳାଳି ବନିଛନ୍ତି। ଅନକ୍ୟାପଡ ଅର୍ଥ ଭାରତ ପାଇଁ ଖେଳି ନଥିବା ଖେଳାଳି। ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ ପାଇଁ ଉଭୟଙ୍କୁ ଚେନ୍ନାଇ ନିଜ ସହ ସାମିଲ କରିଛି। 

Advertisment

ପ୍ରଶାନ୍ତ ଓ କାର୍ତ୍ତିକଙ୍କୁ ନେବା ପାଇଁ ଅଧିକାଂଶ ପ୍ରାଞ୍ଚାଇଜ ଚେଷ୍ଟା କରିଥିଲେ। ଶେଷରେ ବିଡ ୱାରରେ ଚେନ୍ନାଇ ବାଜି ମାରି ନେଇଛି। ଘରୋଇ କ୍ରିକେଟରେ ଏବେ ବ୍ୟସ୍ତ ଅଛନ୍ତି ପ୍ରଶାନ୍ତ। ବାମହାତୀ ସ୍ପିନ ବୋଲିଂ ସହ ବାମହାତୀ ବ୍ୟାଟର ଭାବେ ସେ ବେଶ ଜଣାଶୁଣା। ଏବେ ସେ ଉତ୍ତର ପ୍ରଦେଶ ପାଇଁ ସୟଦ ମୁସ୍ତାକ ଅଲୀ ଟ୍ରଫି ଖେଳୁଛନ୍ତି। ଉତ୍ତର ପ୍ରଦେଶ ପାଇଁ ସେ ଅଣ୍ଡର ୨୩ ଟୁର୍ଣ୍ଣାମେଣ୍ଟ ମଧ୍ୟ ଖେଳିଛନ୍ତି। 

ଗତ ୭ ଦିନ ମଧ୍ୟରେ ସେ ଉତ୍ତର ପ୍ରଦେଶ ପାଇଁ ୬ଟି ମ୍ୟାଚ୍‌ ଖେଳି ୧୭୦ରୁ ଅଧିକ ଷ୍ଟ୍ରାଇକ ରେଟରେ ୧୧୨ ରନ କରିବା ସହ ୯ଟି ୱିକେଟ ନେଇଛନ୍ତି। ମୋଟ ଉପରେ ୨୦ ବର୍ଷୀୟ ପ୍ରଶାନ୍ତ ୯ଟି ଟି-୨୦ ଖେଳି ୧୧୨ ରନ କରିବା ସହ ୧୨ଟି ୱିକେଟ ନେଇଛନ୍ତି। ସେ ଅନକ୍ୟାପଡ ଅଲରାଉଣ୍ଡର ଭାବେ ଚେନ୍ନାଇରେ ସାମିଲ ହୋଇଛନ୍ତି। 

କାର୍ତ୍ତିକ ଶର୍ମା ହେଉଛନ୍ତି ମଧ୍ୟକ୍ରମ ୱିକେଟ କିପର ବ୍ୟାଟର। ତାଙ୍କୁ ମଧ୍ୟ ଚେନ୍ନାଇ ୧୪.୨୦ କୋଟି ଟଙ୍କାରେ ନିଜ ସହ ସାମିଲ କରିଛି। ୧୯ ବର୍ଷୀୟ କାର୍ତ୍ତିକ ଏଯାଏ ୧୨ଟି ଟି-୨୦ ଖେଳି ରାଜସ୍ଥାନ ପାଇଁ ୩୩୪ ରନ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୬୨.୯୨। ସେ ରେକର୍ଡ ୧୪.୨୦ କୋଟି ଟଙ୍କାରେ କିଣା ହେବାରୁ ଯୁଗ୍ମ ଭାବେ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଅନକ୍ୟାପଡ ଖେଳାଳି ବନି ଯାଇଛନ୍ତି। 

ପ୍ରଶାନ୍ତ ଓ କାର୍ତ୍ତିକଙ୍କ ପୂର୍ବରୁ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଅନକ୍ୟାପଡ ଖେଳାଳି ହେବାର ରେକର୍ଡ ଆଭେନ ଖାନଙ୍କ ନାଁରେ ଥିଲା। ୨୦୨୨ରେ ମଧ୍ୟପ୍ରଦେଶର ଦ୍ରୁତ ବୋଲର ଆଭେଶ ଖାନଙ୍କୁ ୧୦ କୋଟି ଟଙ୍କାରେ କିଣିଥିଲା ଲକ୍ଷ୍ନୌ।

୨୦୨୧ରେ କ୍ରିଷ୍ଣାପ୍ପା ଗୌତମ ୯.୨୫ କୋଟିରେ ଚେନ୍ନାଇ, ୨୦୨୨ରେ ପଞ୍ଜାବ କିଙ୍ଗସ ଶାହରୁଖ ଖାନଙ୍କୁ ୯ କୋଟି, ୨୦୨୨ରେ ରାହୁଲ ତେୱାତିଆଙ୍କୁ ଗୁଜରାଟ ୯ କୋଟି, ୨୦୧୮ରେ କୃନାଲ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୮.୮୦ କୋଟି ଓ ୨୦୧୯ରେ ବରୁଣ ଚକ୍ରବର୍ତ୍ତୀଙ୍କୁ ଅନକ୍ୟାପଡ ଖେଳାଳି ଭାବେ ପଞ୍ଜାବ କିଙ୍ଗସ ୮.୪୦ କୋଟି ଟଙ୍କାରେ ନିଜ ସହ ସାମିଲ କରିଥିଲା।  

ହେଲେ ଏବେ ପ୍ରଶାନ୍ତ ଓ କାର୍ତ୍ତିକ ଆଇପିଏଲ ଇତିହାସର ସବୁ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। କେବଳ ଏହି ଦୁଇ ଖେଳାଳି ନୁହନ୍ତି, ମିନି ଅକ୍ସନରେ ଅନକ୍ୟାପଡ ଭାରତୀୟ ଖେଳାଳିଙ୍କ ଦବଦବା ଦେବାକୁ ମିଳିଛି।

ୱିକେଟ କିପର ବ୍ୟାଟର ମୁକୁଲ ଚୌଧରୀଙ୍କୁ ଲକ୍ଷ୍ନୌ ୨.୬୦ କୋଟି ଓ ଅକିବ ଦାରଙ୍କୁ ଦିଲ୍ଲୀ ୮.୪ କୋଟି ଟଙ୍କାରେ କିଣିଛି। ସେହିପରି ଦ୍ରୁତ ବୋଲର ଅଶୋକ ଶର୍ମାଙ୍କୁ ଗୁଜରାଟ ୯୦ ଲକ୍ଷ, କାର୍ତ୍ତିକ ତ୍ୟାଗୀଙ୍କୁ କୋଲକାତା ୩୦ ଲକ୍ଷ ଓ ବାମହାତୀ ଦ୍ରୁତ ବୋଲର ନମନ ତିୱାରୀଙ୍କୁ ଦିଲ୍ଲୀ ୧ କୋଟି ଟଙ୍କାରେ କିଣିଛି। 

IPL IPL Auction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe