Advertisment

ଟି-୨୦ ବିଶ୍ୱକପ୍ ପରଠାରୁ ଉଠିଯିବ ବ୍ୟାଟ୍ସମ୍ୟାନ୍ ଶବ୍ଦ

ଦୁବାଇ: ଚଳିତ ମାସରେ ହେବାକୁଥିବା ଟି-୨୦ ବିଶ୍ୱକପରେ ଆଇସିସି ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। ବିଶ୍ୱକପ୍ ପରଠାରୁ ଆଉ ‘ବ୍ୟାଟ୍ସମ୍ୟାନ୍’ ଶବ୍ଦ ବ୍ୟବହାର ହେବ ନାହିଁ। ଏହା ବଦଳରେ ‘ବ୍ୟାଟର୍’ ଶବ୍ଦର ବ୍ୟବହାର ହେବ। ଏ ନେଇ ଆଇସିସି ଘୋଷଣା କରିଛି। ‘ବ୍ୟାଟ୍ସମ୍ୟାନ୍’ ବଦଳରେ ‘ବ୍ୟାଟର୍’ ଶବ୍ଦକୁ ସ୍ଥାୟୀ ଭାବେ ବ୍ୟବହାର କରିବାକୁ ଗତ ମାସରେ ମେରିଲବୋନ୍ କ୍ରିକେଟ୍ କ୍ଲବ୍ (ଏମସିସି) କହିଥିଲା। ଏବେ ଆଇସିସି କ୍ରିକେଟ୍ ମ୍ୟାଚ୍ ଗୁଡ଼ିକରେ ସର୍ତ୍ତ ସହ ସବୁ ସ୍ଥାନରେ ଏହି […]

ଅଦ୍ୟତନ ହୋଇଛି
ଟି-୨୦ ବିଶ୍ୱକପ୍ ପରଠାରୁ ଉଠିଯିବ ବ୍ୟାଟ୍ସମ୍ୟାନ୍ ଶବ୍ଦ

batter

Advertisment

ଦୁବାଇ: ଚଳିତ ମାସରେ ହେବାକୁଥିବା ଟି-୨୦ ବିଶ୍ୱକପରେ ଆଇସିସି ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। ବିଶ୍ୱକପ୍ ପରଠାରୁ ଆଉ 'ବ୍ୟାଟ୍ସମ୍ୟାନ୍' ଶବ୍ଦ ବ୍ୟବହାର ହେବ ନାହିଁ। ଏହା ବଦଳରେ 'ବ୍ୟାଟର୍' ଶବ୍ଦର ବ୍ୟବହାର ହେବ। ଏ ନେଇ ଆଇସିସି ଘୋଷଣା କରିଛି। 'ବ୍ୟାଟ୍ସମ୍ୟାନ୍' ବଦଳରେ 'ବ୍ୟାଟର୍' ଶବ୍ଦକୁ ସ୍ଥାୟୀ ଭାବେ ବ୍ୟବହାର କରିବାକୁ ଗତ ମାସରେ ମେରିଲବୋନ୍ କ୍ରିକେଟ୍ କ୍ଲବ୍ (ଏମସିସି) କହିଥିଲା। ଏବେ ଆଇସିସି କ୍ରିକେଟ୍ ମ୍ୟାଚ୍ ଗୁଡ଼ିକରେ ସର୍ତ୍ତ ସହ ସବୁ ସ୍ଥାନରେ ଏହି ପରିବର୍ତ୍ତନ କରିବାକୁ ଯାଉଛି।

Advertisment

ଆଇସିସି କହିଛି, ଗତ ଚାରି ବର୍ଷ ହେବ କମେଣ୍ଟ୍ରୀରେ 'ବ୍ୟାଟ୍ସମ୍ୟାନ' ବଦଳରେ 'ବ୍ୟାଟର୍' ଶବ୍ଦର ପ୍ରୟୋଗ ନିୟମିତ ଭାବେ ହେଉଛି। ଆଇସିସିର ସିଇଓ ଜେଫ୍ ଆଲାର୍ଡିସ କହିଛନ୍ତି, ଏମସିସିର ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଏହି ଶବ୍ଦର ପ୍ରୟୋଗ ଆମର ଚ୍ୟାନେଲ ଏବଂ କମେଣ୍ଟ୍ରୀରେ ଦୀର୍ଘ ଦିନ ଧରି କରାଯାଇ ଆସୁଛି। ଆମେ ଏହାକୁ ଲାଗୁ କରିବା ପାଇଁ ଏମସିସିର ନିଷ୍ପତ୍ତିକୁ ସ୍ୱାଗତ କରୁଛୁ।

ସେ କହିଛନ୍ତି, 'କେବଳ ଭାଷା ବଦଳିଲେ ଖେଳର ବିକାଶ ହେବ ନାହିଁ। କ୍ରିକେଟ୍ ଖେଳୁଥିବା ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଏହା ରୋମାଞ୍ଚକର ଅନୁଭୂତି ହେଉ ଏବଂ ବିନା କୌଣସି ବାଧାରେ କ୍ରିକେଟର ବିକାଶ ହେଉ ବୋଲି ଆମେ ସୁନିଶ୍ଚିତ କରିବାକୁ ଚାହୁଁଛୁ।'

Advertisment

ସୂଚନାଯୋଗ୍ୟ, ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୪ ତାରିଖ ଯାଏ ଓମାନ୍ ଓ ୟୁଏଇରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ କ୍ୱାଲିଫାଇଙ୍ଗ୍ ଇଭେଣ୍ଟ ହେବ, ଯେଉଁଥିରେ ୮ଟି ଟିମ୍ ରାଉଣ୍ଡ-୧୨କୁ କ୍ୱାଲିଫାଏ କରିବା ଲାଗି ଖେଳିବେ। ପ୍ରଥମ ରାଉଣ୍ଡରୁ ୪ଟି ଟିମ୍ ରାଉଣ୍ଡ-୧୨ରେ ଯୋଗ ଦେବେ। ରାଉଣ୍ଡ-୧ରେ ଶ୍ରୀଲଙ୍କା, ବାଂଲାଦେଶ, ଆୟର୍ଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ, ନାମିବିଆ, ଓମାନ୍ ଓ ପାପୁଆ ନ୍ୟୁ ଜିନି ରହିଛନ୍ତି।

ଟି-୨୦ ବିଶ୍ୱକପର ଆୟୋଜନ ଭାରତରେ ହେବାକୁ ଥିଲା, କିନ୍ତୁ ଦେଶରେ କରୋନା ମାମଲା ବଢ଼ୁଥିବାର ଦେଖିବା ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇରେ କରିବା ପାଇଁ ନିଷ୍ପତ୍ତି ନେଇଥିଲା।

Cricket ICC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe